ଦେଶ- ବିଦେଶ

ଫ୍ରିଜକୁ ନେଇ ଏହି ଗାଇଡଲାଇନ ଆପଣଙ୍କ ପାଇଁ ନିହାତି ଜରୁରୀ, ଜାଣନ୍ତୁ କଣ ରଖିବେ ଏବଂ କଣ ରଖିବେ ନାହିଁ

ସାଧାରରତଃ ଲୋକମାନେ ଭାବନ୍ତି ଯେ ଫ୍ରିଜରେ ଖାଦ୍ୟ ସାମଗ୍ରୀ ବା ଅନ୍ୟାନ୍ୟ ବସ୍ତୁକୁ ରଖିବା ଦ୍ବାରା ତାହା ଅଧିକ ସମୟ ଧରି ତାଜା ହୋଇ ରହିଥାଏ। ଦୁନିଆର ପୋଷଣ ବିଶେଷଜ୍ଞଙ୍କ କହିବା କଥା ଯେ ଫ୍ରିଜରେ ରଖାଯିବା କାରଣରୁ ବସ୍ତୁର ସ୍ବାଦ ଗାୟବ ହୋଇପାରେ କିମ୍ବା ସେହି ବସ୍ତୁ ଅଧିକ ସମୟ ଜୀବିତ ହୋଇରହିପାରେ ନାହିଁ। ତେବେ ଆସନ୍ତୁ ଜାଣିବା କେଉଁ ବସ୍ତୁକୁ ଆମେ ଫ୍ରିଜରେ କାହାକୁ ରଖିପାରିବା ଏବଂ କେଉଁଟା ରଖିପାରିବା ନାହିଁ।

ଏହା ବ୍ୟତୀତ ବିଶେଷଜ୍ଞ ମାନେ ଏହା କହିଛନ୍ତି ଯେ କିଛି ଜିନିଷ ଅଛି ଯାହା ପାଇଁ ସ୍ବତନ୍ତ୍ର ଭାବରେ ନିୟମ ରଖାଯାଇଛି। ଯେଉଁଠି କିଛି ଖାଦ୍ୟ ପଦାର୍ଥ ମଧ୍ୟ ସାମିଲ ଅଛି,ଯାହାକୁ ଥଣ୍ଡା ଠାରୁ ଦୂରେଇ ରଖନ୍ତୁ। ବିଶେଷଜ୍ଞଙ୍କ କହିବାନୁଯାୟୀ ଫ୍ରିଜରେ ଆଳୁ ନିଜର ସ୍ବାଦ ହରାଇ ବସିଥାଏ, ରୋଟି ଶୁଖିଯାଇଥାଏ ଏବଂ ବହୁତ ଖରାପ ହୋଇପାରେ।

-ଫ୍ରିଜରେ ହଜିଯାଏ ଆଳୁର ସ୍ବାଦ

potatoes and onionsଯଦି ଆପଣ ଆଳୁକୁ ଅଧିକ ଦନି ସଂକ୍ଷଣ କରି ରଖିବା ପାଇଁ ଚାହୁଁଛନ୍ତି ତେବେ ଏହାକୁ ଫ୍ରିଜରେ ରଖନ୍ତୁ ନାହିଁ। ବିଶେଷଜ୍ଞଙ୍କ କହିବାନୁଯାୟୀ ଆଳୁ ଏବଂ ପିଆଜର ସ୍ବାଦକୁ ଅଧିକ ସମୟ ପାଇଁ ଚାହୁଁଥିଲେ ଏହାକୁ କେବେବି ଫ୍ରିଜରେ ରଖନ୍ତୁ ନାହିଁ। ତାଙ୍କ କହିବାନୁଯାୟୀ ଥଣ୍ଡା ସ୍ଥାନ ଆଳୁ ଏବଂ ପିଆଜକୁ ସଂଗ୍ରୁହିତ କରି ରଖିବାର ଭଲ ସ୍ଥାନ ଅଟେ। କାରଣ ସେଠାରେ ଥଣ୍ଡା ଏବଂ ଅନ୍ଧାର ମିଳିଥାଏ। ଆଳୁକୁ ଅଧିକ ସମୟ କରି ରଖିବାକୁ ହେଲେ ତାହାକୁ ପ୍ଲାଷ୍ଟିକ ପ୍ୟାକେଜିଙ୍ଗରେ ରଖିବା ଉଚିତ ନୁହେଁ।

