କ୍ରିକେଟ ଜଗତରେ ଚାଞ୍ଚଲ୍ୟ : ପ୍ରତିଶୋଧ ନେବା ପାଇଁ ପତ୍ନୀଙ୍କ ଆପତ୍ତିଜନକ ଭିଡିଓ ଲିକ୍ କରିଥିଲେ ଜୟସୁରୟା
ଶ୍ରୀଲଙ୍କାର ଲୋକପ୍ରିୟ କ୍ରିକେଟର ସନଥ ଜୟସୁରୟା ଇଣ୍ଟରନ୍ୟାସନାଲ କ୍ରିକେଟରେ ଜବରଦସ୍ତ ରନ୍ କରିଛନ୍ତି । ସନଥ ଜୟସୁରୟା ବ୍ୟାଟିଂ କରିବାକୁ ଆସୁଥିବା ବେଳେ ବୋଲରଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଉଥିଲା । ଜୟସୁରୟା ଇଣ୍ଟରନ୍ୟାସନାଲ କ୍ରିକେଟରେ ୨୧୦୩୨ ରନ୍ କରିଛନ୍ତି । ଇଣ୍ଟରନ୍ୟାସନାଲ କ୍ରିକେଟରେ ଜୟସୁରୟା ୪୨ ଶତକ ମାରିଛନ୍ତି ।
ଇଣ୍ଟରନ୍ୟାସନାଲ କ୍ରିକେଟରେ ୩୫୨ ଛକା ମାରିବାର ରେକର୍ଡ ଜୟସୁରୟାଙ୍କ ନାମରେ ରହିଛି ।
ଜୟସୁରୟାଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ବିପକ୍ଷ ଟିମର ବୋଲରଙ୍କ ଝାଳ ବାହାରିପଡେ । ଜୟସୁରୟାଙ୍କ କ୍ରିକେଟ କ୍ୟାରିଅର ଯେତିକି ରୋମାଞ୍ଚଭରା ରହିଛି, ସେତିକି ବ୍ୟକ୍ତିଗତ ଜୀବନ ମଧ୍ୟ ବିବାଦରେ ରହିଛି । ଜୟସୁରୟା ନିଜ ତୃତୀୟ ପତ୍ନୀ ମଲିକା ସିରିସେନାଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ତାଙ୍କର ଆପତ୍ତିଜନକ ଭିଡିଓ ଟେପ୍ ଲିକ୍ କରିଦେଇଥିଲେ ।
୨୦୧୭ରେ ଜୟସୁରୟା ପତ୍ନୀ ମଲିକାଙ୍କ ଆପତ୍ତିଜନକ ଭିଡିଓ ଲିକ୍ କରିଥିଲେ । କେବଳ ପ୍ରତିଶୋଧ ନେବା ପାଇଁ ଜୟସୁରୟା ଏଭଳି କରିଥିଲେ । ଏହା ବିଷୟରେ ପୂର୍ବରୁ ଶ୍ରୀଲଙ୍କାର ଜଣାଶୁଣା ନ୍ୟୁଜପେପର ‘ଦ କଲମ୍ବୋ ଟ୍ରେଲିଗ୍ରାଫ’ରେ ପ୍ରକାଶିତ ହୋଇଥିଲା । ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରଲ ହୋଇଥିଲା । ମଲିକା ସିରସେନା ଜୟସୁରୟାଙ୍କ ତୃତୀୟ ପତ୍ନୀ ଥିଲେ ।
