ଯୋଗାସନ ଆପଣଙ୍କ ପାଦର ମାସଂପେଶୀରେ ହେଉଥିବା ସମସ୍ୟାକୁ ଦୂର କରିଥାଏ

ପୁରାଦିନ କାମ କରିବା ପରେ ହାଲିଆ ଲାଗିବା କାରଣରୁ ବ୍ୟକ୍ତିର ଶରୀରରେ ଏବଂ ମାସଂପେଶୀରେ ସମସ୍ୟା ଦେଖାଦେଇଥାଏ।ବିଶେଷ କରି ଏହା ପାଦରେ ହୋଇଥାଏ। ପାଦର ମାସଂ ପେଶୀରେ ଦେଖାଯାଉଥିବା ଏହି ସମସ୍ୟାକୁ ଅନେକ ଉପାୟରେ ଦୂର କରାଯାଇପାରିବ। ବହୁତ ଲୋକ ଏହି କଷ୍ଟରୁ ରକ୍ଷା ପାଇବା ପାଇଁ ଔଷଧ,ଜେଲ୍ ର ବ୍ୟବହାର କରିଥାନ୍ତି। କିନ୍ତୁ ଏହାର ପାଶ୍ବପ୍ରତିକ୍ରିୟା ହେବାର ଭୟ ରହିଥାଏ। ଆପଣ ଏହି କଷ୍ଟ ମଧ୍ୟ ଯୋଗାସନ ମାଧ୍ୟମରେ ମଧ୍ୟ ଦୂର କରିପାରିବେ। ଜାଣନ୍ତୁ କେଉଁ ଯୋଗାସନ ଆପଣଙ୍କ ପାଦର ମାସଂପେଶୀରେ ହେଉଥିବା କଷ୍ଟକୁ ଦୁର କରିଥାଏ।
ସର୍ବାସନ
ଏହି ଯୋଗାସନ ପାଦର ମାସଂପେଶୀରେ ହେଉଥିବା ସମସ୍ୟାକୁ ଦୂର କରିବାରେ ସାହାଯ୍ୟକରିଥାଏ।ଏହା କରିବା ପାଇଁ ପିଠି ପଟରେ ଶୋଇ ଯାଆନ୍ତୁ ଏବଂ ଆପଣଙ୍କର ଗୋଡ଼ କୁ ଉପରକୁ ଉଠାନ୍ତୁ। ଗୋଡ଼କୁ ସେହି ପର୍ଯ୍ୟନ୍ତ ଉଠାନ୍ତୁ ଯେ ପର୍ଯ୍ୟନ୍ତ ଆପଣଙ୍କ ଶରୀରର ସବୁ ଓଜନ କାନ୍ଧ,ବେକ ଏବଂ ମୁଣ୍ଡ ପର୍ଯ୍ୟନ୍ତ ନ ଆସିଛି । ଏହି ଅବସ୍ଥାରେ କିଛି ସମୟ ରହିବା ଦ୍ବାରା ଆପଣଙ୍କର ପାଦର ସମସ୍ୟା ଦୂର ହୋଇଥାଏ।
ଶବାସନ
ଏହି ଯୋଗାସନ ସବୁ ବୟସର ଲୋକମାନେ କରିପାରିବେ। ଏହା କରିବା ପାଇଁ ହାତ ଏବଂ ଗୋଡ଼କୁ ମେଲାଇ ଚଟାଣରେ ଶୋଇପଡ଼ନ୍ତୁ। ଏହି ଅବସ୍ଥାରେ ଆପଣଙ୍କ ମୁଣ୍ଡରୁ ସବୁ ଚିନ୍ତା ଦୂର କରିଦିଅନ୍ତୁ। ଏହି ଯୋଗାସନ ଶରୀରର ମାସଂପେଶୀକୁ ଆରାମ ଦେବାରେ ସାହାଯ୍ୟ କରିଥାଏ।
ବିପରୀତ କରଣୀ
ଏହା ମାସଂପେଶୀରେ ହେଉଥିବା କଷ୍ଟକୁ ଆରାମ ଦେବାରେ ସବୁଠାରୁ ସହଜ ଯୋଗାସନ ହୋଇଥାଏ।ଯେତେବେଳେ ଆପଣଙ୍କ ପାଦର ମାସଂପେଶୀରେ କଷ୍ଟ ହୋଇଥାଏ ସେହି ସମୟରେ ଏହି ଯୋଗ କରନ୍ତୁ। ଏହା କରିବାପାଇଁ ଆପଣ ଚଟାଣରେ ଶୋଇ ରହି ବକ୍ଷ ସ୍ଥଳକୁ ଚଟାଣରେ ଲଗାନ୍ତୁ। ଏହା ଦ୍ବାରା ଆପଣଙ୍କ ଅଣ୍ଟା ଏବଂ ପାଦର ମାସଂପେଶୀକୁ ଆରାମ ମିଳିଥାଏ।
ସଲମ୍ବ ଭୂଜଙ୍ଗାସନ
ଏହା କରିବାପାଇଁ ଆପଣ ପେଟ ତଳକୁ କରି ଶୋଇ ଯାଆନ୍ତୁ। ଏବେ ଆପଣଙ୍କ ହାତକୁ ତଳେ ରଖି ମୁଣ୍ଡକୁ ପଛପଟକୁ ଧୀରେ ଧୀରେ ନିଅନ୍ତୁ। ଯେତିକି ସମୟ ପର୍ଯ୍ୟନ୍ତ ସମ୍ଭବ ଆପଣ ଏହିଭଳି ଅବସ୍ଥାରେ ରୁହନ୍ତୁ। ଏହା ଆପଣଙ୍କ ମାସଂପେଶୀକୁ ଶକ୍ତି ଦେବା ସହିତ କଷ୍ଟରୁ ମୁକ୍ତି ଦେଇଥାଏ।




