ଜ୍ୟୋତିଷ

ଘରେ ରଖନ୍ତୁ ନାହିଁ ଏହି ଜିନିଷ, ନଚେତ୍ ପିଛା ଛାଡ଼ିବନି ଦୁର୍ଭାଗ୍ୟ

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ରହିଥିବା କିଛି ସାଧାରଣ ଜିନିଷ ପାଇଁ ସବୁବେଳେ ଲାଗିରହିଥାଏ ଅଶୁଭ ବାତାବରଣ। ଖାଲି ତାହା ନୁହଁ ଏଥିପାଇଁ ଘରେ ନକାରାତ୍ମକ ଉର୍ଜା ଜାତ ହେବା ସହ କଳହ ଏବଂ ଅଯଥା ଖର୍ଚ୍ଚ ମଧ୍ୟ ଦେଖାଦେଇଥାଏ। ଏହାକୁ ଦୂର କରିବା ପାଇଁ କିଛି ଉପାୟ କରିବା ପୂର୍ବରୁ ଘରେ ପଡ଼ିରହିଥିବା କିଛି ଜିନିଷକୁ ଭାବେ ବାହାରେ ଫୋପାଡ଼ିବା ନିହାତି ଜରୁରି। ଆଜି ଆମେ ସେହିଭଳି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଫଳରେ ପିଛା ଛାଡ଼ିନଥାଏ ଦୁର୍ଭାଗ୍ୟ।

l_mahabharat

-ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ଶଙ୍ଖ ଏବଂ ରଥର ଏକା ସାଙ୍ଗରେ ରହିଥିବା ଫଟୋ ଭୁଲରେ ମଧ୍ୟ ରଖନ୍ତୁ ନାହିଁ। କାରଣ ରଥ ସହିତ ଶଙ୍ଖ ଯୁଦ୍ଧର ପ୍ରତୀକ ହୋଇଥାଏ। ଏଣୁ ଏହାକୁ ଘରେ ରଖିବା ଦ୍ବାରା ପରିବାର ମଧ୍ୟରେ କଳହ ଏବଂ ମତାନ୍ତର ଦେଖିବାକୁ ମିଳିଥାଏ। ଏଣୁ ଏହି ପ୍ରକାର ଫଟୋକୁ ଭୁଲରେ ଘରେ ଲଗାନ୍ତୁ ନାହିଁ।

mahabharata-story

-ଘରେ କେବଳ ମହାଭାରତ ନୁହଁ ତାହା ସମ୍ବନ୍ଧୀୟ କୌଣସି ଫଟୋ ଲଗାଇବା ଉଚିତ୍ ନୁହଁ। ମାନ୍ୟତା ଅନୁଯାୟୀ ମହାଭାରତ ସମ୍ବନ୍ଧୀୟ ଫଟୋ ଲଗାଇବା ଦ୍ବାରା ଘରେ ମହାଭାରତ ଅର୍ଥାତ୍ ଝଗଡ଼ା ଦେଖାଦେଇଥାଏ। ଏହା ଛଡ଼ା ଘରେ ମରଣାନ୍ତକ ଏବଂ ହିଂସ୍ର ଜନ୍ତୁଙ୍କ ଫଟୋ ମଧ୍ୟ ଘରେ ଲଗାନ୍ତୁ ନାହିଁ।

moortii

-ଭଙ୍ଗା ଚୌଉକି ବା ଖଣ୍ଡିତ ଭଗବାନଙ୍କ ମୂର୍ତ୍ତି ଘରେ ରଖନ୍ତୁ ନାହିଁ। ଏହାକୁ ଅଶୁଭ କୁହାଯିବା ସହ ଏହା ରହିବା ଦ୍ବାରା ମନ ଅଶାନ୍ତ ହୋଇଥିବା କୁହାଯାଇଥାଏ। ଏଣୁ ଭଙ୍ଗା ଚୌଉକି ଥିଲେ ତାହାକୁ ଶୀଘ୍ର ବାହାର କରିନ୍ତୁ ଅଥବା ତାହାକୁ ଶୀଘ୍ର ଠିକ୍ କରନ୍ତୁ।

medicines

-ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ପଡ଼ି ରହିଥିବା ଅଯଥା ଏବଂ ପୁରୁଣା ଔଷଧକୁ ସଦାବେଳେ ଫିଙ୍ଗି ଦେବା ଉଚିତ୍। କାରଣ ଏହା ଦ୍ବାରା ରୋଗକୁ ଆମନ୍ତ୍ରଣ ଦେବା କୁହାଯାଇଥାଏ। ଏଣୁ ସବୁବେଳେ ଯେଉଁ ଔଷଧକୁ ବ୍ୟବହାର କରୁନାହାଁନ୍ତି ତାହାକୁ ଫିଙ୍ଗି ଦିଅନ୍ତୁ।

natraj

-ଶାସ୍ତ୍ର ଅନୁଯାୟୀ ବୁଡ଼ିଯାଉଥିବା ଜାହାଜ ବା ନଟରାଜଙ୍କା ମୂର୍ତ୍ତି କେବେ ମଧ୍ୟ ରଖିବା ଉଚିତ୍ ନୁହଁ। ଏହା ଦ୍ବାରା ମନରେ ତଥା ଘରେ ନକରାତ୍ମକ ଉର୍ଜ୍ବା ଦେଖାଦେଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button