ଦେଶ- ବିଦେଶ

ଭଲ ଲୋକ ମାନେ କାହିଁକି ଶୀଘ୍ର ମରିଯାନ୍ତି ?

। ସୂଚନା ଅନୁସାରେ ମୃତ୍ୟୁ ଯେତେ ମଧ୍ୟ କଡଵା ଶବ୍ଦ ହେଲେ ମଧ୍ୟ ସମସ୍ତ ପ୍ରାଣୀଙ୍କ ଜୀବନରେ ଏହା ସୁନିଶ୍ଚିତ ଆସିଥାଏ । ଶାସ୍ତ୍ରର ଅନୁସାରେ ସନ୍ତାନଟିଏ ଜନ୍ମ ହେବାର ୬ ଦିନ ଭିତରେ ସନ୍ତାନ ଭାଗ୍ୟ ଉପରେ ସବୁ ଟିପ୍ପଣୀ ଲେଖା ହୋଇଯାଇଥାଏ । ଯେପରି ବ୍ୟକ୍ତିର ଶିକ୍ଷା, ବାହାଘର, କ୍ଯାରିଅର, ଚାକିରି ଓ ମୃତ୍ୟୁ ଯାହା ସବୁ ବ୍ୟକ୍ତିର ଜୀବନରେ ଘଟିବା ପାଇଁ ଆଗାମୀ ସମୟରେ ଯାଉଥାଏ ।

 

ତାହା ନିର୍ଦ୍ଧାରଣ କରାଯାଇଥାଏ । ବ୍ୟକ୍ତି କର୍ମ କରିଚାଲିଥାଏ କିନ୍ତୁ ତା’ ସହିତ କୋଉ ସମୟରେ କଣ ଘଟିବ । ତାହା ତା’କୁ ଆଗରୁ ଅବଗତ ନଥାଏ । ବ୍ୟକ୍ତିର କର୍ମ ଅନୁସାରେ ହିଁ ସେହି ବ୍ୟକ୍ତିର ସେହିପରି ଭାଗ୍ୟ ନିର୍ଧାରଣ କରାଯାଇଥାଏ । ତେଣୁ ଭଗବାନ ଏହି ଧରାପୃଷ୍ଟକୁ ମନୁଷ୍ୟକୁ ଜନ୍ମଲାଭ କରାଇଦେଇଥାନ୍ତି ।

ବ୍ୟକ୍ତି ଜନ୍ମ ହୋଇ ତା’ ଜୀବନରେ କେଉଁ ପ୍ରକାର କର୍ମ କରିବ । ସେକଥା ତା’ ଉପରେ ନିର୍ଭର କରିଥାଏ । ଏହା କିନ୍ତୁ ସବୁ ବ୍ୟକ୍ତିଙ୍କୁ ଜଣା ଯେ ଭଲ କର୍ମର ଫଳ ସର୍ବଦା ଭଲ ହୋଇଥିବା ବେଳେ ଖରାପ କର୍ମର ଫଳ ସର୍ବଦା ଖରାପ ହିଁ ହୋଇଥାଏ । ବ୍ୟକ୍ତି ଯେପରି କର୍ମ କରିଥାଏ । ତା’ ର କର୍ମ ଦେଖିକି ହିଁ ତାକୁ ସେହିପରି ଜନ୍ମ ମିଳିଥାଏ ।

 

ଯେପରି କିଏ ମନୁଷ୍ୟ ଏବଂ କିଏ ପଶୁ ହୋଇ ଜନ୍ମଲାଭ କରିଥାଏ । ବ୍ୟକ୍ତିର ମୃତ୍ୟୁ ସ୍ତିର ନିର୍ଧାର୍ଜ୍ୟ ହୋଇଥାଏ ସତ କିନ୍ତୁ ସବୁଠାରୁ ବଡ କଥା ହେଉଛି । ବ୍ୟକ୍ତିର କର୍ମ ଅନୁସାରେ ତା’ ର ମୃତ୍ୟୁର ସମୟରେ ମଧ୍ୟ ପରିବର୍ତ୍ତନ ଆସିଯାଇଥାଏ । ଯେପରି ଜେଲ୍ ରେ ଥିବା କଏଦୀଙ୍କର କାର୍ଯ୍ୟ ଦେଖି ଜଜ୍ ତା;ର ଜେଲର ସମୟ ଅବଧିକୁ କମାଇ ତାକୁ ଶୀଘ୍ର ଦଣ୍ଡରୁ ମୁକ୍ତି କରିଦେଇଥାଏ ।

ସେହିପରି ଭଗବାନ ପ୍ରତ୍ଯେକଟି ମନୁଷ୍ୟର କର୍ମ ଉପରେ ନଜର ରଖିଥାନ୍ତି । ଯେତେବେଳେ ସେ ଜାଣିଥାନ୍ତି ଏହି ବ୍ୟକ୍ତି ଯେଉଁ ଉଦ୍ଧେଶ୍ୟରେ ଏହି ଧରା ପୃଷ୍ଟକୁ ଜନ୍ମ ନେଇକି ଆସିଥିଲା । ସେହି ସବୁ କର୍ତ୍ତବ୍ୟ ବ୍ୟକ୍ତି ସମାପନ କରିସାରିଲାଣି । ସେତେବେଳେ ସେହି ବ୍ୟକ୍ତିକୁ ଆଉ ଏହି ମୃତ୍ୟୁଲୋକ ବା ଧରା ପୃଷ୍ଟରେ ନରଖି  ତାଙ୍କ ପାଖକୁ ନେଇଯାଇଥାନ୍ତି ।

 

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button