ଜୟସୁରୟାଙ୍କ ପତ୍ନୀ ଅଭିଯୋଗ କରିଥିଲେ କି, ତାଙ୍କ ସ୍ୱାମୀ ଜୟସୁରୟା ପ୍ରତିଶୋଧ ନେବା ପାଇଁ ଏଭଳି କରିଥିଲେ । ଏଥିପାଇଁ ଜୟସୁରୟାଙ୍କ ପତ୍ନୀଙ୍କ ସାଙ୍ଗ ସାଇବର ସିକ୍ୟୁରିଟି ସେଲରେ ଅଭିଯୋଗ ମଧ୍ୟ କରିଥିଲେ । ଜୟସୁରୟାଙ୍କ ତୃତୀୟ ବିବାହ ମଧ୍ୟ ଅସଫଳ ରହିଥିଲା । ଜୟସୁରୟାଙ୍କ ପ୍ରଥମ ବିବାହ ୧୯୯୮ ଏୟାର ଶ୍ରୀଲଙ୍କାର ଗ୍ରାଉଣ୍ଡ ହଷ୍ଟେସ ସୁମୁଦୁ କରୁଣାନାୟକଙ୍କ ସହିତ ହୋଇଥିଲା । ଏହି ବିବାହ ମାତ୍ର ବର୍ଷେ ମଧ୍ୟରେ ଭାଙ୍ଗିଯାଇଥିଲା ।
ଏହାପରେ ୨୦୦୦ ମସିହାରେ ଏୟାର ହଷ୍ଟେସ ସିନ୍ଦ୍ରା ଡିସଲଭା ସହିତ ଦ୍ୱିତୀୟ ବିବାହ କରିଥିଲେ । ତାଙ୍କର ୩ଟି ପିଲା ମଧ୍ୟ ହୋଇଥିଲା । ଏହାପରେ ୨୦୧୨ରେ ଜୟସୁରୟା ମଲିକା ସିରସେନାଙ୍କ ସହିତ ଅନୈତିକ ସଂପର୍କ ରଖିଥିଲେ । ମଲିକାଙ୍କ ପାଇଁ ଜୟସୁରୟା ଦ୍ୱିତୀୟ ପତ୍ନୀ ସନ୍ଦ୍ରା ଡିସଲଭାଙ୍କୁ ଛାଡପତ୍ର ଦେଇଥିଲେ ।
ରିପୋର୍ଟ ମୁତାବକ, ସନଥ ଜୟସୁରୟା ଏବଂ ମଲିକାଙ୍କ ସହିତ ମନ୍ଦିରରେ ସିକ୍ରେଟ ବିବାହ କରିଥିଲେ । ସନଥ ଜୟସୁରୟାଙ୍କ ତୃତୀୟ ପତ୍ନୀ ମଲିକା ପେଶାରେ ଜଣେ ଅଭିନେତ୍ରୀ । ଏମାନେ ୨୦୧୨ରେ ବିବାହ କରିଥିଲେ । ଏହାର କିଛି ଦିନ ପରେ ମଲିକା ଜୟସୁରୟାଙ୍କୁ ଛାଡି ଜଣେ ବିଜନେସମ୍ୟାନ ସହିତ ବିବାହ କରିଥିଲେ ।
ତେବେ ଜୟସୁରୟା ମଲିକାଙ୍କ ଠାରୁ ପ୍ରତିଶୋଧ ନେବାକୁ ଏଭଳି ଆପତ୍ତିଜନକ ଭିଡିଓ ଲିକ୍ କରିଥିଲେ ବୋଲି ଚର୍ଚ୍ଚା ହୋଇଥିଲା ।
ସୂଚନାଯୋଗ୍ୟ, ସନଥ ଜୟସୁରୟା ଶ୍ରୀଲଙ୍କା ପାଇଁ ୧୧୦ ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ୬,୯୭୩ ରନ୍ କରିଛନ୍ତି । ଏଥିରେ ୧୪ଟି ଶତକ ସାମିଲ ରହିଛି । ୪୪୫ ଦିନିକିଆ ମ୍ୟାଚ ଖେଳିଥିବା ବେଳେ ୧୩,୪୩୦ ରନ୍ କରିଛନ୍ତି । ଏଥିରେ ୨୮ଟି ଶତକ ରହିଛି । ଜୟସୁରୟାକ ନାମରେ ୪୪୦ ଓ୍ଵିକେଟ ରହିଛି । ୨୦୧୧ରେ ଜୟସୁରୟା କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ ।