ରାଜ୍ୟ

ଜାଣନ୍ତୁ କେସର ଏବଂ ତୁଳସୀର ଆଶ୍ଚର୍ଯ୍ୟକର ଫାଇଦା

କେସର ଏବଂ ତୁଳସୀକୁ ଆମେ ବହୁତ କାର୍ଯ୍ୟରେ ବ୍ୟବହାର କରିଥାଉ। ଏହା ଖାଦ୍ୟର ସ୍ବାଦକୁ ବଢ଼ାଇବା ସହିତ ତ୍ବଚାକୁ ଚମକାଇଥାଏ। କେସର ଗରମ ହୋଇଥାଏ, ଏଥପାଇଁ ଏହାକୁ କ୍ଷୀରରେ ମିଶାଇ ସେବନ କରାଯାଏ। ଏହାଦ୍ବାରା ଶରୀରକୁ ଆରାମ ମିଳିଥାଏ।

kesarକେସରକୁ ଅଳ୍ପ ପରିମାଣରେ ପ୍ରତିଦିନ ସେବନ କରିବା ଦ୍ବାରା ଏହା ଆପଣଙ୍କ ଶରୀରକୁ ଭଲ ପ୍ରଭାବ ପକାଇଥାଏ। ଆୟୁର୍ବେଦ ଅନୁସାରେ ଏହାର ଗୁଣ ସାଧାରଣତଃ ଗରମ ହୋଇଥାଏ, ଏହାକୁ ଦିନରେ ୪ ମିଲି ଗ୍ରାମରୁ ଅଧିକ ନେବା ଉଚିତ ନୁହେଁ।

ଏହା ରୋଗନାସକ ରସାୟନ ଅଟେ। ଏହାକୁ ସ୍ତ୍ରୀରୋଗରେ ମଧ୍ୟ ବ୍ୟବହାର କରାଯାଇଥାଏ। ଏହି ଚାଷ କାଶ୍ମୀରରେ ଅଧିକ କରାଯାଇଥାଏ।

Tulsiତୁଳସୀ ଏବଂ ଏହାର ପତ୍ର ଶରୀରପାଇଁ ବହୁତ ଲାଭ ଦାୟକ ହୋଇଥାଏ। ଚା’ କିମ୍ବା ସାଲାଡରେ ତୁଳସୀ ପତ୍ରକୁ ନିୟମିତ ଭାବରେ ନେବା ଉଚିତ। ଏହା ରସାୟନକୁ କମ୍ କରିଥାଏ ଏବଂ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ।

ଆୟୁର୍ବେଦ ଅନୁସାରେ ଏହାର ଗୁଣ ଗରମ ହୋଇଥାଏ, ଏହି କାରଣରୁ ଏହାକୁ ଅଧିକ ମାତ୍ରାରେ ପ୍ରୟୋଗ କରିବା ଉଚିତ ନୁହେଁ। ଥରେ ଏହାକୁ ସେବନ କରିବାକୁ ହେଲେ ଚାରି-ପାଞ୍ଚଟି ପତ୍ର ହିଁ ଖାଇବା ଉଚିତ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button