ମାର୍ଚ୍ଚ ୬ରେ ସନ୍ଦେଶଖାଲି ଯାଇପାରନ୍ତି ମୋଦୀ – Kalinga News
[ad_1]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମାର୍ଚ୍ଚ ୬ ତାରିଖରେ ସନ୍ଦେଶଖାଲି ଯାଇପାରନ୍ତି। ମାର୍ଚ୍ଚ ୬ରେ ପ୍ରଧାନମନ୍ତ୍ରୀ ସେଠାରେ ପହଞ୍ଚି ପୀଡ଼ିତାଙ୍କୁ ସାକ୍ଷାତ କରିପାରନ୍ତି ବୋଲି ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ବରସାତ ଠାରେ ପ୍ରଧାନମନ୍ତ୍ରୀ ଏକ ସଭାକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ସନ୍ଦେଶଖାଲି ମାମଲାକୁ ରାଜ୍ୟ ରାଜନୀତି ଏକ ପ୍ରକାର ସରଗରମ ହୋଇଯାଇଛି। ଉକ୍ତ ପ୍ରସଙ୍ଗକୁ ନେଇ ଶାସକ ଏବଂ ବିରୋଧୀ ଦଳ ପରସ୍ପର ପରସ୍ପର ଉପରେ ଦୋଷ ଲଦିଥିବାବେଳେ ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଏନସିଏସ୍ଟି ( ନେସନାଲ କମିସନ ଫର ସିଡୁଲ୍ଡ ଟ୍ରାଇବ)ର ଏକ ଟିମ୍ ସନ୍ଦେଶଖାଲିରେ ପହଞ୍ଚିବାପରେ ଜମି ହଡ଼ପ ନେଇ ୨୩ଟି ଅଭିଯୋଗ ଗ୍ରହଣ କରିଛନ୍ତି। ଏନସିଏସଟିର କାର୍ଯ୍ୟକାରୀ ଉପାଧ୍ୟକ୍ଷ ଅନନ୍ତ ନାୟକ କହିଛନ୍ତି, ସେମାନେ ମଧ୍ୟ ଜଣେ ରାଜନେତାଙ୍କ ବିରୋଧରେ ଅଭିଯୋଗ ଗ୍ରହଣ କରିଛନ୍ତି। ବାସ୍ତବ ସ୍ଥିତି ସମୀକ୍ଷା କରିବା ପରେ ଏନସିଏସଟି ଟିମ୍ ରାଷ୍ଟ୍ରପତିଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ ବୋଲି କହିଛନ୍ତି।
[ad_2]