ଜ୍ୟୋତିଷ

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, କଡ଼ା ଏବଂ ଲକେଟ ପିନ୍ଧିବା ପୂର୍ବରୁ ଜାଣିନିଅନ୍ତୁ କିଛି ଜରୁରୀ କଥା

ବର୍ତ୍ତମାନ ଫ୍ୟାନକୁ ନଜର ରଖି ଅନେକ ଲୋକ ବିନା କୌଣସି ବୁଝାବଣାରେ କିଛି ମଧ୍ୟ ଲକେଟ ଏବଂ କଡ଼ା ପିନ୍ଧି ଦେଇଥାନ୍ତି। ଯାହାର ବାସ୍ତବରେ ପରିଣତି ଖୁବ ଖରାପ ହୋଇଥାଏ। ଏହା ଦ୍ବାରା ନକାରତ୍ମକ ପରିସ୍ଥିତି ସ୍ରୁଷ୍ଟି ହୋଇଥାଏ। କଡ଼ା, ଲକେଟର ଭିନ୍ନ ଭିନ୍ନ ମହତ୍ତ୍ବ ରହିଥାଏ। ଏହାର ପ୍ରଭାବ ଗ୍ରହ, ନକ୍ଷେତ୍ର ସହ ସମ୍ବନ୍ଧିତ ରହିଥାଏ। ଆସନ୍ତୁ ଜାଣିବା ଲକେଟ ଏବଂ କଡ଼ା ପିନ୍ଧିବା ପୂର୍ବରୁ କେଉଁ ସମସ୍ତ ଜିନିଷ ଉପରେ ଧ୍ୟାନ ରଖିବା ନିହାତି ଜରୁରୀ।

Bracelets

-ମାନ୍ୟତାଅନୁଯାୟୀ ସବୁବେଳେ ପିତଳ, ତମ୍ବା ଏବଂ ରୁପାର କଡ଼ା ପିନ୍ଧିବା ନିହାତି ଜରୁରୀ। ପିତଳର କଡ଼ା ପିନ୍ଧିବା ଦ୍ବାରା ଗୁରୁ, ତମ୍ବାରୁ ମଙ୍ଗଳ ଏବଂ ରୁପା ପିନ୍ଧିବା ଦ୍ବାରା ଚନ୍ଦ୍ର ଗ୍ରହ ବଳବାନ ହୋଇଥାଏ।

-କେବେ ମଧ୍ୟ ଭୁଲରେ ଷ୍ଟିଲ, ଲୁହା ଏବଂ ଜର୍ମନର କଡ଼ା ପିନ୍ଧିବା ଉଚିତ୍ ନୁହଁ।

-କଡ଼ା ପିନ୍ଧିବା ପରେ କେବେ ମଧ୍ୟ ନିଶା କରିବା ଉଚିତ୍ ନୁହଁ। ଏହାର ପରିଣାମ ଖୁବ୍ ଖରାପ ହୋଇଥାଏ।

silver kada

– ପିଲାଙ୍କୁ ସବୁବେଳେ ରୁପାର ଲକେଟ ପିନ୍ଧାଇବା ଉଚିତ୍। ଏହା ଦ୍ବାରା ତାଙ୍କର ସ୍ବାସ୍ଥ୍ୟ ଉପରେ କୌଣସି କୁପ୍ରଭାବ ପଡିନଥାଏ।

-ପିଲାଙ୍କୁ ସବୁବେଳେ ଅର୍ଦ୍ଧ ଚନ୍ଦ୍ରର ଲକେଟ ପିନ୍ଧାଇବା ଉଚିତ୍। ଏହା ଦ୍ବାରା ତାଙ୍କ ଚଞ୍ଚଳତା କମ ହେବା ସହ ଖଣ୍ଡିଆଖାବରା ମଧ୍ୟ କମ ହୋଇଥାନ୍ତି।

-ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଦେବୀ ଦେବତାଙ୍କ ଲକେଟ ଧାରଣ କରିବା ଅନୁଚିତ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button