ସ୍ୱାସ୍ଥ୍ୟ

ବର୍ଷା ଦିନରେ କଣ ପାଇଁ ଆମିଷ ଭୋଜନ କରିବା ଅନୁଚିତ, ଏହାର କାରଣ କଣ ଆପଣ ଜାଣିଛନ୍ତି କି ? ତେବେ ଆସନ୍ତୁ ଜାଣିବା ଏହାର ଉଭୟ ପୌରାଣିକ ଏବଂ ବୈଜ୍ଞାନିକ କାରଣ

 ବର୍ଷା ଋତୁରେ ରୋଗ ସଂକ୍ରମଣର ମାତ୍ରା ବୃଦ୍ଧି ପାଇଥାଏ । ଋତୁ ପରିବର୍ତ୍ତ ହେବା ଯୋଗୁଁ ଥଣ୍ଡା, କାଶ ଓ ଭାଇରାଲ ଫିବର ଇତ୍ୟାଦି ହୋଇଥାଏ । ଏହି ଋତୁରେ ଅନ୍ୟ ଋତୁ ଅପେକ୍ଷା ଟିକେ ଅଧିକ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ । ସବୁଠାରୁ ମୁଖ୍ୟ କଥା ହେଉଛି, ଖାଦ୍ୟ ଓ ପାନୀୟ ପ୍ରତି ଅଧିକ ଧ୍ୟାନ ଦେବାକୁ ହୋଇଥାଏ । ବର୍ଷା ଋତୁରେ ହଜମ ପକ୍ରିୟା ସାଧାରଣତଃ ସଠିକ୍ ଭାବରେ ହୋଇନଥାଏ । ତେଣୁ ଯେତିକି ହାଲକା ଖାଦ୍ୟ ଏହି ଋତୁରେ ଖାଇବ, ସେତିକ ଶରୀର ପାଇଁ ଉପଯୋଗୀ ।

ଆମିଷ ଅପେକ୍ଷା ନିରାମିଷ ଖାଦ୍ୟ ଗ୍ରହଣ କରିବା ବହୁତ ଭଲ ।ତେବେ ଏହା ପଛରେ ରହିଛି ଉଭୟ ଧାର୍ମିକ ଓ ବୈଜ୍ଞାନିକ କାରଣ । ଯଦି ଆମେ ପୌରାଣିକ କିମ୍ବା ଧାର୍ମିକ ଦୃଷ୍ଟିରୁ ଦେଖିବାକୁ ଯିବା ତେବେ ଶ୍ରାବଣ ମାସରେ ଭଗବାନ ଭୋଳାନାଥଙ୍କ ଆରଧନା କରାଯାଏ । ଏହି ମାସରେ ସାତ୍ତ୍ବିକ ଧର୍ମ ପାଳନ କରିବାର ମଧ୍ୟ ପରମ୍ପରା ରହିଛି । ଏହି ମାସରେ ଖାଦ୍ୟପାନୀୟକୁ ନେଇ ବିଶେଷ ସତର୍କ ରହିବାକୁ ପରାମର୍ଶ ଦିଆଯାଇ ଥାଏ । ସେଥିପାଇଁ ପ୍ରାୟତଃ ହିନ୍ଦୁମାନେ ବର୍ଷା ଋତୁରେ ଆମିଷ ଭୋଜନ ଠାରୁ ଦୂରେଇ ରହିଥାନ୍ତି ।

ତେବେ ବର୍ଷା ଦିନରେ ବିଶେଷ କରି ମାଛ ଖାଇବା ବର୍ଜନୀୟ କାରଣ କାରଣ ଦୁନିଆ ଆଡ଼ୁ ବିଭିନ୍ନ ମଇଳା ଆବର୍ଜନା ସବୁ ବର୍ଷା ପାଣି ସହିତ ଗଡ଼ିଆ ପୋଖରୀ ଆଦିରେ ଯାଇ ମିଶିଥାଏ ଆଉ ପାଣିକୁ ଦୂଷିତ କରିଥାଏ ଫଳରେ ସେହି ପାଣିରେ ଥିବା ମାଛ ଦୂଷିତ ଜଳକୁ ଗ୍ରହଣ କରି ରୋଗଗ୍ରସ୍ତ ହୋଇଥାନ୍ତି । ଆଉ ମାଛ ଖାଇବା ଦ୍ବାରା ସେଇ ରୋଗ ମନୁଷ୍ୟ ଶରୀରକୁ ମଧ୍ୟ ଆସିଥାଏ ।

ଆଉ ମଧ୍ୟ ବର୍ଷା ଦିନେ ପ୍ରାୟ ଦିନ ଦିନ ଧରି ପ୍ରବଳ ବର୍ଷା ହେବା କାରଣରୁ ସୂର୍ଯ୍ୟାଲୋକ କମିଯାଇଥାଏ ଓ ତାର ବିଶେଷ ପ୍ରଭାବ ନଥାଏ ଫଳରେ ଫୁଙ୍ଗାଲ ଇନଫେକ୍ସନ୍ ବଢ଼ିଥାଏ । ଆଉ ଖାଦ୍ୟ ପଦାର୍ଥ ସବୁ ପୂର୍ବ ଅପେକ୍ଷା ଜଲ୍ଦୀ ଖରାପ ହୋଇ ଯାଇଥାଏ । ତେଣୁ ବର୍ଷା ଦିନେ ଆମିଷ ଠାରୁ ଦୂରେଇ ରହିବା ଭଲ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button