ରାଜ୍ୟ

ପାନମଧୁରୀ ଏବଂ ମିଶ୍ରୀ ମିଶାଇ ଖାଇବାର ରହିଛି ଅନେକ ଫାଇଦା, ଜାଣିଲେ ହେବେ ଆଶ୍ଚର‌୍ୟ୍ୟ

ପାନମଧୁରୀ ଏବଂ ମିଶ୍ରୀର ସେବନ ଖାସ କରି ଖାଦ୍ୟ ଖାଇବା ପରେ ମାଉଥ ଫ୍ରେସନର ଭାବେ କରାଯାଇଥାଏ। ଏହା ଦ୍ବାରା ପାଟିର ସ୍ବାଦ ବଢ଼ିବା ସହ ଟେଷ୍ଟ ମଧ୍ୟ ସଠିକ୍ ରହିଥାଏ। ଏହା ଖାଦ୍ୟ ଶୀଘ୍ର ହଜମ କରିବାରେ ମଧ୍ୟ ଖୁବ୍ ସହାୟକ ହୋଇଥାଏ। କିନ୍ତୁ ଆପଣ ଏହାର ସ୍ବାସ୍ଥ୍ୟାଗତ ଫାଇବା ବିଷୟରେ ଜାଣିଛନ୍ତି କି ? ଆଜି ଆମେ ଆପଣଙ୍କୁ ତାହା ବିଷୟରେ ଜଣାଇବାକୁ ଯାଉଛୁ।

-ପାନମଧୁରୀକୁ ଗୁଣ୍ଡ କରି ଗୁଲକନ୍ଦ ସହ ମିଶାଇ ସେବନ କରନ୍ତୁ। ଏହା ପାଚନକ୍ରିୟାକୁ ସଠିକ୍ ରଖିବା ସହ ହଜମପ୍ରକ୍ରିୟା ନେଇ ସମସ୍ତ ସମସ୍ୟା ଦୂର କରିଥାଏ।

Fennel-Seeds

-ପାନମଧୁରୀକୁ ପାଟିରେ ରଖି ଚୋବାଇବା ଦ୍ବାରା ଗଳା ଖରାପ ସମସ୍ୟା ଦୂର ହୋଇଥାଏ।

-ପାନମଧୁରୀର ରସକୁ ମହୁ ସହ ମିଶାଇ ସେବନ କରିବା ଦ୍ବାରା କାସ ଠିକ୍ ହୋଇଥାଏ।

-ଏହାକୁ ହାଲୁକା ଉଷୁମ ପାଣିରେ ମିଶାଇ ସେବନ କରିବା ଦ୍ବାରା କୋଷ୍ଠକାଠିଣ୍ୟ ଭଳି ଅସୁବିଧା ଦୂର ହୋଇଥାଏ।

-ପାନମଧୁରୀକୁ ଗରମ କରି ମିଶ୍ରୀ ସହ ମିଶାଇ ଖାଇବା ଦ୍ବାରା ପେଟ ସମ୍ବନ୍ଧୀୟ ଅସୁବିଧା ଦୂର ହେବା ସହ ଖଟ୍ଟା ହାକୁଟି ଆସିବା ବନ୍ଦ ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button