ରାଜ୍ୟ
ଥାନା ଆଗରେ ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇଦେଲେ ମହିଳା

ସାଲେପୁର,୧୬।୮: କଟକ ଜିଲା ସାଲେପୁର ଥାନା ଆଗରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଥାନା ଆଗରେ ମହିଳା ଜଣକ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ କଟକ ସ୍ଥାନାନ୍ତର କରାଯାଇଛି।