-କଞ୍ଚା ଟମାଟୋକୁ ଫ୍ରିଗରେ ରଖିପାରିବେ

tomatoesପୋଷଣ ବିଶେଷଜ୍ଞଙ୍କ କହିବାନୁଯାୟୀ ପାଚିଲା ଟମାଟୋକୁ ଫ୍ରିଜରେ ରଖି ତାହାର ତାଜାପଣକୁ କାୟମ ରଖାଯାଇପାରିବ। ତାଙ୍କ କହିବାନୁଯାୟୀ ପାଚିଲା ଟମାଟୋକୁ ଫ୍ରିଜରେ ରଖିବା ଉଚିତ୍,ନଚେତ ତାହା ଖରାପ ହୋଇଯିବ। ପାଚିଲା ଟମାଟୋକୁ ଫ୍ରିଜରେ ରଖିବା ଦ୍ବାରା ତାହା ତାଜା ହୋଇଯାଇଥାଏ ଏବଂ ତାହାର ସ୍ବାଦ ଉପରେ କୌଣସି ପ୍ରଭାବ ପଡିନଥାଏ।

-ଚୋପା ଛଡାଇ ଫ୍ରିଜରେ ରଖନ୍ତୁ ରଷୁଣ

garlicଥଣ୍ଡା ଏବଂ ଅନ୍ଧାରିଆ ସ୍ଥାନ ରଷୁଣକୁ ସଂଗ୍ରହ କରି ରଖିବାର ଭଲ ସ୍ଥାନ ଅଟେ। ଚୋପାରଷୁଣକୁ ଫ୍ରିଜରେ ରଖିବା ଉଚିତ ନୁହେଁ। ଚୋପା ଛଡାଇ ରଷୁଣକୁ ଫ୍ରିଜରେ ରଖିବା ଉଚିତ୍। ଏପରି କରିବା ଦ୍ବାରା ତାହା ଶୁଷ୍କ ହୋଇନଥାଏ ଏବଂ ତାହାର ସ୍ବାଦ ଭଲ ରହିଥାଏ।

-ଚକୋଲେଟକୁ ଫ୍ରିଜରେ ରଖିବା ଉଚିତ ନା ନାହିଁ

chockoଚକୋଲେଟକୁ ଫ୍ରିଜରେ ରଖିବା ଉଚିତ ନା ନାହିଁ, ଏହାକୁ ନେଇ ଦୁଇଟି ଧାରଣା ପ୍ରଚଳିତ ରହିଛି। ନ୍ୟୁଜଲାଣ୍ଡର ଜଣେ ଚକୋଲେଟ ବିଶେଷଜ୍ଞଙ୍କ କହିବାନୁଯାୟୀ ଫ୍ରିଜରେ ଚକୋଲେଟକୁ ଷ୍ଟୋର କରି ରଖିବା କୌଣସି ଆବଶ୍ୟକତା ନାହିଁ। ଫ୍ରିଜରେ ସଂଗ୍ରୁହିତ ଥିବା ଚକୋଲେଟ ସ୍ବାଦରେ ପରିବର୍ତ୍ତନ ହୋଇଯାଇଥାଏ।

ଫ୍ରିଜରେ ରଖାଯାଉଥିବା ଚକୋଲେଟ ତାହାର ମୂଳ ସ୍ବାଦକୁ ହରାଇ ବସିଥାଏ। ତାଙ୍କ କହିବାନୁଯାୟୀ ଚକୋଲେଟକୁ କମ୍ ଥଣ୍ଡା ଏବଂ ଡ୍ରାଏ ସ୍ଥାନରେ ରଖିବା ଉଚିତ। ଅଧିକ ଥଣ୍ଡା ଏହା ପାଇଁ ସେତିକି କ୍ଷତିକାରକ ଯେତେ ଏହାର ଗରମ ତାପମାନ।

