ସ୍ୱାସ୍ଥ୍ୟ

ଗ୍ରୀନ୍ ଟି ରୁ ଅଧିକ ଲାଭଦାୟକ ବ୍ଳୁ ଟି ,ଶରୀର ସହ ତ୍ବଚାକୁ ମିଳିବ ଅନେକ ଫାଇଦା

ଶରୀରକୁ ସୁସ୍ଥ ରଖିବା ପାଇଁ ବର୍ତ୍ତମାନ ଲୋକଙ୍କ ମଧ୍ୟରେ ହର୍ବାଲ ଟିର କ୍ରେଜ୍ ବଢ଼ିବାରେ ଲଗିଛି। ଆଣ୍ଟି-ଅକ୍ସିଡ଼େଣ୍ଟରେ ଭରପୁର ହର୍ବାଲ ଚାରେ ଭରପୁର ରହିଥାଏ ଅନେକ ଔଷଧିୟ ଗୁଣ। ଯାହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିବା ସହ ତ୍ବଚାକୁ ଉଜ୍ବଳ ଏବଂ ଚମକଦାର କରିଥାଏ। ଆପଣଙ୍କୁ କହିବାକୁ ଚାହିଁବୁ ହର୍ବାଲ ଚା ଗୁଡ଼ିକର ନାମ ତାହାର ରଙ୍ଗ ହିସାବରେ ହୋଇଥାଏ। ତେବେ ଆପଣ ଗ୍ରୀ ଟି ବିଷୟରେ ତ ନିହାତି ଶୁଣିଥିବେ କିନ୍ତୁ ଜାଣିଛନ୍ତି କି ତାହାଠାରୁ ଅଧିକ ଲାଭଦାୟକ ହୋଇଥାଏ ବ୍ଳୁ ଟି। ଆଜ୍ଞା ହଁ , ଅପରାଜିତା ଫୁଲର ଚା ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ ,ଯାହାକୁ ବ୍ଳୁ ଟି ମଧ୍ୟ କୁହାଯାଇଥାଏ। ଆସନ୍ତୁ ଜାଣିବା ବ୍ଳୁ ଟିର ଅନେକ ଫାଇଦା ବିଷୟରେ।

Blue-Tea

ପ୍ରସ୍ତୁତି ପ୍ରଣାଳୀ :

ବ୍ଳୁ ଚା , ଅପରାଜିତା ଫୁଲ ଚା ଛଡ଼ା ଏହାକୁ ବଟରଫ୍ଳାଏ ଟି ମଧ୍ୟ କୁହାଯାଇଥାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ କପ ପାଣିରେ ୩-୪ଟି ଅପରାଜିତା ଫୁଲକୁ ପକାନ୍ତୁ। ଏହାକୁ ଭଲଭାବେ ଫୁଟାଇବା ପରେ ଏହାକୁ ମିଠା କରାଇବା ପାଇଁ କିଛି ମାତ୍ରର ମହୁ ବା ଚିନି ମିଶାଇ ଏହାର ସେବନ କରନ୍ତୁ। ତେବେ ଖରା ଦିନରେ ଏଥିରେ ବରଫ ମିଶାଇ ଆପଣ ଆଇସ ଟି ଭାବେ ଏହାର ମଧ୍ୟ ସେବନ କରିପାରିବେ।

bluetea 2

କଣ ମିଳିବ ଫାଇଦା

-ଏଥିରେ ଭରପୁର ମାତ୍ରାର ଆଣ୍ଟିଅକ୍ସିଡ଼େଣ୍ଟ ରହିଥାଏ। ଯାହାକି ଶରୀରରେ ଇମ୍ୟୁନିଟିକୁ ବଢ଼ାଇବା ସହ ବାୟୋକମ୍ପାଉଣ୍ଡ ତତ୍ବ ରହିଥାଏ ଯାହା ଶରୀରରୁ ଟକ୍ସିନ୍ସକୁ ବାହାର କରିଥାଏ।

-ଏହି ଚାର ଗୋଟିଏ କପ୍ ଶରୀରରେ ବ୍ଲଡ଼୍ ସୁଗାରର ସ୍ତରକୁ ନିୟନ୍ତ୍ରିତ ରଖିଥାଏ। ଯାହା ଦ୍ବାରା ମଧୁମେହ ହେବାର ସମ୍ଭାବନା କମ ହୋଇଥାଏ।

tried_blue_tea

-ଯଦି ଆପଣଙ୍କର ମାଇଗ୍ରେନର ଅସୁବିଧା ରହିଛି ତେବେ ବ୍ଳୁ ଚା ଆପଣଙ୍କ ପାଇଁ ଖୁବ୍ ଲାଭକାରୀ। ଏହା ମୁଣ୍ଡବିନ୍ଧା, ଥକାପଣ ଆଦି ଦୂର କରବାରେ ସହାୟକ ହୋଇଥାଏ।

-ମହିଳାଙ୍କ ପାଇଁ ଏହି ଚା ଖୁବ ଲାଭକାରୀ। ଏହା ମାସିକଧର୍ମରେ ଅନିୟମତତାକୁ ଦୂର କରିବା ସହ ତ୍ବଚାକୁ ପ୍ରାକୃତିକ ଉପାୟରେ ସୁନ୍ଦର କରିଥାଏ। ଖାଲି ତାହ ନୁହଁ ଏହା କେଶ ଝଡ଼ିବା ମଧ୍ୟ ବହୁ ପରିମାଣରେ କମ କରିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button