ରାଜ୍ୟ

ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, କାରଣ ଅସ୍ପଷ୍ଟ

ଖୋର୍ଦ୍ଧା,୧୩/୦୯: ନାଳରେ ଭାସୁଛି ମୃତଦେହ । ମୃତ ବ୍ୟକ୍ତିଙ୍କ ପରିଚୟ ଏବଂ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଜଟଣୀ ଥାନା ଅନ୍ତର୍ଗତ ଷଣ୍ଡପୁର ପାଖ ଜଗନ୍ନାଥ ବିହାର ଅଞ୍ଚଳରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ଜଗନ୍ନାଥ ବିହାର ଅଞ୍ଚଳର ଏକ ନାଳରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ ।

ଏହା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟଲୋକେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ଜଟଣୀ ପୋଲିସ । ସେଠାରେ ପହଞ୍ଚି ନାଳରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଏଥି ସହିତ ମୃତକଙ୍କ ପରିଚୟ ଏବଂ ମୃତ୍ୟୁର କାରଣ ଖୋଜି ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଦୁଇ ଦିନ ହେବ ବ୍ୟକ୍ତିଙ୍କ ମୃତଦେହ ନାଳରେ ପଡ଼ି ରହିଥିବାର ଅନୁମାନ କରୁଛି ପୋଲିସ ।

Related Articles

Leave a Reply

Your email address will not be published. Required fields are marked *

Back to top button