ଦେଶ- ବିଦେଶ

ସବୁବେଳେ ରହୁଛି କି ମୁଡ଼୍ ଅଫ୍, ତେବେ ନିଶ୍ଚିତ କରନ୍ତୁ ଏହି ଜିନିଷର ସେବନ

ଅନେକ ସମୟରେ ଆମ ଜୀବନରେ ଏପରି କିଛି ଅସୁବିଧା ଆସିଥାଏ ଯାହାର ସମାଧାନ ଆମ ପାଖରେ ନଥାଏ। ଏହି ସମୟରେ ତାହା ବିଷୟରେ ଭାବି ଆମେ ଚିନ୍ତିତ ହୋଇଥାଏ। ତାହା ଏତେ ମାତ୍ରାରେ ବଢ଼ିଯାଇଥାଏ କି ଲୋକ ଡିପ୍ରେସନ ବା ମାନସୀକ ଚାପର ଶିକାର ହୋଇଯାଇଥାନ୍ତି। ଏନେଇ ଏପରି କିଛି ପଦକ୍ଷେପ ଉଠାଇଥାନ୍ତି ବ୍ୟକ୍ତିକି ତାହାର ପରିଣାମ ଖୁବ୍ ଭୟଙ୍କର ହୋଇଥାଏ। ଆଜି ଆମେ ଆପଣଙ୍କୁ ମାନସୀକ ଚାପ ବା ଡିପ୍ରେସନର ଦୂର କରିବାର କିଛି ଖାଦ୍ୟ ବିଷୟରେ କହିବା ପାଇଁ ଯାଉଛୁ।

chocolate

-ଚକୋଲେଟ ଖାଇବା କାହାକୁ ବା ନାପସନ୍ଦ।ନିକଟରେ ହୋଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଡ଼ାର୍କ ଚକୋଲେଟ ଖାଇବା ଦ୍ବାରା ମାନସୀକ ଚିନ୍ତା ଦୂର ହୋଇଥାଏ। ଯଦି ଆପଣ ପାଖାପାଖି ୨ ସପ୍ତାହ ପର‌୍ୟ୍ୟନ୍ତ ଏହାର ଦୈନିକ ସେବନ ଆପଣଙ୍କ ଚିନ୍ତାକୁ ବହୁ ମାତ୍ରାରେ କମ କରିପାରିବ।

banana

-ଡିପ୍ରେସନ ଦୂର କରିବା ପାଇଁ କଦଳୀ ମଧ୍ୟ ଖୁଲ ଲାଭଦାୟକ ଜଣାଯାଇଥାଏ। ଏଥିରେ ରହିଥିବା ନ୍ୟୁରୋଟ୍ରାନ୍ସମିଟର ସେରେଟୋନିନ ରହିଥାଏ ଯାହା ରାଗକୁ ନିୟନ୍ତ୍ରିତ କରିବାରେ ସହାୟକ ହୋଇଥାଏ।

akrot

-ଚିନ୍ତା ଏବଂ ଡିପ୍ରେସନକୁ ଦୂର କରିବା ପାଇଁ ଖୁବ୍ ଲାଭଦାୟକ ହୋଇଥାଏ ଅଖରୋଟ। ଏଥିରେ ରହିଥିବା ଓମେଗା-୩ ଫେଟି ଏସିଡ଼୍ ମସ୍ତିଷ୍କକୁ ରିଫ୍ରେସ କରିବାରେ ସାହାଯ୍ୟ କରିଥାଏ। ଏହାଛଡ଼ା ହରମୋନାଲ ପରିବର୍ତ୍ତନକୁ ମଧ୍ୟ ସଠିକ୍ ରଖିଥାଏ।

curd

-କଣ ଆପଣ ଜାଣିଛନ୍ତି ଦହିରେ ରହିଥିବା ରସାୟନିକ ପଦାର୍ଥ ମସ୍ତିଷ୍କକୁ ଶାନ୍ତ କରିବାରେ ଖୁବ୍ ସହାୟକ ହୋଇଥାନ୍ତି। ଏଥିରେ କ୍ୟାଲସିୟମର ପରିମାଣ ଖୁବ୍ ରହିଥାଏ ଯାହା ରାଗ ଏବଂ ଡିପ୍ରେସନକୁ ଦୂର କରିବାରେ ସାହାଯ୍ୟ କରିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button