-ଫ୍ରିଜରେ ରଖନ୍ତୁ ନାହିଁ ନେଲପଲିସ

nail palishମହିଳା ମାନେ ସାଧାରଣତଃ ନିଜ ନେଲପଲିସକୁ ଅଧିକ ଦିନ ପର‌୍ୟ୍ୟନ୍ତ ରଖିବା ପାଇଁ ଫ୍ରିଜରେ ରଖିଦିଅନ୍ତି। ସେମାନେ ଭାବିଥାନ୍ତି ଯେ ଫ୍ରିଜରେ ରଖିବା ଦ୍ବାରା ନେଲପଲିସ ଅଧିକ ଦିନ ପର‌୍ୟ୍ୟନ୍ତ ରହିଥାଏ, କିନ୍ତୁ ଏମିତି ହୋଇନଥାଏ। ଫ୍ରିଜରେ ନେଲପଲିସକୁ ରଖିବା ଦ୍ବାରା ଏହାର ତରଳ ପଦାର୍ଥ ମୋଟା ଏବଂ ଗାଢ଼ା ହୋଇଯାଇଥାଏ। ଏହା ଗାଢ଼ ହେବା କାରଣରୁ ଆପଣଙ୍କ ନେଲପଲିସ ଖରାପ ହୋଇଯାଇପାରେ। ଏହି କାରଣରୁ ଆପର କେବେବି ନେଲପଲିସକୁ ଫ୍ରିଜରେ ରଖନ୍ତୁ ନାହିଁ।

-ସବୁ ଫଳକୁ ଫ୍ରିଜରେ ଷ୍ଟୋର କରନ୍ତୁ ନାହିଁ

fruitsବିଶେଷଜ୍ଞଙ୍କ ପରାମର୍ଶ ହେଉଛି କଞ୍ଚା ନୁହେଁ ପାଚିଲା ଫଳକୁ ଫ୍ରିଜରେ ସଂଗ୍ରହ କରି ରଖିବା ଉଚିତ। ଅଙ୍ଗୁର, ଜାମ୍ମୁ ଏବଂ ଷ୍ଟ୍ରବେରୀକୁ ଫ୍ରିଜରେ ରଖିବା ପରେ ଏହାର ଜୀବନ ସମୟ ବଢ଼ିଯାଇଥାଏ ଏବଂ ଏହାର ସ୍ବାଦ ମଧ୍ୟ କାୟମ ରହିଥାଏ। ଫ୍ରିଜରେ ରଖିବା ଦ୍ବାରା ଏହା ଖରାପ ହୋଇନଥାଏ। କମଳା ଏବଂ ସେଓକୁ ମଧ୍ୟ ସଂଗ୍ରହ କରି ରଖିପାରିବେ।

-କଫିର ଫ୍ଲେଭରକୁ ପ୍ରଭାବିତ କରିଥାଏ

ଯଦି ଆପଣ ଫ୍ରିଜରେ କଫିକୁ ସଂଗ୍ରୁହିତ କରିବେ, ତେବେ ଏହାର ସ୍ବାଦ ଉପରେ ପ୍ରଭାବ ପଡିପାରେ। କଫିକୁ ବେଶି ସମୟ ରଖିବା ପାଇଁ ଚାହୁଁଥିଲେ ତାହାକୁ ବାହାରେ ରଖନ୍ତୁ।

cofee

-ଅଲିଭ ଅଏଲକୁ ସଂଗ୍ରହ କରିପାରିବେ

ସାଧାରଣତଃ ତେଲକୁ ଫ୍ରିଜରେ ରଖିବା ଉଚିତ ନୁହେଁ। କିନ୍ତୁ ବିଶେଷଜ୍ଞଙ୍କ ଅନୁସାରେ ଅଲିଭ ଅଏଲକୁ ଫ୍ରିଜରେ ରଖିପାରିବେ। ତାଙ୍କ କହିବାନୁଯାୟୀ ଏହାକୁ ରଖିବା ଦ୍ବାରା ଏହାର ଅବଦ୍ଧି ବଢ଼ିଯାଇଥାଏ।

-ଶୁଖି ଯାଇଥାଏ ବ୍ରେଡ୍

breadସାଧାରଣତଃ ଲୋକମାନେ ବ୍ରେଡକୁ ଅଧିକ ଦିନ ରଖିବା ପାଇଁ ଏହାକୁ ଫ୍ରିଜରେ ରଖିଦିଅନ୍ତି କିନ୍ତୁ ବିଶେଷଜ୍ଞଙ୍କ କହିବାନୁଯାୟୀ ଯଦି ଆପଣ ଜଲଦି ବ୍ରେଡକୁ ଶେଷ ନକରନ୍ତି ତେବେ ଏହା ଶୁଖି ଯାଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button