ରାଜ୍ୟ

ହୀରାକୁଦ ଡ୍ୟାମ ସୁରକ୍ଷା ଚିନ୍ତା, ଡ୍ୟାମ ଉପରେ ଉଡିଲା ଡ୍ରୋନ

ହୀରାକୁଦ ଡ୍ୟାମ ସୁରକ୍ଷା ଚିନ୍ତା l ହୀରାକୁଦ ନିଷିଦ୍ଧାଂଚଳରେ ଉଡିଲା ଡ୍ରୋନ l ହୀରାକୁଦ ଜଳଭଣ୍ଡାରରେ ଆଜି ଗେଟ୍ ଖୋଲାଯାଇଥିବା ସମୟରେ ଡ୍ରୋନ ଉଡାଇଲେ ବ୍ଲଗର l ବ୍ଲଗର଼ ଡ୍ରୋନ ଉଡାଇବା ସହ ନିଜର ଇନଷ୍ଟାଗ୍ରାମ୍ ରେ ପୋଷ୍ଟ କରିଛନ୍ତି l ଏପରିିକି ଡ୍ୟାମର ସବୁ ଆଙ୍ଗେଲ୍ ଭିଜୁଆଲ ନିଆଯାଇ ସୁରକ୍ଷା ବ୍ୟବସ୍ଥାର ଧଜ୍ଜିଆ ଉଡାଇଛନ୍ତି ବ୍ଲଗର l

ଡ୍ୟାମ ଉପର ଭିଜୁଆଲ, ସ୍ପିଲ ଓ୍ବେ ଭିଜୁଆଲ ଓ ଡ୍ୟାମ ଉପରେ ଥିବା ରାସ୍ତା ଉପରେ ମଧ୍ୟ ଡ୍ରୋନ ଉଡାଯାଇଛି l ମିଷ୍ଟର ଓଡିଆ ବ୍ଲଗର ନାମକ ଜଣ ଯୁବକ ଏହି ଡ୍ରୋନ ଉଡାଇଥିବା ଦେଖିବାକୁ ମିଳିଛି l ଯେତେବେଳେ ନିଷିଦ୍ଧାଂଚଳ ବୋଲି ଗଣମାଧ୍ୟମକୁ 4 ବର୍ଷ ହେବ ସ୍ପିଲ ଓ୍ବେ ଅଂଚଳକୁ ବାରଣ କରାଯାଇଛି ସେହି ସମୟରେ ନିଷିଦ୍ଧାଂଚଳରେ ଡ୍ରୋନ ଉଡାଇଛନ୍ତି ବ୍ଲଗର୍ l

ଯାହାକୁ ନେଇ ହୀରାକୁଦ ଡ୍ୟାମ୍ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି l ହୀରାକୁଦ ଜଲଭଣ୍ଡାର ସୁରକ୍ଷା ଏବେ ଆଇଏସଏଫ ହାତରେ ରହିଛି l ଡେମ କତୃପକ୍ଷ ଏହି କଥା କୁ ଜାଣି ନଜାଣିଲା ପରି ହେଉଛନ୍ତି l ଯଦି ଗଣମାଧ୍ୟମ ଡେମ ନିକଟକୁ ଯାଇ ପାରିବେ ନାହିଁ ତାହେଲେ ଜଣେ ବ୍ଲଗର ଡେମ ନିକଟକୁ ଯାଇ ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମ ରେ କିପରି ଛାଡିଲେ ଏନେଇ ଏବେ ବଡ଼ ପ୍ରଶ୍ନ ଉଠିଛି l

Related Articles

Leave a Reply

Your email address will not be published. Required fields are marked *

Back to top button