ଦେଶ- ବିଦେଶ

ଉତ୍ପନ୍ନା ଏକାଦଶୀ : ଭଗବାନ ବିଷ୍ଣୁଙ୍କ ଶରୀରରୁ ହୋଇଥିଲା ଏକାଦଶୀଙ୍କର ଜନ୍ମ, ଜାଣନ୍ତୁ ବ୍ରତର ବିଧି ଏବଂ ମହତ୍ୱ

ସନାତନ ପରାମ୍ପରାରେ ଏକାଦଶୀ ବ୍ରତର ବହୁତ ମହତ୍ତ୍ବ ରହିଛି। ପ୍ରତ୍ୟେକ ମାସରେ କ୍ରୁଷ୍ଣ ପକ୍ଷ ଏବଂ ଶୁକ୍ଳ ପକ୍ଷକୁ ମିଶାଇ ଦୁଇଟି ଏକାଦଶୀ ଆସିଥାଏ। ଏହି ଭଳି ଭାବେ ପୂରା ବର୍ଷରେ ୨୪ଟି ଏକାଦଶୀ ଆସିଥାଏ। ମାର୍ଗଶିର ମାସ କ୍ରୁଷ୍ଣ ପକ୍ଷରେ ଯେଉଁ ଏକାଦଶୀ ଆସିଥାଏ ତାହାକୁ ଉତ୍ପନ୍ନା ଏକାଦଶୀ କୁହାଯାଏ। କୁହାଯାଏ ଯେ ଏହେି ଦିନରେ ଦେବୀ ଏକାଦଶୀଙ୍କର ଜନ୍ମ ହୋଇଥିଲା। ଉତ୍ପନ୍ନା ଏକାଦଶୀରେ ଭଗବାନ ବିଷ୍ଣୁଙ୍କର ପୂଜା କରାଯାଇଥାଏ। ଏହି ବ୍ରତକୁ କରୁଥିବା ସାଧକ ଦିବ୍ୟ ଫଳ ପ୍ରାପ୍ତ କରିଥାନ୍ତି।

ଉତ୍ପନ୍ନା ଏକାଦଶୀ ବ୍ରତର ମହତ୍ତ୍ବ : 

lord vishnuଏହି ଏକାଦଶୀରେ ଭଗବାନ ବିଷ୍ଣୁ ଏବଂ ତାଙ୍କ ଅବତାରକୁ ବିଶେଷ ରୂପରେ ପୂଜା କରାଯାଇଥାଏ। ଲୋକମାନେ ବାଳଗୋପାଳଙ୍କ ପୂଜା କରିଥାନ୍ତି। ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଶ୍ରଦ୍ଧାଭାବରେ ଭଗବାନ ବିଷ୍ଣୁଙ୍କ ସହିତ ଦେବୀ ଏକାଦଶୀଙ୍କର ପୂଜା କରିଥାନ୍ତି, ସେମାନଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ଏବଂ ସମସ୍ତ ସୁଖ ଲାଭ କରିଥାଏ। ଶେଷରେ ମୋକ୍ଷ ପ୍ରାପ୍ତି ହୋଇଥାଏ।

ପୂଜା କରିବାର ବିଦ୍ଧି :

krishna ଉତ୍ପନ୍ନା ଏକାଦଶୀ ବ୍ରତ ଦିନରେ ସକାଳୁ ନିତ୍ୟକର୍ମ ସାରିବା ପରେ ଭଗବାନଙ୍କ ପୂଜା କରନ୍ତୁ ଏବଂ ବ୍ରତ କଥାକୁ ଶୁଣନ୍ତୁ। ଆଠ ପ୍ରହର ଉପାସ ରହି ଭଗବାନ ବିଷ୍ଣୁଙ୍କ ନାମ ଏବଂ ଜପ କରନ୍ତୁ। ଏହି ପବିତ୍ର ଦିନରେ ଭଗବାନ ବିଷ୍ଣୁଙ୍କର ସହସ୍ର ନାମକୁ ବିଶେଷ ଭାବରେ ପାଠ କରନ୍ତୁ। ଶ୍ରଦ୍ଧା ଭାବ ସହିତ ଏହି ବ୍ରତକୁ କରି ଦ୍ବାଦଶୀ ଦିନ ସକାଳୁ କୌଣସି ବ୍ରାହ୍ମଣ କିମ୍ବା ଗରିବ ଲୋକକୁ ଭୋଜନ କରାଇ ଉଚିତ ଦାନ ଦକ୍ଷିଣା ଦେଇ ଏହି ବ୍ରତକୁ ପାଳନ କରିବା ଉଚିତ। କୁହାଯାଏ ଯେ ଯେଉଁ ପୂଣ୍ୟ ସୁନା, ଭୂମି, ଗାଈ, କନ୍ୟାଦାନ ଆଦିରୁ ମିଳିଥାଏ ସେହି ପୂଣ୍ୟ ଠାରୁ ଅଧିକ ପୂଣ୍ୟ ଏହି ଏକାଦଶୀ ବ୍ରତ ରଖିବାରେ ମିଳିଥାଏ।

bishnu

ପୂଜାର ମନ୍ତ୍ର :

॥ॐ मुरा-रातये नमः॥

ଶାସ୍ତ୍ର ଅନୁସାରେ, ଯେଉଁ ବ୍ୟକ୍ତି ଶ୍ରଦ୍ଧାଭାବରେ ଉତ୍ପନ୍ନା ଏକାଦଶୀ ବ୍ରତ ରଖିଥାନ୍ତି,ସେ ମୋହମାୟା ପ୍ରଭାବରୁ ମୁକ୍ତି ପାଇଥାଏ। ଛଳ କପଟ ଭାବନା ତାଙ୍କ ମଧ୍ୟରେ କମ୍ ହୋଇଯାଇଥାଏ ଏବଂ ନିଜ ପୂଣ୍ୟ ପ୍ରଭାବରେ ବ୍ୟକ୍ତି ବିଷ୍ଣୁ ଲୋକରେ ସ୍ଥାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥାଏ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button