ଜ୍ୟୋତିଷ

ଜୀବନରେ ଭଲ ସମୟ ପାଇଁ ଜାଣନ୍ତୁ ଘଣ୍ଟା ସମ୍ବନ୍ଧୀୟ କିଛି ବାସ୍ତୁଶାସ୍ତ୍ର

ଯେକୌଣସି ଘର ପାଇଁ ଘଣ୍ଟା ଏକ ନିହାତି ଜରୁରୀ ଜିନିଷ। ଏହା ଦ୍ବାରା ଆମେ ସମୟ ଜାଣିପାରିଥାଉ। ପ୍ରାଚୀନକାଳରୁ ଆରମ୍ଭ କରି ବର୍ତ୍ତମାନ ପର‌୍ୟ୍ୟନ୍ତ ଘଣ୍ଟାର ସ୍ବରୁପରେ ଅନେକ ପରିବର୍ତ୍ତନ ହୋଇଛି। କିନ୍ତୁ ଗୋଟିଏ ଜିନିଷ ହିଁ ସବୁବେଳେ ଅପରିବର୍ତ୍ତନୀୟ ରହିଛି ତାହା ହେଉଛି ସମୟ। ତେବେ ମନୁଷ୍ୟର କେତେବେଳେ ଭଲ ତ କେତେବେଳେ ଖରାପ ସମୟ ଲାଗି ରହିଥାଏ। ତେବେ ଆପଣଙ୍କ ସମୟ କିପରି ଯିବା ତାହାର ପ୍ରଭାବ ଆପଣଙ୍କ ଘର କୋଣରେ ଲାଗିଥିବା ଘଣ୍ଟାର ଦିଗରୁ ଜଣାପଡିଥାଏ। ଆଜି ଆମେ ଆପଣଙ୍କୁ ଏନେଇ କିଛି ବାସ୍ତୁ ନିୟମ କହିବାକୁ ଯାଉଛୁ।

watch 2.

-ଘରର ଦକ୍ଷିଣ ଦିଗକୁ ଯମର ଦିଗ ବା ମ୍ରୁତ୍ୟୁର ଦିଗ କୁହାଯାଇଥାଏ। ଏଣୁ କେବେ ମଧ୍ୟ ଭୁଲରେ ଘରର ଦକ୍ଷିଣ ଦିଗରେ ଘଣ୍ଟା ଲଗାଇବା ଅନୁଚିତ୍। ଏହା ଘର ସଦସ୍ୟଙ୍କ ଆୟୁ କମ୍ କରିବା ସହ ଅଶୁଭ ମଧ୍ୟ ହୋଇଥାଏ।

-କେବେ ମଧ୍ୟରେ ଘରେ ବାରମ୍ବାର ଖରାପ ହେଉଥିବା ଘଣ୍ଟା ଲଗାନ୍ତୁ ନାହିଁ। ବାସ୍ତୁ ଅନୁଯାୟୀ, ଧୂଳି ବା ମଇଳା ଘଣ୍ଟା ପରିବାରେ ଖରାପ ପ୍ରଭାବ ପକାଇଥାଏ।

-ଘରର କବାଟ ବା ପ୍ରବେଶ ସ୍ଥାନରେ କେବେ ମଧ୍ୟ ଘଣ୍ଟା ଲଗାନ୍ତୁ ନାହିଁ। ଏହା ଦ୍ବାରା ଘରେ ଦୁଃଖ ବଢ଼ିବା ସହ ଭଳ ମାହୋଲ ରହିନଥାଏ।

-କାର‌୍ୟ୍ୟଳୟରେ ଲଗାଯାଇଥିବା ଘଣ୍ଟା ସବୁବେଳେ ବଡ଼ ହେବା ଉଚିତ୍। ଏହା ଦ୍ବାରା କାର‌୍ୟ୍ୟଳୟରେ କେବେ ମଧ୍ୟ ଖରାପ ବା ବନ୍ଦ ଘଣ୍ଟାର ବ୍ୟବହାର କରିବା ଅନୁଚିତ୍।

-ସଠିକ୍ ସମୟରୁ ସବୁବେଳେ ୨-୩ ମିନିଟ ଆଗକୁ ଘଣ୍ଟାର ସମୟ ରଖିବା ଉଚିତ୍। କାରଣ ସମସ୍ତ ନିର୍ଦ୍ଧାରିତ ଅଥବା ପଛକୁ ଥିଲେ ତାହା ଜୀବନ ଉପରେ ନକାରତ୍ମକ ଭାବନା ଜାତ କରିଥାଏ। ଏପରିକି ଏନେଇ ଦୈନନ୍ଦିନ କାର‌୍ୟ୍ୟରେ ମଧ୍ୟ ବାଧା ଦେଖାଦେଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button