ଅନନ୍ତ ଅମ୍ବାନୀଙ୍କ ପ୍ରି-ୱେଡିଂ ଉତ୍ସବରେ ଜମିଲା ତାରକାଙ୍କ ଭିଡ଼ – Kalinga News

[ad_1]
ମୁମ୍ବାଇ: ବଡ଼ ଧୁମ୍ଧାମ୍ରେ ଚାଲିଛି ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟ୍ଙ୍କ ପ୍ରି-ୱେଡିଂ ଉତ୍ସବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନି ଓ ରାଧିକା ମର୍ଚାଂଟଙ୍କ ପ୍ରାକ୍ ବିବାହ ଉତ୍ସବ ଅନୁଷ୍ଠି ହେଉଛି । ଆସନ୍ତା ଜୁଲାଇ ମାସରେ ବିବାହ ଉତ୍ସବ ଅନୁଷ୍ଠିତ । ଏହା ପୂର୍ବରୁ ଚାଲିଛି ତିନି ଦିନିଆ ପ୍ରାକ୍ ବିବାହ ଉତ୍ସବ । ଆଜି ଏହି ଉତ୍ସବର ତୃତୀୟ ଦିନ । ଗୁଜରାଟର ଜାମନଗରରେ ଆୟୋଜିତ ଏହି ଉତ୍ସବରେ ସାରା ବିଶ୍ୱରେ ଚର୍ଚ୍ଚିତ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ବିଶିଷ୍ଟ କ୍ରିଡାବିତ୍, ବଲିଉଡ୍ ତାରକା, ଶିଳ୍ପ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଛନ୍ତି ।

Sambad is now on WhatsApp
Join and get latest news updates delivered to you via WhatsApp
ଅମ୍ବାନୀ ପରିବାର ପକ୍ଷରୁ ହଜାରେରୁ ଅଧିକ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଛି । ଭିଆଇପିମାନଙ୍କ ପାଇଁ ସ୍ୱତନ୍ତ୍ର ଲାଉଞ୍ଜର ବ୍ୟବସ୍ଥା କରାଯାଇଥିବା ବେଳେ ରାଜକୀୟ ପାନୀୟ ପ୍ରଦାନ କରାଯାଇଉଛି । ରଙ୍ଗବେରଙ୍ଗ ଫୁଲରେ ସାଜସଜ୍ଜା କରାଯାଇଥିବା ବେଳେ ବହୁ ସଂଖ୍ୟରେ ଭିଆଇପି କାର ବିମାନବନ୍ଦର ନିକଟରେ ରହିଛି । ଏହି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
[ad_2]