ଜ୍ୟୋତିଷ

ପୂଜାରେ ସ୍ତ୍ରୀକୁ ସ୍ବାମୀଙ୍କର କେଉଁ ଦିଗରେ ବସିବାକୁ ଶୁଭ ବୋଲି ଧରାଯାଏ, ଜାଣନ୍ତୁ !

ହିନ୍ଦୁ ଧର୍ମରେ ସ୍ବାମୀଙ୍କୁ କେବେବି ନିଜ ସ୍ତ୍ରୀ ବିନା ପୂଜାରେ ବସିବା ଉଚିତ ନୁହେଁ। କୁହାଯାଏ ଯେ ଏମିତି କରିବା ଦ୍ବାରା ସମ୍ପୂର୍ଣ୍ଣ ଫଳ ମିଳିଥାଏ। କିନ୍ତୁ ଅନେକ ଥର ପ୍ରଶ୍ନ ଉଠେ ଯେ ସ୍ତ୍ରୀ-ସ୍ବାମୀଙ୍କର କେଉଁ ପାର୍ଶ୍ବରେ ବସିବା ଉଚିତ୍। ପୂଜାରେ ସ୍ତ୍ରୀକୁ ସ୍ବାମୀର କେଉଁ ପାର୍ଶ୍ବରେ ବସିବା ଉଚିତ ବୋଲି କୁହାଯାଏ। ତେବେ ଆଜି ଆମେ ଜଣାଇବୁ ଏହା ବିଷୟରେ। ଶାସ୍ତ୍ରରେ କୁହାଯାଇଛି ଯେ ସ୍ତ୍ରୀକୁ ସବୁବେଳେ ପୂଜାରେ ନିଜ ସ୍ବାମୀର ଡାହାଣ ପାର୍ଶ୍ବରେ ବସିବା ଉଚିତ। ପୂଜାରେ ସ୍ତ୍ରୀ ଏହିଭଳି ବସିବାକୁ ଶୁଭ ବୋଲି ଧରାଯାଏ।

Husband wifeଏହା ସହିତ ଯଜ୍ଞ,ବ୍ରତ,ଦାନ,ସ୍ନାନ,ଦେବଯାତ୍ରା ତଥା ବିବାହ ଇତ୍ୟାଦି କାମରେ ସ୍ତ୍ରୀକୁ ନିଜ ସ୍ବାମୀଙ୍କର ଡାହାଣ ପାର୍ଶ୍ବରେ ଆସନ ଗ୍ରହଣକୁ ଶୁଭ ବୋଲି ଧରାଯାଏ। ଶାସ୍ତ୍ରରେ କୁହାଯାଇଛି ଯେ ଏହି କଥାକୁ ଧ୍ୟାନ ଦେଲେ ଅଧିକ ଶୁଭ ଫଳ ପ୍ରାପ୍ତି ହୋଇଥାଏ। କୁହାଯାଏ ଯେ ବସିବା ଦିଗ ଠିକ ନହେବା ଦ୍ବାରା ଶୁଭ କର୍ମର ଫଳ ପୂର୍ଣ୍ଣ ରୂପରେ ମିଳିନଥାଏ। କୁହାଯାଏ ଯେ ଯଜ୍ଞ,ହୋମ,ବ୍ରତ,ଦାନ,ସ୍ନାନ,ଦେବଯାତ୍ରା ତଥା ବିବାହ ଇତ୍ୟାଦି କର୍ମକୁ ବିଦ୍ଧିବଦ୍ଦ ଭାବେ କରିବା ଉଚିତ। ଏହି ସବୁ ସମୟରେ ସ୍ବାମୀ-ସ୍ତ୍ରୀଙ୍କୁ ବସିବା ଦିଗ ଉପରେ ବିଶେଷ ଭାବରେ ନଜର ରଖିବା ଉଚିତ।

Masterଏହାଛଡା ଗୁରୁଜନ ମାନଙ୍କର ପାଦ ଛୁଇଁବା ସମୟରେ, ଶୋଇବା ସମୟରେ ଏବଂ ଭୋଜନ କରିବା ସମୟରେ ମଧ୍ୟ ସ୍ବାମୀ-ସ୍ତ୍ରୀଙ୍କର ଦିଗକୁ ନିର୍ଦ୍ଧାରଣ କରାଯାଇଛି। କୁହାଯାଏ ଯେ ଚରଣ ଛୁଇଁବା, ଶୋଇବା ଏବଂ ଭୋଜନ କରିବା ସମୟରେ ସ୍ତ୍ରୀର ଉଚିତ ସ୍ଥାନ ସ୍ବାମୀଙ୍କର ଡାହାଣ ପାର୍ଶ୍ବରେ ହେବା ଦରକାର। କୁହାଯାଏ ଯେ ଏହି ନିୟମର ପାଳନ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button