ରାଜ୍ୟ

ପୂଜା ଘରେ ଭୁଲରେ ମଧ୍ୟ ରଖନ୍ତୁ ନାହିଁ ମାତା ଲକ୍ଷ୍ମୀଙ୍କର ଏମିତି ମୂର୍ତ୍ତି, ଲାଭ ବଦଳରେ ହେବ କ୍ଷତି

ଶାସ୍ତ୍ରରେ ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ। ଲୋକମାନେ ମା’ ଲକ୍ଷ୍ମୀଙ୍କର କ୍ରୁପା ପାଇବା ପାଇଁ ବିଭିନ୍ନ ଉପାୟରେ ତାଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରିଥାନ୍ତି। ଏହାପାଇଁ ଲୋକମାନେ ପୂଜା ଘରେ ମାତା ଲକ୍ଷ୍ମୀଙ୍କୁ ରଖି ପୂଜା କରିଥାନ୍ତି କିନ୍ତୁ ଦେବୀ ମୂର୍ତ୍ତି ରଖିବାର କ୍ଷତି ମଧ୍ୟ ହୋଇପାରେ ଯଦି ଆପଣ ତାହାକୁ ଠିକ ଭାବରେ ନ ରଖନ୍ତି। ଆସନ୍ତୁ ଜାଣିବା ମାତା ଲକ୍ଷ୍ମୀଙ୍କ ମୂର୍ତ୍ତିକୁ ରଖିବାର ଠିକ୍ ଉପାୟ।

-ପୂଜା ଘରେ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ନିଶ୍ଚିତ ଥାଏ। କିନ୍ତୁ ଅନେକ ଥର ଭୁଲବଶତଃ ଦେବୀ ଲକ୍ଷ୍ମୀଙ୍କର ଛିଡାଥିବା ଅବସ୍ଥାରେ ପ୍ରତିମା ରଖି ଦେଇଥାନ୍ତି, ଯାହାକୁ ରଖିବା ଉଚିତ ନୁହେଁ। ମାତାଙ୍କର ଏହି ରୂପରେ କରାଯାଉଥିବା ପୂଜା କୌଣସି ଫଳ ପ୍ରାପ୍ତି କରିନଥାଏ।

lakshmi mata-ପୁରାଣ ଅନୁଯାୟୀ ଦେବୀ ଲକ୍ଷ୍ମୀ ଚଞ୍ଚଳ ଥାନ୍ତି ଏଥିପାଇଁ କେବେବି ତାଙ୍କର ଛିଡା ହୋଇଥିବା ଅବସ୍ଥାର ମୂର୍ତ୍ତି ରଖିବା ଉଚିତ ନୁହେଁ କାରଣ ସେ ସେହି ସ୍ଥାନରେ ଅଧିକ ସମୟ ଯାଏଁ ରହିପାରନ୍ତି ନାହିଁ। ସବୁବେଳେ ଘରେ ମାତା ଲକ୍ଷ୍ମୀଙ୍କର ବସିଥିବା ମୂର୍ତ୍ତି ରଖିବା ଉଚିତ।

-ମାତା ଲକ୍ଷ୍ମୀଙ୍କର ବାହନ ପେଚା ଏବଂ ସେ ମଧ୍ୟ ଚଞ୍ଚଳ ସ୍ବଭାବର ହୋଇଥାଏ। ଏଥିପାଇଁ ଦେବୀ ଲକ୍ଷ୍ମୀଙ୍କ ମୂର୍ତ୍ତି କେବେବି ପେଚା ଉପରେ ବସିଥିବାର ରଖିବା ନାହିଁ।

ganesh-ଅଧିକାଂଶ ଘରେ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ସହିତ ଭଗବାନ ଗଣେଶଙ୍କ ସହିତ ଦେଖିବାକୁ ମିଳିଥାଏ। ଏହିଭଳି ମୂର୍ତ୍ତି ରଖିବା ଭୁଲ ହୋଇଥାଏ। କାରଣ ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କର ପତ୍ନୀ ଅଟନ୍ତି ଏଥିପାଇଁ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ସହିତ ବିଷ୍ଣୁଙ୍କ ମୂର୍ତ୍ତି ରଖିବା ଉଚିତ।

-ମାତା ଲକ୍ଷ୍ମୀଙ୍କୁ କେବେବି କାନ୍ଥ ସହିତ ଲାଗିକି ରଖିବା ଉଚିତ ନୁହେଁ। ବାସ୍ତୁରେ ଏହାକୁ ଦେଖଯାଇଥାଏ। ମୂର୍ତ୍ତି ଏବଂ କାନ୍ଥ ମଧ୍ୟରେ ଦୂର ରଖିବା ଉଚିତ।

-ଅନେକ ଲୋକ ନିଜ ପୂଜା ଘରେ ଦେବୀ ଲକ୍ଷ୍ମୀଙ୍କର ଏକ ରୁ ଅଧିକ ମୂର୍ତ୍ତି ବା ଫଟୋ ରଖିଥାନ୍ତି ଯାହାକୁ ଶାସ୍ତ୍ରରେ ବର୍ଜିତ ବୋଲି କୁହାଯାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button