ଦେଶ- ବିଦେଶ

କଣ ଆପଣଙ୍କର ମଧ୍ୟ ରହିଛି ରୁପି ସମସ୍ୟା ? ତେବେ କରନ୍ତୁ ରସୁଣର ଏହି ଉପଚାର

ପ୍ରତ୍ୟେକ ବ୍ୟକ୍ତି ଘନ, ଲମ୍ବା ଏବଂ ସୁନ୍ଦର କେଶ ଚାହିଁଥାନ୍ତି। କିନ୍ତୁ ପ୍ରଦୂଷଣ ଏବଂ ଅସୁସ୍ଥ ଖାଦ୍ୟ-ପାନିୟ କାରଣରୁ କେଶ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ରୁପି ସମସ୍ୟାରୁ ରକ୍ଷା ପାଇବା ପାଇଁ ସାଧାରଣତଃ ଲୋକମାନେ ବଜାରରେ ଉପଲ୍ଲବ୍ଧ ବିଭିନ୍ନ କେଶ ପ୍ରଡକ୍ଟର ବ୍ୟବହାର କରିଥାନ୍ତି । କିନ୍ତୁ ଏଥିରେ ଥିବା କେମିକାଲ ଥିବାରୁ ତାହା କେଶ ପାଇଁ ଭଲ ନୁହଁ ବରଂ ଖରାପ ହୋଇଥାଏ। ଆପଣ ଜାଣିଛନ୍ତି କି ରୁପି ପାଇଁ କେଶରେ ରସୁଣ ବ୍ୟବହାର ଲାଭକାରୀ ହୋଇଥାଏ। କାରଣ ରସୁଣରେ ଆଣ୍ଟି-ଇଫ୍ଲୋମେଟ୍ରି, ଆଣ୍ଟି-ଫଙ୍ଗଲ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ରହିଥାଏ, ଯାହା ରୁପି ସମସ୍ୟାକୁ ଦୂର କରିବାରେ ସହାୟକ ହୋଇ କରିଥାଏ।

ଘିକୁଆଁରୀ ଏବଂ ରସୁଣ:

Garlic-Aloe-vera୨ ଚାମଚ ଘିକୁଆଁରୀ ରେ ୩ ଚାମଚ ରସୁଣର ପେଷ୍ଟ ମିଶାଇ କେଶର ମୁଳରେ ଭଲଭାବେ ଲଗାନ୍ତୁ। ଏହାକୁ ଲଗାଇ ୧୦-୧୫ ମିନିଟ ପର୍ଯ୍ଯନ୍ତ ରଖିବା ପରେ ଧୋଇ ଦିଅନ୍ତୁ।

ସେଓ ଭିନେଗାର ଏବଂ ରସୁଣ:

୧ ଚାମଚ ରସୁଣର ରସରେ ୨ ଚାମଚ ସେଓ ଭିନେଗାର ମିଶାନ୍ତୁ ଏବଂ ଏହାକୁ କେଶର ମୂଳରେ ଲଗାଇ ୧୫ ମିନିଟ ପର୍ଯ୍ଯନ୍ତ ରଖିବା ପରେ ଶାମ୍ପୂରେ ଧୋଇ ଦିଅନ୍ତୁ।

ମହୁ ଏବଂ ରସୁଣ:

୨ ଚାମଚ ମହୁ ସହିତ ୩ ଚାମଚ ରସୁଣ ପେଷ୍ଟ ମିଶାନ୍ତୁ। ଏହାକୁ କେଶର ମୂଳରେ ଲଗାଇ ୧୦-୧୫ ମିନିଟ ପର୍ଯ୍ଯନ୍ତ ରଖିବା ପରେ ଧୋଇ ଦିଅନ୍ତୁ। ଏହି ପ୍ରକ୍ରିୟାକୁ ସପ୍ତାହରେ ୨ ଥର ବ୍ୟବହାର କରନ୍ତୁ।

garlic1ରସୁଣ ପେଷ୍ଟ:

ରସୁଣ ପେଷ୍ଟକୁ କେଶର ମୂଳରେ ଲଗାଇ ୩୦ ମିନିଟ ପର୍ଯ୍ଯନ୍ତ ରଖିବା ପରେ ଧୋଇ ଦିଅନ୍ତୁ। ଏହି ପ୍ରକ୍ରିୟାକୁ ସପ୍ତାହରେ ଥରେ ପ୍ରୟୋଗ କରନ୍ତୁ।

ରସୁଣ ଏବଂ ଲେମ୍ବୁ ରସ:

୧ ଚାମଚ ରସୁଣ ପେଷ୍ଟ ସହିତ ଗୋଟେ ଲେମ୍ବୁର ରସକୁ ଭଲଭାବେ ମିଶାଇ କେଶର ମୂଳରେ ଲଗାନ୍ତୁ। ଏହାକୁ ଲଗାଇ ୧୦-୧୫ ମିନିଟ ପର୍ଯ୍ଯନ୍ତ ରଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ଥରେ ବ୍ୟବହାର କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button