ସ୍ୱାସ୍ଥ୍ୟ

ବଡ ରୁ ବଡ ରୋଗକୁ ମାତ ଦେଇଥାଏ ଅମୃତଭଣ୍ଡାର ପତ୍ର, ଜାଣନ୍ତୁ ଏହାର ୫ ଫାଇଦା

ଆଜି ପର୍ଯ୍ୟନ୍ତ ଆପଣ ଅମୃତଭଣ୍ଡା ଖାଇବାର ବହୁତ ଫାଇଦା ବିଷୟରେ ଶୁଣିଥିବେ, କିନ୍ତୁ କଣ ଆପଣ ଅମୃତଭଣ୍ଡା ପତ୍ରର ଜୁସ ସମ୍ପର୍କରେ କେବେ ଶୁଣିଛନ୍ତି କି ପିଇଛନ୍ତି। ଯଦି ପିଇଥାନ୍ତି ତାହେଲେ ବହୁତ ଭଲ, ଆଉ ଯଦି ପିଇନାହାନ୍ତି ଏବେ ଠାରୁ ପିଇବା ଆରମ୍ଭ କରିଦିଅନ୍ତୁ। କାରଣ ଏହା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ପ୍ରତିଦିନ ଏହାକୁ ପିଇବା ଦ୍ବାରା ଆପଣ ଅନେକ ବଡ ବଡ ରୋଗରୁ ମୁକ୍ତି ପାଇପାରିବେ। ଆସନ୍ତୁ ଜାଣିବା ଏହା ଦ୍ବାରା ହେଉଥିବା ଫାଇଦା ସମ୍ପର୍କରେ।

papaya

ରକ୍ତର ଅଭାବକୁ କରିଥାଏ ଦୂର :

ଅମୃତଭଣ୍ଡାର ପତ୍ର କୌଣସି ଔେଷଧ ଠାରୁ କମ୍ ହୋଇନଥାଏ। ଆୟୁର୍ବେଦ ଏହାର ଅନେକ ଫାଇଦା ବିଷୟରେ କୁହାଯାଇଛି। ଯଦି କୌଣସି ବ୍ୟକ୍ତିଙ୍କର ବ୍ଳଡ ପ୍ଲେଟଲେଟ୍ସ କମ୍ ହେବାକୁ ଲାଗିଥାଏ ତେବେ ଏହା ପାଇଁ ଏହି ଅମୃତଭଣ୍ଡାର ପତ୍ର ରାମବାଣ ଉପାୟ ଅଟେ। ଏହା ପାଇଁ କେବଳ ଆପଣଙ୍କୁ ପ୍ରତିଦିନ ଏହାର ଜୁସକୁ ଦୁଇ ଚାମଚ ଲେଖାଏଁ ପାଖାପାଖି ୩ ମାସ ପର୍ଯ୍ୟନ୍ତ ପିଇବାକୁ ପଡିବ।

ଡେଙ୍ଗୁ ପାଇଁ ବରଦାନ :

dengue feverଡେଙ୍ଗୁ ଏବଂ ମ୍ୟାଲେରିଆ ପାଇଁ ଅମୃତଭଣ୍ଡାର ପତ୍ର କୌଣସି ବରଦାନ ଠାରୁ କମ୍ ନୁହେଁ। ଯଦି କାହାକୁ ଡେଙ୍ଗୁ ବା ମ୍ୟାଲେରିଆ ହୋଇଥାଏ ତେବେ ଏହା ପାଇଁ ମଧ୍ୟ ଅମୃତଭଣ୍ଡାର ପତ୍ରର ଜୁସ ବହୁତ ଲାଭଦାୟକ ହୋଇଥାଏ। ଏହା ଜ୍ବରରେ ବାରମ୍ବାର କମିଯାଉଥିବା ପ୍ଲେଟଲେଟ୍ସକୁ ନିୟନ୍ତ୍ରିତ କରିବା ସହିତ ଶରୀରର ଦୁର୍ବଳତାକୁ ବ୍ରୁଦ୍ଧି ହେବାରୁ ରୋକିଥାଏ।

କ୍ୟାନ୍ସର ସେଲ୍ସକୁ ବଢ଼ାଇବାରେ ରୋକିଥାଏ

କର୍କଟ ରୋଗୀଙ୍କୁ ଅମୃତଭଣ୍ଡା ପତ୍ରର ଜୁସ ପିଇବା ଉଚିତ। ଏଥିରେ କ୍ୟାନ୍ସରକୁ ରୋକିବାର ଗୁଣ ରହିଥାଏ, ଯାହା କ୍ୟାନ୍ସର ସେଲ୍ସକୁ ସୃଷ୍ଟି ହେବାରୁ ରକ୍ଷା କରିଥାଏ। ଏହାଛଡା ଏହା ଇମ୍ୟୁନିଟୀକୁ ବଢ଼ାଇବାରେ ସାହାଯ୍ୟ କରିଥାଏ।

ପିରିୟଡ୍ସର ଯନ୍ତ୍ରଣାକୁ କରିଥାଏ ଦୂର

periodsକିଛି ମହିଳାଙ୍କୁ ପିରିୟଡ୍ସ ପାଇଁ ବହୁତ ଯନ୍ତ୍ରଣା ହୋଇଥାଏ। ଅମୃତଭଣ୍ଡାର ପତ୍ର ଆପଣଙ୍କୁ ଏହାଠାରୁ ମଧ୍ୟ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ଅମୃତଭଣ୍ଡାର ପତ୍ରକୁ ତେନ୍ତୁଳୀ, ଲୁଣ ଏବଂ ଗୋଟିଏ ଗ୍ଲାସ ପାଣି ସହିତ ମିଶାଇ କାଢ଼ା ପ୍ରସ୍ତୁତ କରିଦିଅନ୍ତୁ। ଯେତେବେଳେ ଏହା ସାମାନ୍ୟ ଥଣ୍ଡା ହୋଇଯିବ ତେବେ ଏହାକୁ ପିଅନ୍ତୁ। ଏହାପରେ ଆପଣଙ୍କୁ ଆରାମ ମିଳିବ।

ସଂକ୍ରମଣରୁ ରଖିଥାଏ ଦୂର

infectionଅମୃତଭଣ୍ଡାର ଜୁସ ଆପଣଙ୍କ ଇମ୍ୟୁନିଟୀ ବଢ଼ାଇପାରେ ସାହାଯ୍ୟ କରିଥାଏ। ଏହାର ଜୁସକୁ ପ୍ରତିଦିନ ସେବନ କଲେ ଶରୀରରେ ବ୍ୟାକ୍ଟିରୀଆ ବ୍ରୁଦ୍ଧିକୁ ବନ୍ଦ କରାଯାଇପାରିବ। ଏହାଛଡା ଏହା ରକ୍ତରେ ଶ୍ବେତ ରକ୍ତ କଣିକାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button