ମନୋରଞ୍ଜନ

ମହିଳା ଦିବସ ଏବଂ ମହାଶିବରାତ୍ରି ଅବସରରେ ଜ୍ୟାକଲିନଙ୍କ ପାଇଁ ପୁଣି ଚିଠି ଲେଖିଲେ ସୁକେଶ – Kalinga News

[ad_1]

ନୂଆଦିଲ୍ଲୀ: ସୁକେଶ ଚନ୍ଦ୍ରଶେଖରଙ୍କୁ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ ତାଙ୍କ ଜୀବନର ସବୁଠାରୁ ବଡ ଭୁଲ ବୋଲି କହିଛନ୍ତି।  କାରଣ ସୁକେଶ ପାଇଁ ଅଭିନେତ୍ରୀଙ୍କ ଜୀବନ ନଷ୍ଟ ହୋଇଯାଇଥିବା କଥା ଅନେକ ସମୟରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ ନିଜ ବୟାନରେ କହିଛନ୍ତି।

ଏହି  କ୍ରମରେ ଦେଖିବାକୁ ଗଲେ ଦିଲ୍ଲୀର ମଣ୍ଡୋଲି ଜେଲରେ ବନ୍ଦୀ ଥିବା ସୁକେଶ ବାରମ୍ବାର ଅଭିନେତ୍ରୀଙ୍କ ପାଖକୁ ଚିଠି ଲେଖି ନିଜର ମନ କଥା କହୁଛନ୍ତି। କିନ୍ତୁ ଜ୍ୟାକଲିନ ଏଭଳି ଚିଠି ଲେଖା ସୁକେଶ ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ ବୋଲି କୋର୍ଟଙ୍କ ଦ୍ବାରସ୍ଥ ହୋଇ ଗୁହାରି ବି କରିଛନ୍ତି।

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁକେଶ ଚନ୍ଦ୍ରଶେଖର ପୁଣି ଥରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ ନିଜର ପ୍ରେମିକାଙ୍କ ତୁଳନା ଶକ୍ତି ରୂପୀ ଦୁର୍ଗାଙ୍କ ସହ କରିଛନ୍ତି।

ସୁକେଶ ତାଙ୍କ ନୂତନ ଚିଠିରେ ଜ୍ୟାକଲିନଙ୍କୁ ‘ବେବି’, କେବେ ‘ସବୁଠାରୁ ସୁନ୍ଦର ମହିଳା’ ଏବଂ ବେଳେବେଳେ ‘ବୋମା’ ବୋଲି କହିଛନ୍ତି।

ସୁକେଶ ଲେଖିଛନ୍ତି, ‘ମୁଁ ଏହି ବିଶେଷ ଦିନ ପାଳନ କରୁଛି, କାରଣ ମୋ ଜୀବନରେ ଏପରି ଜଣେ ମହିଳା ଅଭିନେତ୍ରୀ ଆସିଥିଲେ, ଯିଏକି ମୋ‌‌ର ଶକ୍ତି ଏବଂ ସାହସର କାରଣ ପାଲଟିଥିଲେ।’

ନିକଟରେ ମୁମ୍ବାଇସ୍ଥିତ ଜ୍ୟାକଲିନଙ୍କ କୋଠାରେ ନିଆଁ ଲାଗିଥିବାର ଖବର ଆସିଥିଲା। ସୁକେଶ ଏହି ଘଟଣାକୁ ନେଇ ଚିଠିରେ ଲେଖିଛନ୍ତି, ‘ତୁମର କୋଠାରେ ନିଆଁ ଲାଗିବା ଖବର ପାଇବା ପରେ ମୋର ହୃଦୟସ୍ପନ୍ଦନ ବନ୍ଦ ହୋଇଯାଇଥିଲା ଭଳି ଲାଗିଥିଲା।  ଭଗବାନଙ୍କୁ ଧନ୍ୟବାଦ ତୁମେ ସମ୍ପୂର୍ଣ୍ଣ ଭଲ ଅଛ।’

ଚିଠିର ଶେଷରେ ସୁକେଶ ସମସ୍ତଙ୍କୁ ମହିଳା ଦିବସ ଏବଂ ମହାଶିବରାତ୍ରି ପାଇଁ ଶୁଭେଚ୍ଛା ଜଣାଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button