ଜ୍ୟୋତିଷ

ଜାଣନ୍ତୁ ଜଳ କିପରି ଆପଣଙ୍କ ଗ୍ରହକୁ ପ୍ରଭାବିତ କରିଥାଏ

ଜୀବନ ପାଇଁ ଜଳ ଅତି ଆବଶ୍ୟକୀୟ। କାରଣ ଜଳ ହିଁ ଜୀବନ। ଏଥିସହ ବ୍ୟକ୍ତିର କ୍ଷମତା, ଭାବନା ମଧ୍ୟ ଜଳ ସହ ସମ୍ବନ୍ଧ ରଖିଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଜଳର ମହତ୍ୱ ହେଉଛି ଆପଣଙ୍କ ଗ୍ରହକୁ ଜଳ କିପରି ପ୍ରଭାବିତ କରିଥାଏ। ପାଣି ସକରାତ୍ମକ ଏବଂ ନକରାତ୍ମକ ଉର୍ଜା ଆଣିଥାଏ। ଶରୀରର ଜଳ ତତ୍ତ୍ୱ ଆପଣଙ୍କୁ ଶକ୍ତିଶାଳୀ ଏବଂ ଦିବ୍ୟ କରିଥାଏ। ଆପଣ ପାଣିର ଉପଯୋଗ କରି ମୂଳ ଏବଂ କଳ୍ପନା ସମସ୍ୟାକୁ ଦୂର କରିପାରିବେ। ଏଥିସହ ପାଣିର ବ୍ୟବହାରରେ ଆପଣ ସୁସ୍ଥ ଏବଂ ବିଷ ମୁକ୍ତ ହୋଇପାରିବେ। କାରଣ ଅଦିକ ପାଣି ପିଇବା ଦ୍ୱାରା ଆପଣ ସୁସ୍ଥ ହୋଇଥାନ୍ତି। ଆପଣ ଦିନରେ ଅଧିକା ପାଣି ଏବଂ ରାତିରେ କମ ପାଣି ପିଇବା ଉଚିତ।

water1ସେହିପରି ଯଦି ଆପଣ ଅଯଥା ପାଣି ନଷ୍ଟ କରିଥାନ୍ତି ବା ପାଣିର ଦୂରୁପଯୋଗ କରିଥାନ୍ତି ତେବେ ଆପଣ ମାନସିକ ଅଶାନ୍ତି ହେବା ସହ ବିଭିନ୍ନ ସମସ୍ୟାର ସାମ୍ନା କରିପାରନ୍ତି। ଜଳର ସମ୍ବନ୍ଧ ଚନ୍ଦ୍ରମା ଏବଂ ଶୁକ୍ର ସହିତ ରହିଛି। କିଛି ରାଶିରେ ମଧ୍ୟ ଏହା ମଙ୍ଗଳ ସହ ସମ୍ବନ୍ଧିତ ରହିଛି। ଆପଣ ପାଣି ବ୍ୟବହାର କରି ଚନ୍ଦ୍ରମା ଏବଂ ଶୁକ୍ରକୁ ମଜବୁତ୍ କରିପାରିବେ। କିନ୍ତୁ ଯଦି ଆପଣ ପାଣିର ଦୂରୁପଯୋଗ କରିଥାନ୍ତି ତେବେ ଏହା ଚନ୍ଦ୍ରମା ଏବଂ ଶୁକ୍ରକୁ ପ୍ରଭାବିତ କରିଥାଏ।

ଯଦି ଆପଣ ଚନ୍ଦ୍ରମା ଏବଂ ଶୁକ୍ରକୁ ମଜବୁତ୍ କରିବାକୁ ଚାହୁଁଛନ୍ତି ତେବେ ଘରେ ଫୁଲ ଗଛ ଲଗାଇବା ସହ ସେଥିରେ ପ୍ରତ୍ୟେକ ଦିନ ଅର୍ପଣ କରନ୍ତୁ। କାଚ ବୋତଲରେ ବର୍ଷା ପାଣି ଭର୍ତ୍ତି କରି ନିଜର ବେହ୍ ରୁମ୍ ରେ ରଖନ୍ତୁ। ଏଥିସହ ଆପଣ ରୂପାର ଗ୍ଲାସରେ ମଧ୍ୟ ପାଣି ପିଇପାରିବେ। ଏହା ବ୍ୟତୀତ ଆପଣ ଗାଧୋଇବା ସମୟରେ ପ୍ରଥମେ ନିଜର ନାଭିରେ ପାଣି ପକାନ୍ତୁ। ଆପଣ ଦିନରେ ଦୁଇ ଥର ସ୍ନାନ କରନ୍ତୁ। ଏଥିସହ ବାସ୍ନା ପାଣିରେ ସ୍ନାନ କରନ୍ତୁ। ବିଶେଷ ରୂପେ କାହାକୁ ଗିଫ୍ଟରେ ଗ୍ଲାସ ନଦେବା ପାଇଁ ଧ୍ୟାନ ରଖନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button