ମନୋରଞ୍ଜନ

ଏତେ କୋଟିର ମାଲିକାଣୀ ବଲିଉଡରେ ଡେବ୍ୟୁ କରିବାକୁ ଯାଉଥିବା ରଣବୀରଙ୍କ ସୀତା – Kalinga News

[ad_1]

ମୁମ୍ବାଇ: ସାଉଥ ଇଣ୍ଡଷ୍ଟ୍ରିରୁ ଅନେକ ଅଭିନେତ୍ରୀ ଧୀରେ ଧୀରେ ବଲିଉଡ ଆସି ନିଜର ସ୍ଥାନ ତିଆରି କରିଛନ୍ତି। ଅତୀତରେ ଏଭଳି ହୋଇଥିବା ବେଳେ ଏବେ ବି ସେଭଳି ହେଉଛି। ତାପସୀ ପନ୍ନୁ, କ୍ରିତି ଖରବନ୍ଦା, କିଆରା ଆଡଭାନୀ, କ୍ରିତି ସାନୋନ, ରଶ୍ମିକା ମନ୍ଦନାଙ୍କ ଭଳି ଅଭିନେତ୍ରୀ ବଲିଉଡରେ ନିଜର ସ୍ଥାନ ସୁଦୃଢ଼ କରିସାରିଥିବା ବେଳେ ଏବେ ଆଉ ଜଣେ ଅଭିନେତ୍ରୀ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ‌ସେ ହେଉଛନ୍ତି ସାଇ ପଲ୍ଲବୀ ଯିଏ ବର୍ତ୍ତମାନ ବଲିଉଡ ଫିଲ୍ମ ରାମାୟଣରେ ମୁଖ୍ୟ ଭୂମିକାରେ ଅର୍ଥାତ୍ ମାତା ସୀତାଙ୍କ ଭୂମିକାରେ ଅଭିନୟ କରୁଛନ୍ତି।

ସାଇ ପଲ୍ଲବୀ ମେ’ ୯, ୧୯୯୨ରେ ତାମିଲନାଡୁର କୋଟାଗିରିରେ ଜନ୍ମଗ୍ରହଣ କରିଥିଲେ। ସାଇଙ୍କର ସମ୍ପୂର୍ଣ୍ଣ ନାମ ସାଇ ପଲ୍ଲବୀ ସେନ୍ଥମରାୟ କନ୍ନନ୍। ଏବେ ସାଇ ୩୨ବର୍ଷ ବୟସରେ ପାଦ ଦେଇଥିବା ବେଳେ ‌କେତେ କୋଟି ଟଙ୍କାର ସମ୍ପତ୍ତି ନିଜ ନାମରେ କଲେଣି ଆପଣ ଜାଣନ୍ତି କି? ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସାଇ ପଲ୍ଲବୀ ଏକ ଚଳଚ୍ଚିତ୍ର ପାଇଁ ପାରିଶ୍ରମିକ ଭାବରେ ୩ରୁ ୪କୋଟି ଟଙ୍କା ନିଅନ୍ତି। ଅଭିନୟ, ବିଜ୍ଞାପନ ଏବଂ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ହେଉଛି ସାଇ ପଲ୍ଲବୀଙ୍କ ଆୟର ଉତ୍ସ। ଏହା ବ୍ୟତୀତ, ସାଇ ଯେକୌଣସି ରିଆଲିଟି ସୋ’ କିମ୍ବା ଇଭେଣ୍ଟକୁ ଯିବା ପାଇଁ ମଧ୍ୟ ମୋଟା ଅଙ୍କର ପାରିଶ୍ରମିକ ନିଅନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସାଇ ପଲ୍ଲବୀ ବର୍ତ୍ତମାନ ୪୦ରୁ ୪୫କୋଟିର ମାଲିକାଣୀ ଅଟନ୍ତି। ଡାକ୍ତରୀ ଛାତ୍ରୀ ଥିବା ସାଇଙ୍କୁ ତାମିଲ ବ୍ୟତୀତ ହିନ୍ଦୀ, ଇଂରାଜୀ ଏବଂ ଜର୍ଜିଆ ଭାଷା ଭଲଭାବେ ଜଣା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button