ଦେଶ- ବିଦେଶ

ଆପଣଙ୍କ କେଶ ସମସ୍ୟାକୁ ଦୂର କରିଥାଏ ଅଁଳା

ପ୍ରତ୍ୟେକ ବ୍ୟକ୍ତି ନିଜର କେଶକୁ ସୁସ୍ଥ, ଘନ ଏବଂ ଲମ୍ବା ରଖିବା ପାଇଁ ଚାହିଁଥାନ୍ତି। କିନ୍ତୁ ପ୍ରଦୂଷଣ, ଅସୁସ୍ଥ ଜୀବନ ଶୈଳୀ ଏବଂ ଖରାପ ଖାଦ୍ୟ-ପାନୀୟ କାରଣରୁ କେଶ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। କେଶ ଝଡ଼ିଆ, କେଶର ମୂଳ କୁଣ୍ଡେଇ ହେବା ଏବଂ କେଶ ଫାଟିବା ଭଳି ସମସ୍ୟା ଦେଖାଯାଇଥାଏ। ଏହି ସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଯଦି ଆପଣ କେଶ ସମ୍ବନ୍ଧୀୟ କୌଣସି ପ୍ରଡକ୍ଟ ବ୍ୟବହାର କରନ୍ତି ତେବେ ଆପଣଙ୍କ କେଶ ଆହୁରି ଖରାପ ହୋଇଯାଇଥାଏ। ଏହି ସମସ୍ୟାରେ ଅଁଳା ବ୍ୟବହାର କରିବା ଏକ ଭଲ ବିକଳ୍ପ ହୋଇଥାଏ। ଅଁଳାରେ ଭିଟାମିନ-ସି, ଆଣ୍ଟି-ଅକ୍ସିଡେଣ୍ଟ ସହିତ ଅନେକ ପୋଷକ ତତ୍ତ୍ବ ରହିଥାଏ, ଯାହା କେଶର ବିକାଶ କରିବାରେ ସାହାଯ୍ୟ କରିଥାଏ ଏବଂ କେଶ ଘନ ଓ କୋମଳ କରିଥାଏ।

ଜାଣନ୍ତୁ କେଶ ପାଇଁ କିଭଳି ବ୍ୟବହାର କରିବେ ଅଁଳା:

amlaମେହେନ୍ଦୀ ଏବଂ ଅଁଳା କେଶ ପାଇଁ ଲାଭକାରୀ

ମେହେନ୍ଦୀ ଏବଂ ଅଁଳାରେ ଥିବା ପୋଷକ ତତ୍ତ୍ବ କେଶର ବିକାଶ କରିବାରେ ସାହାଯ୍ୟ କରିଥାଏ। କାରଣ ଅଁଳା କେଶର ମୂଳରେ ରକ୍ତ ସଞ୍ଚାଳନ ଠିକ କରିବାରେ ସାହାଯ୍ୟ କରିଥାଏ। ଏହା କେଶରେ ଥିବା ମଇଳାକୁ ଭଲ ଭାବେ ସଫା କରିବା ସହିତ କେଶର ମୂଳ କୁଣ୍ଡେଇ ହେବା ଭଳି ସମସ୍ୟା ଦୂର କରିଥାଏ। ଏହା କେଶରେ ପ୍ରର୍ଯ୍ୟାପ୍ତ ପରିମାଣର ପୋଷକ ତତ୍ତ୍ବ ପ୍ରଦାନ କରିଥାଏ।

ପ୍ରସ୍ତୁତି ପ୍ରଣାଳୀ

. ୧ ଚାମଚ ଅଁଳା ପାଉଡ଼ର

. ୩ ଚାମଚ ମେହେନ୍ଦୀ ପାଉଡ଼ର

. ହାଲୁକା ଉଷୁମ ପାଣି

amla picଏହାକୁ ହାଲୁକା ଉଷୁମ ପାଣିରେ ମିଶାଇ ଭଳ ଭାବେ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ପେଷ୍ଟ ପ୍ରସ୍ତୁତ କରିବା ପରେ ଏହାକୁ ୩୦ ମିନିଟ ପର୍ଯ୍ୟନ୍ତ ରଖିଦିଅନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ କେଶ ପାଇଁ ଲାଭକାରୀ ହୋଇଥାଏ।

କେଶରେ କିପରି ବ୍ୟବହାର କରିବେ

ଏହି ମିଶ୍ରଣକୁ କେଶର ମୂଳରେ ଏବଂ ପୁରା କେଶରେ ଭଲ ଭାବେ ଲଗାଇ ସାୱାର କ୍ୟାପ ସାହାଯ୍ୟରେ କେଶକୁ କଭର କରି ୨-୩ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ। ଶୁଖିଯିବା ପରେ ଭଲଭାବେ ଶାମ୍ପୂରେ ଧୋଇ ଦିଅନ୍ତୁ। ସୁସ୍ଥ କେଶ ପାଇଁ ଆପଣ ଏହାକୁ ସପ୍ତାହରେ ଥରେ ନିଶ୍ଚିନ୍ତ ବ୍ୟବହାର କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button