ଦେଶ- ବିଦେଶ

।ଗଙ୍ଗା ଜଳରେ ରହିଛି ଅନେକ ରୋଗର ଚିକିତ୍ସା : ଜାଣନ୍ତୁ କାହିଁକି ଏହା ଏତେ ପବିତ୍ର

ବର୍ତ୍ତମାନ କୁମ୍ଭମେଳା ଚାଲିଛି, ଏନେଇ ଗଙ୍ଗା ଜଳରେ ବୁଡ଼ ମାରିବା ପାଇଁ ପହଞ୍ଚିଛନ୍ତି ଲକ୍ଷାଧିକ ଭକ୍ତ। ସଠିକ୍ ସ୍ବାସ୍ଥ୍ଯ ଏବଂ ନିଜର ପବିତ୍ରତା ବଜାୟ ରଖିବା ପାଇଁ ଶ୍ରଦ୍ଧାଳୁ ଗଙ୍ଗାଜଳରେ ସ୍ନାନ କରିଥାନ୍ତି। ତେବେ ଆମ ଦେଶରେ ଗଙ୍ଗା ଜଳକୁ ଖୁବ ପବିତ୍ର ଏବଂ ପାବନ କୁହାଯାଇଥାଏ। ଏପରିକି ଏହାର ତୁଳନା ଅମ୍ରୁତ ସହ କରାଯାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ଗଙ୍ଗା ଜଳରେ ଅନେକ ରୋଗକୁ ଦୂର କରିବାର ଚମତ୍କାରୀ ପଦାର୍ଥ ଲୁଚି ରହିଥାଏ। ପଶୁ ଠାରୁ ଆରମ୍ଭ କରି ମନୁଷ୍ଯଙ୍କ ଶରୀରର ଅନେକ ରୋଗକୁ ଦୂର କରିଥାଏ ଗଙ୍ଗାଜଳ।

Ganga_

-ରାଷ୍ଟ୍ରିୟ ଅନୁସନ୍ଧାନ କେନ୍ଦ୍ରର ଜଣେ ବୈଜ୍ଞାନିକଙ୍କ ଦ୍ବାରା କରାଯାଇଥିବା ରିସର୍ଚ୍ଚରୁ ଜଣାପଡ଼ିଛି , ଗଙ୍ଗାଜଳରେ ୮ରୁ ଅଧିକ ପ୍ରକାରର ରୋଗକୁ ଦୂର କରିବାର ସମାର୍ଥ ରହିଛି। ଏହା ନିମୋନିଆ, ମସ୍ତିଷ୍କ ଜ୍ବର, ଖଣ୍ଡିଆ ଆଦିକୁ ଠିକ କରିବାରେ ସହାୟତ କରିଥାଏ।

 

-ବୈଜ୍ଞାନିକଙ୍କ ସୂଚନା ଅନୁଯାୟୀ, ଗଙ୍ଗାଜଳ ହିମାଳୟରୁ ଆସିଥିବାରୁ ଏଥିରେ କୌଣସି ପ୍ରକାରର ଖରାପ ପ୍ରଭାବ ପଡ଼ିନଥାଏ। ଏହାର ପାଣିରେ ପର୍ବତରେ ଥିବା ବିଭିନ୍ନ ଔଷଧିୟ ଗଛ ଦେଇଆସିଥାଏ। ଯାହା ଫଳରେ ତାହାର ଔଷଧିୟ ଗୁଣ ଏଥିରେ ସାମିଲ ରହିଥାଏ। ଏଣୁ ଏହି ପାଣି କେବେ ଖରାପ ହୋଇନଥିବା ବେଳେ ଏହାକୁ ସେବନ କଲେ କିଛି ଖରାପ ପ୍ରଭାବ ମଧ୍ୟ ମିଳିନଥାଏ।

Ganga_Water

-ଗଙ୍ଗାର ପାଣିରେ ସଲଫରର ମାତ୍ରା ଅଧିକ ରହିଥାଏ। ଏଣୁ ଏହାର ପାଣି କେବେ ଖରାପ ହୋଇନଥାଏ। ଏହାଛଡ଼ା କିଛି ଭୁ-ରାସାୟନିକ ପଦାର୍ଥ ମଧ୍ୟ ଗଙ୍ଗାପାଣିରେ ରହିଥାଏ ଯାହା ଫଳରେ ଏଥିରେ କେବେ ପୋକଯୋକ ହୋଇନଥାଏ।

-ଗଙ୍ଗାଜଳ ଉପରେ ୧୯୮୦ ମସିହାରୁ ରିସର୍ଚ୍ଚ ଚାଲିଆସୁଛି। ଏହି ରିସର୍ଚ୍ଚ ମାନଙ୍କରେ ଏଥିରେ ଥିବା ଔଷଧିୟ ଗୁଣ ଶରୀର ବିଭିନ୍ନ ରୋଗକୁ ଦୂର କରିଥାଏ ବୋଲି ପ୍ରମାଣ ହୋଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button