ମନୋରଞ୍ଜନ

ଦମ୍ପତିଙ୍କ ମଧ୍ୟରେ ଏହି ସବୁ ଝଗଡ଼ା ବଢ଼ାଇଥାଏ ପ୍ରେମ

କଥାରେ ରହିଛି ନା ଯେଉଁଠି ଝଗଡ଼ା ସେଇଠି ପ୍ରେମ। କିନ୍ତୁ ବେଳେବେଳେ ଝଗଡ଼ା ଏତେ ମାତ୍ରାରେ ବଢ଼ିଯାଏ କି ତାହା ବିନାଶର କାରଣ ପାଲଟିଯାଏ। ସେହିପରି ଅଧିକ ପ୍ରେମ ମଧ୍ୟ ସଂପର୍କକୁ ପିତା କରିଥାଏ। ଏଣୁ ସଂପର୍କକୁ ମଜବୁତ ରଖିବା ପାଇଁ ଛୋଟ ମୋଟ ଝଗଡ଼ା ନିହାତି ଜରୁରୀ । ଆଜି ଆମେ ଆପଣଙ୍କୁ ସେହିଭଳି କିଛି ଝଗଡ଼ା ବିଷୟରେ କହିବାକୁ ଯାଉଛୁ ଯାହା ସଂପର୍କର କ୍ଳାନ୍ତପଣକୁ ଦୂର କରିବା ସହ ତାହାକୁ ମଜବୁତ କରାଇବ।

Couples 3

କଥାବାର୍ତ୍ତା ନହେବା

କଥାବାର୍ତ୍ତା, ସମସ୍ତ ସଂପର୍କରେ ଜରୁରୀ। କହିବାକୁ ଗଲେ ଏହା ସଂପର୍କର ମେରୁଦଣ୍ଡ ପ୍ରାୟ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଥାବାର୍ତ୍ତା ହେବା ଦ୍ବାରା ଅନେକ ଜିନିଷର ସମାଧାନ ମିଳିଯାଇଥାଏ। କିନ୍ତୁ ବେଳେ କଥା ନହେବା କାରଣରୁ ଝଗଡ଼ା ହୋଇଥାଏ।ଏଣୁ ଏହାକୁ ଅଧିକ ଚିନ୍ତା ନକରି ଝଗଡ଼ାର କାରଣ ଜାଣିବା ସହ ନିଜ ସାଥିଙ୍କ ସହ କଥାବାର୍ତ୍ତା ହୁଅନ୍ତୁ।

couple

କାମର ଚିନ୍ତା

ଦମ୍ପତିଙ୍କ ମଧ୍ୟରେ ଦୁଇଜଣ କାର‌୍ୟ୍ୟରତ ଥିଲେ ସମୟକୁ ନେଇ ଅନେକ ପ୍ରକାରର ବିବାଦ ହେବାର ଦେଖିବାକୁ ମିଳିଥାଏ। ଯଦି ଜଣେ ବ୍ୟକ୍ତି କାର‌୍ୟ୍ୟଳୟ ସହ ଘରକୁ ସମ୍ଭାଳୁଛନ୍ତି ତାହାଲେ ତାଙ୍କର ରାଗିବା ଏବଂ ଝଗଡ଼ା କରିବା ସାଧାରଣ କଥା। ତେବେ ସେହି ସମୟରେ ପରିସ୍ଥିତି ଏବଂ ତାଙ୍କୁ ବୁଝିବାକୁ ଚେଷ୍ଠା କରନ୍ତୁ। ଏବଂ ଝଗଡ଼ାକୁ ଅଧିକ ନଟାଣି ଶୀଘ୍ର ଶେଷ କରିବାକୁ ଚେଷ୍ଠା କରନ୍ତୁ।

Couples

ସାଙ୍ଗଙ୍କୁ ନେଇ ଝଗଡ଼ା

କିଛି ସଂପର୍କରେ ସାଙ୍ଗ ବା ସଂପର୍କୀୟଙ୍କୁ ନେଇ ଝଗଡ଼ା ହୋଇଥାଏ। ସବୁବେଳେ ଜୀବନରେ ଏପରି ଜଣେ କିଏ ନା କିଏ ବ୍ୟକ୍ତି ରହିଥାନ୍ତି ଯାହାଙ୍କୁ ଆପଣଙ୍କ ସାଥି ପସନ୍ଦ କରନ୍ତି ନାହିଁ। ଏଣୁ କେବେ ମଧ୍ୟ କାହାକୁ ନିଜ ସଂପର୍କ ମଧ୍ୟରେ ଆସିବାକୁ ଦିଅନ୍ତୁ ନାହିଁ। ଯଦି କାହା ପାଇଁ ଝଗଡ଼ା ହେଉଛି ତେବେ ଆପଣଙ୍କ ସାଥି ଆପଣଙ୍କୁ ନେଇ ବହୁତ ଚିନ୍ତିତ ତାହା ପ୍ରମାଣିତ ହୋଇଥାଏ।

ଟଙ୍କାକୁ ନେଇ ଝଗଡ଼ା

ସଂପର୍କରେ ବେଳେବେଳେ ଟଙ୍କା ନେଇ ମଧ୍ୟ ଝଗଡ଼ା ହେଉଥିବାର ଦେଖିବାକୁ ମିଳିଥାଏ। ଏଣୁ ସବୁବେଳେ ନିଜ ସାଥିଙ୍କ ସହ ନିଜର ଫାଇନାନସିଆଲ ପ୍ଲାନ ଶେୟାର କରନ୍ତୁ। ପରସ୍ପରର ଆବଶ୍ୟକତାକୁ ବୁଝିବାକୁ ଚେଷ୍ଠା କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button