ସ୍ୱାସ୍ଥ୍ୟ

ଗର୍ଭାବସ୍ଥାରେ ଟମାଟୋ ଖାଇବା ଠିକ୍‌ ନା ଭୁଲ୍‌ ? ଜାଣନ୍ତୁ ଏହାକୁ ନେଇ କଣ କୁହନ୍ତି ଡାକ୍ତର

ଗର୍ଭାବସ୍ଥା ସମୟରେ ଆପଣଙ୍କୁ ଖାଦ୍ୟପେୟର ଅଧିକ ଧ୍ୟାନ ରଖିବାକୁ ପଡିଥାଏ। କାରଣ ସାମାନ୍ୟ ଅସାବଧାନତା ଆପଣଙ୍କୁ ସମସ୍ୟାରେ ପକାଇପାରେ। ଏମିତି ବହୁତ କିଛି ଜିନିଷ ରହିଛି ଯାହାକୁ ଗର୍ଭବସ୍ଥାରେ ଖାଇବା ଉଚିତ ନୁହେଁ। ତେବେ ପ୍ରଶ୍ନ ଏଇଠି ଉଠୁଛି ଯେ ଗର୍ଭବସ୍ଥାରେ କଣ ଆପଣ ଟମାଟୋ ଖାଇପାରିବେ? ସାଲାଡରେ ଟମାଟୋ ଖାଇବା ବହୁତ ଭଲ ଲାଗିଥାଏ ଏବଂ ଟମାଟୋ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ମଧ୍ୟ ହୋଇଥାଏ।

tomatoଶରୀରରକୁ ଲାଭ ପହଁଚାଉଥିବା ଟମାଟୋରେ ଭିଟାମିନ ଏ,ସି, ଫୋଲେଟ ଏବଂ ଫଲିକ ଏସିଡ୍‌ ପର୍ଯ୍ୟାପ୍ତ ମାତ୍ରାରେ ରହିଥାଏ ଯାହା ମା ଏବଂ ଶିଶୁଙ୍କ ପାଇଁ ଲାଭକାରୀ ହୋଇଥାଏ। ଟମାଟୋକୁ ଖାଇବା ଦ୍ୱାରା ଶରୀରରେ ଲାଇକୋପିନ ଏବଂ ଆଇରନର ଅଭାବ ପୂରା ହୋଇଥାଏ ଯାହା ଗର୍ଭରେ ବଢ଼ୁଥିବା ଶିଶୁ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଗର୍ଭବସ୍ଥାରେ ଟମାଟୋ ଖାଇବା କେତେ ଲାଭଦାୟକ।

ଶରୀରକୁ ଶକ୍ତି ଦେଇଥାଏ

ଗର୍ଭାବସ୍ଥା ସମୟରେ ଥକାପଣ ଏବଂ ଦୁର୍ବଳ ଭଳି ସମସ୍ୟା ଦେଖାଯାଇଥାଏ। ଟମାଟୋରେ ବହୁତମାତ୍ରାରେ କ୍ୟାଲୋରୀ ରହିଥାଏ ଏଥିପାଇଁ ଏହାକୁ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ଆପଣ ଟମାଟୋ ସୁପ କିମ୍ବା ଜୁସ୍‌ କରି ଖାଇପାରିବେ।

Pregnantଶିଶୁର ବିକାଶ ପାଇଁ

ଗୋଟିଏ ଟମାଟୋରେ ୪୦ ପ୍ରତିଶତ ଆରଡିଏ ରହିଥାଏ ଯାହା ଗର୍ଭାବସ୍ଥାରେ ବହୁତ ଲାଭକାରୀ ହୋଇଥାଏ। ଏହା ଆପଣଙ୍କୁ ଭିଟାମିନ୍‌ ସି, ଏ, କେ, ପୋଟାସିୟମ, ଆଇରନ ଏବଂ କ୍ୟାଲସିୟମ ଦେଇଥାଏ ଯାହା ଶିଶୁର ବିକାଶ ପାଇଁ ବହୁତ ଉପଯୋଗୀ ହୋଇଥାଏ। ଏଥିପାଇଁ ଗର୍ଭାବସ୍ଥାରେ ସଠିକ ମାତ୍ରାରେ ଟମାଟୋର ସେବନ କରିବା ଲାଭଦାୟକ ହୋଥାଏ।

ପର୍ଯ୍ୟାପ୍ତ ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ

ଟମାଟୋ ହେଉଛି ଆଣ୍ଟିଅକ୍ସିଡେଣ୍ଟର ବହୁତ ଭଲ ସ୍ରୋତ ଅଟେ। ଏହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। ଟମାଟୋ ଖାଇଲେ ଭାଇରାଲ, ଫ୍ଲୁ ହେବାର ଭୟ କମ୍‌ ରହିଥାଏ।

tomato juiceକୋଲେଷ୍ଟ୍ରଲର ସ୍ତର କମ୍‌ ରହିଥାଏ

କୋଲେଷ୍ଟ୍ରଲର ସ୍ତରକୁ କମ୍‌ କରିବାରେ ଟମାଟୋ ଲାଭକାରୀ ହୋଇଥାଏ। ଲାଇକୋପିନ ଟମାଟୋରେ ଥିବା ଏକ ତତ୍ତ୍ୱ ରହିଥାଏ ଯାହା ଏଲଡିଏଲ କୋଲେଷ୍ଟ୍ରଲର ସ୍ତରକୁ କମ୍‌ କରିଥାଏ। ଟମାଟୋ ଖାଇଲେ ହୃଦୟ ସୁସ୍ଥ ରହିଥାଏ, ଏଥିପାଇଁ ଗର୍ଭାବସ୍ଥାରେ ଟମାଟୋକୁ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ। ଏଥିପାଇଁ ଡାକ୍ତର ମଧ୍ୟ ଟମାଟୋ ଖାଇବାକୁ ପରାମର୍ଶଦେଇଥାନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button