ସ୍ୱାସ୍ଥ୍ୟ

ମିଶ୍ରି ଖାଇବା ଦ୍ବାରା ଦୂର ହେବ ଆପଣଙ୍କର ଏହି ସମସ୍ୟା, ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ

ଆପଣମାନେ ଜାଣିଥିବେ ମିଶ୍ରିର ବ୍ୟବହାର କେବଳ ଖାଦ୍ୟ ଖାଇବା ପରେ ମାଉଥ୍ ଫ୍ରେଶନର ପାଇଁ ବ୍ୟବହାର କରାଯାଇଥାଏ। ଏହା ସହିତ ମିଶ୍ରି ଘରେ ହେଉଥିବା ପୂଜା-ପାଠ ସମୟରେ ବ୍ୟବହାର କରାଯାଇଥାଏ, କିନ୍ତୁ ଆପଣ ଜାଣିଛନ୍ତି କି ମିଶ୍ରି ସେବନ କଲେ ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ।

ଜାଣନ୍ତୁ ମିଶ୍ରି ସେବନ ଦ୍ବାରା ଶରୀରରେ କଣ ଲାଭ ମିଳିଥାଏ:

mishriଶୀତ ସମୟରେ କିଛି ଲୋକମାନଙ୍କୁ ଥଣ୍ଡା ହୋଇଥାଏ। ଏହି ସମମୟରେ କାସ ମଧ୍ୟ ହୋଇଥାଏ। ଏହି ସମୟରେ ମିଶ୍ରି ସହିତ ଗୋଲମରିଚ ପାଉଡ଼ର ଏବଂ ଘିଅ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ରାତିରେ ଶୋଇବା ସମୟରେ ଏକ ଚାମଚ ବ୍ୟବହାର କରନ୍ତୁ। ଲଗାତାର ଏହାକୁ କିଛି ଦିନ ବ୍ୟବହାର କରିବା ପରେ ଆପଣଙ୍କୁ କାସରୁ ମୁକ୍ତି ମିଳିଥାଏ। ଶରୀରରେ ହିମୋଗ୍ଲୋବିନ ମାତ୍ରା କମ ହେବା ଦ୍ବାରା ରକ୍ତ ମଧ୍ୟ କମ ହୋଇଯାଇଥାଏ, ଯାହା ଫଳରେ ଦୁର୍ବଳ ଲାଗିବା ଭଳି ଅନୁଭବ ହୋଇଥାଏ। ଏପରି ହେଉଥିଲେ ଆପଣ ନିୟମିତ ମିଶ୍ରି ସେବନ କରନ୍ତୁ ଏହାଦ୍ବାରା ଆପଣଙ୍କ ଶରୀରରୁ କେବେବି ରକ୍ତର ଅଭାବ ହେବନାହିଁ। ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ଠିକ ହୋଇଥାଏ।

fennel and mishriମିଶ୍ରିକୁ ପାନମଧୁରି ସହିତ ମିଶାଇ ସେବନ କଲେ ଆପଣଙ୍କ ଶରୀରର ହଜମ ଶକ୍ତି ଠିକ ଭାବେ କାମ କରିଥାଏ। ଏଥିରେ ପାଚକ ଗୁଣ ରହିଥାଏ, ଯାହା ଖାଦ୍ୟକୁ ଠିକ ଭାବେ ହଜମ କରିଥାଏ। ଏହା ସେବନ କଲେ ଆପଣଙ୍କର ପେଟ ସମ୍ବନ୍ଧୀୟ କୌଣସି ରୋଗ ହୋଇନଥାଏ। ମିଶ୍ରି ପାଟିକୁ ସ୍ବାଦ ଲାଗିବା ସହିତ ଏହା ଶରୀରରେ ପୁରା ଦିନ ଏନର୍ଜି ଦେଇଥାଏ। ପାନମଧୁରି ସହିତ ମିଶ୍ରି ମିଶାଇ ସେବନ କଲେ ବହୁତ ଲାଭ ମିଳିଥାଏ। ନାକରୁ ରକ୍ତ ବାହାରୁ ଥିବା ଭଳି ସମସ୍ୟା ମଧ୍ୟ ମିଶ୍ରି ସେବନ କରିବା ଦ୍ବାରା ଦୂର ହୋଇଯାଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button