ଦେଶ- ବିଦେଶ

ଭଜା ବୁଟ ଓଜନ କମାଇବା ସହ ଦୂର କରିଥାଏ ଏହି ସବୁ ସମସ୍ୟା

ଲୋକମାନେ ଭୋକ ଲାଗିବା ସମୟରେ ବା ଟାଇମ୍ ପାସ କରିବା ପାଇଁ ଭଜା ବୁଟ ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏହା ସେବନ କରିବା ଶରୀର ପାଇଁ ଅନେକ ଲାଭକାରୀ ହୋଇଥାଏ। ଲୋ-କ୍ୟାଲୋରୀ ଥିବା କାରଣରୁ ଏହାକୁ ସୁସ୍ଥ ଖାଦ୍ୟ କୁହାଯାଇଥାଏ, ଯାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଜାଣନ୍ତୁ ଭଜା ବୁଟ ସେବନ କରିବାର ଉପକାର ଏବଂ ସଠିକ୍ ଉପାୟ।

ଏକ କପ ଭଜା ବୁଟାରେ ୧୫ ଗ୍ରାମ ପ୍ରୋଟିନ ଏବଂ ୧୩ ଗ୍ରାମ ଫାଇବର ରହିଥାଏ। ଏହା ବ୍ୟତୀତ ଏଥିରେ ୪.୨ ଗ୍ରାମ ସୁଗର, ୬ ମି.ଗ୍ରା ସୋଡିୟମ, ୨୪୦ ମି.ଗ୍ରା ପୋଟାସିୟମ, ୦ ମି.ଗ୍ରା କୋଲୋଷ୍ଟ୍ରଲ, ୨.୫ ଗ୍ରାମ ଫ୍ୟାଟ, ୨୨ ଗ୍ରାମ କାର୍ବୋହାଇଡ୍ରେଟ ରହିଥାଏ।

fitnessଓଜନ କମାଇବାରେ ସାହାଯ୍ୟ କରିଥାଏ

ଭଜା ବୁଟ ସେବନ କରିବାରେ କେବଳ ପେଟ ଭର୍ତ୍ତି ହୋଇନଥାଏ ଓଜନ ମଧ୍ୟ କମହୋଇଥାଏ। ଯଦି ଆପଣ ପ୍ରତ୍ୟେକ ଦିନ ୧ ରୁ ୨ ପାଉଣ୍ଡ ଓଜନ କମ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଦିନରେ ୫୦୦-୧୦୦୦ କ୍ୟାଲୋରୀ ବର୍ନ କରିବାରେ ଭଜା ବୁଟ ସାହାଯ୍ୟ କରିଥାଏ। ଆପଣ ପ୍ରତ୍ୟେକ ଦିନ ଏକ ମୁଠା ଭଜା ବୁଟ ଖାଇଥାନ୍ତି ତେବେ ଏଥିରେ ୪୬-୫୦କ୍ୟାଲୋରୀ ବର୍ନ ହୋଇଥାଏ।

ଓଜନ କମ କରିବାକୁ ଚାହୁଁଥିଲେ ଘରେ ବୁଟ ଭାଜି ସେବନ କରିପାରିବେ। ପ୍ରତ୍ୟେକ ଦିନ ଏହାକୁ ସେବନ କରିବା ଦ୍ବାରା ଓଜନ କମ ହୋଇଥାଏ। ନିଜ ପସନ୍ଦ ଅନୁଯାୟୀ ଆପଣ ମଧ୍ୟ ଏଥିରେ ଭଜା ଚୁଡ଼ା ମିଶାଇ ପାରିବେ। ଚୁଡ଼ାରେ ମଧ୍ୟ କ୍ୟାଲୋରୀ କମ ହୋଇଥାଏ।

ଭଜା ବୁଟ ଶରୀରରେ ରକ୍ତର ମାତ୍ରା ବଢାଇଥାଏ

ବୁଟରେ ଆଇରନର ମାତ୍ରା ଅଧିକ ରହିଥାଏ, ଯାହା ମହିଳାମାନଙ୍କ ପାଇଁ ଭଲ ପୋଷକ ତତ୍ବ ହୋଇଥାଏ। ଅଧିକାଂଶ ମହିଳାମାନେ ଏନିମିଆରୁ ରକ୍ଷା ପାଇବା ପାଇଁ ଡାଇଟିଙ୍ଗରେ ଭଜା ବୁଟ ସାମିଲ କରିଥାନ୍ତି। ବୁଟ ଏନିମିଆ ବ୍ୟକ୍ତି ମାନଙ୍କ ପାଇଁ ଲାଭକାରୀ ହୋଇଥାଏ ଏବଂ ଏହାକୁ ସେବନ କରିବା ଦ୍ବାରା ଶରୀରରେ ରକ୍ତର ଅଭାବ ହୋଇନଥାଏ।

