ମନୋରଞ୍ଜନ

ବାସି ଭାତରେ ପ୍ରସ୍ତୁତ କରନ୍ତୁ କ୍ରୀସପି ରାଇସ କଟଲେଟ୍, ସନ୍ଧ୍ୟାରେ ଚା’ ସହିତ ନିଅନ୍ତୁ ମଜା

ଆବଶ୍ୟକୀୟ ସାମଗ୍ରୀ

ବାସି ଭାତ – ୨୦୦ ଗ୍ରାମ

ସିଝା ଆଳୁ – ୧୦୦ ଗ୍ରାମ

ଅଦା – ୧୦ ଗ୍ରାମ

କଞ୍ଚା ଲଙ୍କା – ଦୁଇଟା

ସବୁଜ ଧନିଆ ପତ୍ର – ୧୦ ଗ୍ରାମ

ଲୁଣ – ସ୍ବାଦଅନୁସାରେ

ଗରମ ମସଲା – ୨ ଗ୍ରାମ

କିସମିସ୍ – ୧୫ ଗ୍ରାମ୍

ବ୍ରେଡ ଛୋଟ ଛୋଟ ପିସ୍ – ୧୦୦ ଗ୍ରାମ

ଆରୋରୁଟ୍ – ଦୁଇ ଛୋଟ ଚାମଚ

ସଜାଇବା ପାଇଁ ସାଲାଡ

ପ୍ରସ୍ତୁତି ପ୍ରଣାଳୀ 

ଆଳୁର ଚୋପା ଛଡାଇ କଦ୍ଦୁକସ କରି ଦିଅନ୍ତୁ। ଅଦା, କଞ୍ଚା ଲଙ୍କା ଏବଂ ଧନିଆ ପତ୍ରକୁ ଛୋଟ ଛୋଟ କାଟି ନିଅନ୍ତୁ। ଏକ କଡେଇରେ ଗୋଟିଏ ଚାମଚ ତେଲ ଗରମ କରନ୍ତୁ। ଏବେ ସେଥିରେ ଅଦା ପକାଇ ଗୋଟିଏ ମିନିଟ ପର୍ଯ୍ୟନ୍ତ ଫ୍ରାଏ କରି ଆଳୁ ପକାନ୍ତୁ ଏବଂ ୫ ରୁ ୭ ମିନିଟ ପର୍ଯ୍ୟନ୍ତ କରି ଗ୍ୟାସରୁ ବାହାର କରି ଦିଅନ୍ତୁ। ଏବେ ତାହାକୁ ଏକ ପାତ୍ରରେ ପକାନ୍ତୁ ଏବଂ ଥଣ୍ଡା ହେବା ପରେ ସେଥିରେ ଭାତ, ଆରୋରୁଟ, କଞ୍ଚା ଲଙ୍କା, ଧନିଆ ପତ୍ର, ଲୁଣ, ଗରମ ମସଲା ଏବଂ କିସମିସ ପକାଇ ଭଲଭାବେ ମିଶାଇ ଦିଅନ୍ତୁ।

ଏହାପରେ ନିଜ ପସନ୍ଦ ହିସାବରେ ଆକାର ବନାଇ କଟଲେଟ୍ ତିଆରି କରନ୍ତୁ। ଏବେ ଏକ କଡାରେ ତେଲ ଗରମ କରନ୍ତୁ ଏବଂ ସେଥିରେ ଏହି କଟଲେଟକୁ ବ୍ରେଡ ଚୂରା ରେ ଗୋଳାଇ ତେଲ କଡାରେ ପକାନ୍ତୁ। ଏହି କଟଲେଟ୍ ହଳଦିଆ ରଙ୍ଗ ହେବା ହୋଇଗଲା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ। ଏହା ପ୍ରସ୍ତୁତ ହୋଇଗଲା ପରେ ଏକ ପ୍ଲେଟକୁ କାଢ଼ି ଦିଅନ୍ତୁ ଏବଂ ଟମାଟୋ ସସ୍ ଓ ମିକ୍ସ ସାଲାଡ୍ ସହିତ ପରଷନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button