ଦେଶ- ବିଦେଶ
ଅନିଦ୍ରା ଦୂର କରିବା ସହିତ ଆତ୍ମବିଶ୍ବାସକୁ ବଢ଼ାଇବାରେ ସହାୟକ ହୋଇଥାଏ ପୁଷ୍ପାଞ୍ଜଳି ମୁଦ୍ରା !

ମସ୍ତିଷ୍କର ସମ୍ପୂର୍ଣ୍ଣ କ୍ଷମତା ଅନୁସାରେ କାମ କରିବା ପାଇଁ ତାହାକୁ ବିଶ୍ରାମ ଦେବା ଆବଶ୍ୟକ। କିନ୍ତୁ ଚିନ୍ତା, ଦୁର୍ବଳତା, ଅବସାଦ ଏବଂ ମାନସିକ ଦୁର୍ବଳତା ଆଦି କାରଣରୁ ଅନିଦ୍ରା ସମସ୍ୟା ଅଧିକ ବଢ଼ିବାରେ ଲାଗୁଛି। ପୁଷ୍ପାଞ୍ଜଳି ମୁଦ୍ରା ଅନିଦ୍ରା ଦୂର କରିଥାଏ। ଏହାର ଅଭ୍ୟାସ କରିବା ଦ୍ବାରା ମନକୁ ଶାନ୍ତି ମିଳିଥାଏ, ଚିନ୍ତା ଦୂର ହୋଇଥାଏ ଏବଂ ସମର୍ପଣର ଭାବନା ଜନ୍ମିଥାଏ। ଯଦି ରାତିରେ ଶୋଇବା ପୂର୍ବରୁ ଏହି ମୁଦ୍ରାର ଅଭ୍ୟାସ କରିନ୍ତି ତେବେ ନିଦ ଗଭୀର ଏବଂ ସ୍ବପ୍ନମୁକ୍ତ ହୋଇଥାଏ। ଏହାଛଡା ଏହି ମୁଦ୍ରା ମଣିଷର ଆତ୍ମବିଶ୍ବାସକୁ ବଢ଼ାଇଥାଏ।
ଏମିତି କରିବେ ପୁଷ୍ପାଞ୍ଜଳି ମୁଦ୍ରା
ହାତ ଦୁଇଟିକୁ ମିଶାଇ ଏମିତି ଭାବରେ ଖୋଲନ୍ତୁ ଯେପରି ଏହା ପୁଷ୍ପ ଅର୍ପିତ କରିବା ଭଳି ମୁଦ୍ରା ହୋଇଯିବ। ଦୁଇଟି ହାତକୁ ପାଖାପାଖି ରଖନ୍ତୁ, ଯେମିତି ଦୁଇ ହାତର କନିଷ୍ଠ ଆଙ୍ଗୁଠି ପରସ୍ପରକୁ ଜୋଡି ହୋଇ ରହିଥାଏ। ଶେଷ ଆଙ୍ଗୁଳି ମଧ୍ୟରେ କୌଣସି ଅନ୍ତର ରହିବ ନାହିଁ। ହାତର ଦିଗ ଉପର ଆଡକୁ ହେବା ଆବଶ୍ୟକ। ଏହି ମୁଦ୍ରାକୁ ୧୫ ରୁ ୪୫ ମିନିଟ୍ ପର୍ୟ୍ୟନ୍ତ କରନ୍ତୁ।