Roasted-gramପୁରା ଦିନ ସତେଜ ରଖିଥାଏ

ବୁଟ ସେବନ କରିବା ଦ୍ବାରା ପୁରା ଦିନ ସତେଜ ଲାଗିଥାଏ। ଆପଣ ଚାହିଁଲେ ମଧ୍ୟ ଚଣା ସହ ଗୁଡ଼ ମିଶାଇ ସେବନ କରିପାରିବେ, ଯାହା ଆପଣଙ୍କ ପାଇଁ ଅନେକ ଲାଭକାରୀ ହୋଇଥାଏ।

ପାଚନ ଶକ୍ତି ବଢାଇଥାଏ

ବୁଟରେ ଫାଇବର ଅଧିକ ମାତ୍ରାରେ ରହିଥାଏ। ଏହାକୁ ସେବନ କରିବା ଦ୍ବାରା ଖାଦ୍ୟ ଭଲଭାବେ ହଜମ ହୋଇଥାଏ। ବୁଟ ପାଚନ ଶକ୍ତିକୁ ନିୟନ୍ତ୍ରଣ କରିବା ସହ ସ୍ମରଣ ଶକ୍ତ ବଢାଇଥାଏ। ଏହା ବ୍ୟତୀତ ବୁଟରେ ରକ୍ତ ସଫା ହୋଇଥାଏ, ଯାହାଦ୍ବାରା ତ୍ବଚାରେ ସୁନ୍ଦରତା ଆସିଥାଏ।

ଶରୀରରେ ହରମୋନ ସ୍ତରକୁ ନିୟନ୍ତ୍ରିତ କରିଥାଏ

ବୁଟରେ ଫାଇଟୋ-ଆଷ୍ଟ୍ରିଜେନ ଏବଂ ଆଣ୍ଟି-ଅକ୍ସିଡେଣ୍ଟ ଭଳି ଫାଇଟୋନ୍ୟୁଟ୍ରିଏଣ୍ଟସ୍ ରହିଥାଏ। ଯାହା ଏଷ୍ଟ୍ରୋଜନ ରକ୍ତ ସ୍ତରକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ। ଏହା ଫଳରେ ମହିଳାମାନଙ୍କର ଶରୀରରେ ହରମୋନ ସ୍ତର ଠିକ ରହିଥାଏ, ଯାହାଦ୍ବାରା ସ୍ତନ କର୍କଟ ହେବାର ଭୟ ଦୂର ହୋଇଥାଏ।

chana and gudaଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ

ଉଚ୍ଚ ରକ୍ତଚାପ ଲୋକମାନଙ୍କ ପାଇଁ ମଧ୍ୟ ଭଜା ବୁଟ ଲାଭକାରୀ ହୋଇଥାଏ। କାରଣ ଏହାକୁ ସେବନ କରିବା ଦ୍ବାରା ରକ୍ତ ବାହିକା ଗୁଡ଼ିକରେ ହେଉଥିବା ପରିବର୍ତ୍ତନ କମ ହେବା ସହ ସୁସ୍ଥ ଇଲେକ୍ଟ୍ରୋଲାଇଟ ସନ୍ତୁଳନ ହୋଇଥାଏ । ଏହାର ସେବନ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରାଯାଇଥାଏ।

ୟୁରିନ ସମସ୍ୟା ଦୂର କରିଥାଏ

ଯଦି ଆପଣଙ୍କର ବାରମ୍ବାର ୟୁରିନ ଜନିତ ସମସ୍ଯା ହୋଇଥାଏ, ତେବେ ଆପଣ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଦିନ ଗୁଡ଼ ସହ ଭଜା ବୁଟ ସେବନ କରନ୍ତୁ। ଏପରି କରିବା ଦ୍ବାରା ଆପଣ ଅଳ୍ପ ଦିନ ମଧ୍ୟରେ ଏହାର ଫରକ ଜାଣିପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button