ସ୍ୱାସ୍ଥ୍ୟ
ଠିଆ ହୋଇ ଭୋଜନ କରୁଥିଲେ ସାବଧାନ ! ନଚେତ ଭୋଗିବାରନ୍ତି ଏହି ଅସୁବିଧା

ସାଧାରଣତଃ ଖାଇବାକୁ ନେଇ ସମାଜରେ ତଥା ପୁରାଣଶାସ୍ତ୍ରରେ ଅନେକ ନିୟମ ରହିଛି। କିନ୍ତୁ ଜାଣିଛନ୍ତି କି, ଖାଦ୍ୟ ଗ୍ରହଣ ସମୟରେ କିଛି ଜିନିଷର ଅଭ୍ୟାସ ଆମ ସ୍ବାସ୍ଥ୍ୟା ଉପରେ ଖରାପ ଏବଂ ଭଲ ପ୍ରଭାବ ପକାଇଥାଏ। ଏନେଇ କେବେ ମଧ୍ୟ ଠିଆ ହୋଇ ଭୋଜନ ଗ୍ରହଣ କରିବା ଉଚିତ ନୁହଁ। କାରଣ ଏହାର ଅନେକ କୁପ୍ରଭାବ ଆମ ଶରୀର ଉପରେ ପଡ଼ିଥାଏ।
-ଠିଆ ହୋଇ ଖାଇବା ଦ୍ବାରା ସଠିକ୍ ଭାବେ ହଜମ ହୋଇନଥାଏ। ଏହା ଦ୍ବାରା ପେଟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦେଖାଦେଇପାରେ।
-ଠିଆ ହୋଇଖାଇବା ଦ୍ବାରା ଏହାର ପ୍ରଭାବ ସିଧାସଳଖ ପେଟର ଆନ୍ତନଳୀ ଉପରେ ପଡ଼ିଥାଏ। ଯାହା ଫଳରେ ପେଟ ଫୁଲିବା ଏବଂ କାଟିବା ଭଳି ଅସୁବିଧା ଯାତ ହୋଇଥାଏ।

-ଠିଆ ହୋଇଖାଇବା ଦ୍ବାରା ପେଟ ଏବଂ ମନ ଦୁଇଟି ଭରି ନଥାଏ।ଏହା ଦ୍ବାରା ମନରେ ଏକାଗ୍ରତା ଆସିନଥାଏ। ଏହା ଦ୍ବାରା ଅଲସର ସମସ୍ୟା ବଢ଼ିବାର ମଧ୍ୟ ସମ୍ଭାବନା ରହିଥାଏ।
-ବିଶେଷଜ୍ଞଙ୍କ ଅନୁଯାୟୀ, ଠିଆ ହୋଇ ଖାଇବା ଦ୍ବାରା କିଡ଼ନିରେ ପ୍ରଭାବ ପଡ଼ିବା ସହ ପେଟରେ ପଥର ହୋଇଥାଏ। ଏଥିସହ ଆଣ୍ଠୁଗଣ୍ଠି ଯନ୍ତ୍ରଣା ମଧ୍ୟ ଅନୁଭୂତ ହୋଇଥାଏ।




