ଜ୍ୟୋତିଷ

ରାଶି ସାହାଯ୍ୟରେ ଜାଣନ୍ତୁ ବିବାହ ପରେ କେତୋଟି ପିଲାର ମା’ ହେବେ ଆପଣ !!

ବିବାହ ପରେ ଛୁଆକୁ ନେଇ ସବୁବେଳେ ଦମ୍ପତ୍ତିଙ୍କ ମନରେ ପିଲାଙ୍କୁ ନେଇ ପ୍ରଶ୍ନ ରହିଥାଏ ଏବଂ ଚିନ୍ତା ଥାଏ। ସେହିଭଳି ଜଣେ ମହିଳା ବିବାହ ପରେ କେତେଟା ପିଲାର ମା’ ହେବେ ତାହା ତାଙ୍କ ରାଶି ଉପରେ ମଧ୍ୟ ନିର୍ଭର କରିଥାଏ। ରାଶି ହିସାବରେ ପ୍ରତ୍ୟେକ ମହିଳା କେତୋଟି ପିଲାର ମା’ ହେବେ ତାହା ସହଜରେ ଜଣା ଯାଇପାରିବ।

-ମେଷ, କନ୍ୟା, ଧନୁ ଏବଂ କୁମ୍ଭ ରାଶିର ଅଧିକାଂଶ ମହିଳା ଗୋଟିଏ ପିଲାର ମା’ ହୋଇଥାନ୍ତି। ଏହାର କାରଣ ତାଙ୍କର ସ୍ବଭାବ ମଧ୍ୟ ହୋଇଥାଏ। ଏହି ରାଶିର ମହିଳାଙ୍କୁ ବୁଲିବାକୁ ବହୁତ ପସନ୍ଦ ହୋଇଥାଏ, ଏଥିପାଇଁ ଏମାନେ ଦାୟିତ୍ବ ନେବା ପାଇଁ ପ୍ରସ୍ତୁତ ହୋଇ ନଥାନ୍ତି। ଏମାନଙ୍କୁ ଗୋଟିଏ ପିଲା ସମ୍ଭାଳିବା ବହୁତ କଷ୍ଟକର ହୋଇଥାଏ।

women-ବୃଷ,ମିଥୁନ,କର୍କଟ ଏବଂ ବିଛା ରାଶିର ମହିଳା ଦୁଇଟି ପିଲା ପର୍ଯ୍ୟନ୍ତ ସୀମିତ ରୁହନ୍ତି। ସବୁବେଳେ ଏହି ରାଶିର ମହିଳା ଦୁଇଟି ପିଲା ବିଷୟରେ ଭାବିଥାନ୍ତି ଏବଂ ବିବାହ ପରେ ଏମାନଙ୍କର ପ୍ରାୟ ଦୁଇଟି ପିଲା ହୋଇଥାଏ। ସେହିଭଳି ଅଧିକାଂଶ ସମୟରେ ଏମାନଙ୍କର ଦୁଇ ଯାଆଁଳା ପିଲା ମଧ୍ୟ ହୋଇଥାନ୍ତି।

-ମକର ରାଶିର ମହିଳାଙ୍କର ରାଶି ହିସାବରେ ବିବାହ ପରେ ତିନିଟି ପିଲା ହୋଇଥାଏ।

-ସିଂହ, ତୁଳା ଏବଂ ମୀନ ରାଶିର ମହିଳାମାନଙ୍କର ଦୁଇଟି କିମ୍ବା ଚାରିଟି ପିଲା ହୋଇଥାଏ। ଏହି ମହିଳାଙ୍କୁ ପିଲା ମାନଙ୍କ ଠାରୁ ବହୁତ ସ୍ନେହ,ପ୍ରେମ ଏବଂ ଭଲପାଇବା ମିଳିଥାଏ। ଯେଁଉ କାରଣରୁ ଏମାନଙ୍କୁ ସନ୍ତାନ ସୁଖ ମଧ୍ୟ ଅଧିକ ମିଳିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button