ମନୋରଞ୍ଜନ

ଆପଣଙ୍କର ବ୍ରେକଅପ୍ ହୋଇଯାଇଛି କି? ତେବେ ଆପଣାନ୍ତୁ ଏହି ଟିପ୍ସ

କୌଣସି ପ୍ରକାର ସମ୍ପର୍କର ଶେଷରେ ଖୁସି, ଦୁଃଖ, ଅପମାନଜନକ ଆଦି ହେବା କଷ୍ଟ ଦାୟକ ହୋଇଥାଏ। ଏହିଭଳି କଷ୍ଟରୁ ବାହାରିବା ପାଇଁ ଆପଣଙ୍କୁ ଜୀବନରେ କିଛିଟା ପରିବର୍ତ୍ତନ କରିବାକୁ ପଡ଼ିଥାଏ। ବ୍ରେକଅପ୍ ହେବାପରେ ଆପଣ ନିଜର ଜୀବନ ସାଥୀଙ୍କ ସହ କଥା ହେବାର ଅଭ୍ୟାସ ରଖିଥିବାରୁ ଏହା ଅଚାନକ ବନ୍ଦ ହୋଇଯିବାରୁ ଆପଣଙ୍କ ମନ ଦୁଃଖ ହୋଇଯାଇଥାଏ। ଏଣୁ ଆଜି ଆମେ ଆପଣଙ୍କୁ ବ୍ରେକଅପ୍ ପରେ ମୁଭଅନ୍ କରିବାର କିଛି ଉପାୟ କହିବାକୁ ଯାଉଛୁ।

ଜାଣନ୍ତୁ ଏହି ଟିପ୍ସ ଦ୍ବାରା ଆପଣ ପୂନର୍ବାର ନିଜର ମୁଭଅନ୍ କରିପାରିବେ

ବ୍ରେକଅପ୍ ହେବା ପରେ ଆପଣଙ୍କ ପାଖରେ ନିଜ ପାଇଁ ସମୟ ରହିଥାଏ, ଯାହା ଆପଣ ଚାହିଁବେ ତାହା କରିପାରିବେ। ଏହା ପୂର୍ବରୁ ଆପଣଙ୍କୁ ନିଜର ଜୀବନ ସାଥୀଙ୍କୁ ସମୟ ଦେବା ସହିତ ତାଙ୍କ ଅନୁସାରେ ଯୋଜନା କରିବାକୁ ପଡ଼ୁଥିଲା। ବର୍ତ୍ତମାନ କିନ୍ତୁ ଆପଣ ନିଜ ପସନ୍ଦ ପୁରା କରିବା ପାଇଁ ନିଜର ସାଙ୍ଗମାନଙ୍କ ସହ ଏବଂ ପରିବାର ସଦସ୍ୟଙ୍କ ସହ ମିଶି ଅଧିକ ସମୟ ବିତାଇ ପାରିବେ। ଆପଣ ନିଜର ଏକ୍ସ –ପାର୍ଟନରଙ୍କ ସହ ଯୋଗାଯୋଗାରେ ନରହିବା ଦ୍ବାରା ଆପଣ ନୂଆ ଲୋକଙ୍କ ସହିତ ନୂଆ ଭାବନା ତିଆରି କରିବାରେ ସାହାଯ୍ୟ ହୋଇପାରିବ। ଆପଣ ବାହାରେ ବୁଲିବା ପାଇଁ ମଧ୍ୟ ପ୍ରେରଣା ପାଇପାରିବେ। ଏପରି କରିବା ପରେ ଆପଣ ନିଜ ମଧ୍ୟରେ ଖୁସିକୁ ଖୋଜିପାରିବେ।

relationshipନିଜର ଏକ୍ସ-ପାର୍ଟନରଙ୍କ ସହ କଣ୍ଟାକ୍ଟ ନରଖିବା ଦ୍ବାରା, ଏହା ଆପଣଙ୍କୁ ଖୁସି ପାର୍ଇଁ ଅନ୍ୟ କାହା ଉପରେ ନିର୍ଭର ନକିବା ଶିକ୍ଷା ଦେଇଥାଏ। ଯଦି ଆପଣ ନିଜର ଏକ୍ସ-ପାର୍ଟନରଙ୍କ ସହ ସମ୍ପର୍କରେ ଅଛନ୍ତି ଏବଂ ସେଥିରୁ ବାହାରି ପାରୁନାହାନ୍ତି, ତେବେ ଆପଣ ନିଜର ଏକ୍ସ-ପାର୍ଟନରଙ୍କ ସହ କଣ୍ଟାକ୍ଟରେ ରୁହନ୍ତୁ ନାହିଁ। ଯାହା ଦ୍ବାରା ଆପଣ ବିତି ଯାଇଥିବା କାଲିକୁ ଭୁଲି ଜୀବନରେ ଏକ ନୂଆ ଯାତ୍ରା ଆରମ୍ଭ କରିପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button