ରାଜ୍ୟ

ଧରାପଡିଲେ ଲାଞ୍ଚୁଆ ଏସଆଇ, ମଦ ବେପାରୀଙ୍କ ଠାରୁ ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ ଟିମ୍‌

ଣ୍ଡପଡ଼ା ୨୧/୧୦: ମଦ ବେପାରିଙ୍କୁ ଦେଉଥିଲେ ପ୍ରୋତ୍ସାହନ। ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡିଲେ। ଏବେ ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ଏସଆଇ।

ସୂଚନା ଅନୁଯାୟୀ, ଖଣ୍ଡପଡା ଥାନା ଏସଆଇ ଏସ କେ ରେହମାନ। ଖଣ୍ଡପଡ଼ା ଅଞ୍ଚଳରେ ବେଆଇନ ଭାବେ ମଦ ବ୍ୟବସାୟ କରୁଥିବା ମଦ ବେପାରୀଙ୍କୁ ପ୍ରୋତ୍ସାହନ ଦେଉଥିଲେ। ଏଥିପାଇଁ ସେ ଖଣ୍ଡପଡ଼ା ଥାନା ଅଧୀନ ଖଳିସାହି ଗ୍ରାମର ପୁରୁଣା ଦେଶୀ ମଦ ବ୍ୟବସାୟୀ ସୁଦର୍ଶନ ସାହୁ ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଏସଆଇ ଶ୍ରୀ ରେହେମାନଙ୍କୁ ରେଡ ହାଣ୍ଡରେ ମାଡ଼ି ବସିଥିଲା ନୟାଗଡ଼ ଭିଜିଲାନ୍ସ ଟିମ।

ଏନେଇ ଆଜି ତାଙ୍କ ଖଳିସାହି ସ୍ଥିତ ଭଡ଼ା ଘରେ ଭିଜିଲାନ୍ସ ଟିମ ଚଢ଼ାଉ କରିବା ସହ ଏସଆଇ ଶ୍ରୀ ରେହେମାନଙ୍କୁ ଗିରଫ କରି ନୟାଗଡ଼ ଭିଜିଲାନ୍ସ ଥାନାକୁ ନେଇଥିବା ଜଣାପଡିଛି। ଚଢ଼ାଉ ସମୟରେ ନୟାଗଡ଼ ଭିଜିଲାନ୍ସ ଡିଏସପି ପ୍ରତ୍ୟୁଷ ମହାପାତ୍ରଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button