ଦେଶ- ବିଦେଶ
କେମିତି ବଢେ ବାବା ଅମରନାଥ ଙ୍କ ଶିବଲିଙ୍ଗ ଜାଣିଛନ୍ତି କି ଏହାର ରହସ୍ୟ ବିଷୟରେ ଆପଣ ସତ ଜାଣିଲେ ଆଶ୍ଚର୍ୟ୍ଯ ହେବେ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ତ ସମସ୍ତେ ତୀର୍ଥସ୍ଥାନ ଅମରନାଥ ବିଷୟରେ ଜାଣିଥିବେ । ଆଉ କିଛି ଲୋକ ଏଠାକୁ ଦର୍ଶନ କରି ଯାଇଥିବେ । ଆଉ ଏଠାକୁ ଯିବା ସମସ୍ତଙ୍କର ଏକ ସ୍ବପ୍ନ ଥାଏ । ଏହା ବହୁତ ସୁନ୍ଦର ଜାଗା ଅଟେ । ଏହା ସମସ୍ତଙ୍କ ପାଇଁ ଏକ ସ୍ବପ୍ନ ସ୍ଥଳୀ ହୋଇଥାଏ । ସମସ୍ତେ ଚାହିଁଥାଆନ୍ତି କି କିପରି ଅମରନାଥ ଯାଇ କରି ଭଗବାନ ଶିବଙ୍କର ଦର୍ଶନ କରିବି ।
ଏହି ଅମରନାଥ ମନ୍ଦିର ପ୍ରଭୁ ଶିବଙ୍କର ମନ୍ଦିର ଅଟେ । ଏହି ମନ୍ଦିରରେ ଭଗବାନ ଶିବ ମାତା ପାର୍ବତୀଙ୍କୁ ଅମୃତର ରହସ୍ୟ ବିଷୟରେ କହିଥିଲେ । ଅମରନାଥରେ ଭଗବାନ ଶିବଙ୍କର ବରଫରେ ତିଆରି ଲିଙ୍ଗ ଅଛି । ଆଉ ଏହାକୁ ଦର୍ଶନ କରିବା ପାଇଁ ଭକ୍ତ ମାନଙ୍କର ଭିଡ଼ ରହିଥାଏ ।
ଏହା ହିନ୍ଦୁ ମାନଙ୍କର ଏକ ପ୍ରମୁଖ ତୀର୍ଥସ୍ଥାନ ଅଟେ । ଏହା କାଶ୍ମୀରର ଶ୍ରୀନଗରର ଉତ୍ତର- ପୂର୍ବ ଦିଗରୁ ୧୩୫ ଶତ ମିଟର ଦୂରରେ ଅବସ୍ଥିତ । ଏହା ସମୁଦ୍ର ଭାଗରୁ ୧୩ ହଜାର ଉଚ୍ଚରେ ଅବସ୍ଥିତ ଅଟେ ।
ଏହି ଗୁମ୍ଫାର ଲମ୍ବା ୧୯ ମିଟର ଆଉ ଚଉଡା ୧୬ ମିଟର ଆଉ ଉଚ୍ଚତା ୧୧ ମିଟର ଅଟେ। ଏହା ଆଷାଢ଼ ପୂର୍ଣ୍ଣିମା ରୁ ଆରମ୍ଭ ହୋଇ ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ଖୋଲା ଥାଏ । ଆଉ ଏହି ସମୟରେ ଏଠାରେ ଭକ୍ତମାନଙ୍କର ଭିଡ ଜମି ଥାଏ । ଏହି ଗୁମ୍ଫା ଭିତରେ ପାଣି ଠୋପା ଠୋପା ହୋଇ ପଡ଼ିଥାଏ । ଏହା ଏହି ପାଣି ଟୋପାରେ ତିଆରି ହୋଇଥାଏ । ଆଉ ଏହି ଶିବ ଲିଙ୍ଗ ଶ୍ରାବଣ ମାସ ପୂର୍ଣ୍ଣିମା ବେଳକୁ ସମ୍ପୂର୍ଣ୍ଣ ଭାବରେ ବନିଯାଇଥାଏ ।
କିନ୍ତୁ ଅମାବାସ୍ୟା ବେଳକୁ ତାହା ଧୀରେ ଧୀରେ ଛୋଟ ହୋଇଯାଇଥାଏ । ଏହି ଗୁମ୍ଫା ଭିତରେ ପାଣି ସବୁ ଆଡେ ପଡ଼ିଥାଏ କିନ୍ତୁ ୨୦ ଫୁଟର ଶିବ ଲିଙ୍ଗ ହେବା ଏକ ଆଶ୍ଚର୍ଯ୍ୟର ଘଟଣା ଅଟେ। ଏହି ମନ୍ଦିରରେ ଭକ୍ତମାନେ ଏକ ପାରା ଯୋଡ଼ିଙ୍କୁ ଦେଖିଥାନ୍ତି । ଇହାକୁ ଅମର ପକ୍ଷୀ କୁହାଯାଏ । କୁହାଯାଏ କି ଏହି ପକ୍ଷୀ ଦୁଇଟି ଅମର କଥା ଶୁଣିଲା ପରେ ସେମାନେ ଅମର ହୋଇଯାଇଛନ୍ତି । ଏହି ଗୁମ୍ଫା ଭିତରକୁ ଯିବା ପାଇଁ ଦୁଇଟି ମାର୍ଗ ଅଛି।




