ସ୍ୱାସ୍ଥ୍ୟ

ଶୀତଦିନେ ମାତ୍ର ଗୋଟିଏ ଚାମୁଚ୍ ମହୁ, କରିବ ଅନେକ ସମସ୍ୟାର ସମାଧାନ

ଶୀତ ଦିନରେ ମହୁ କେବଳ ସ୍ବାଦ ପାଇଁ ନୁହଁ  ବରଂ ଏକ ଔଷଧ ଭାବେ ବ୍ୟବହାର କରାଯାଇଥାଏ। ଏହାର ସେବନ ଶରୀରକୁ ସୁସ୍ଥ ରଖିବାରେ ହୋଇଥାଏ ବହୁ ସହାୟକ। ଖାଲି ତାହା ନୁହଁ ଏହା ସୁନ୍ଦରତା ବଜାୟ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏଣୁ ସୁସ୍ଥ ଏବଂ ସୁନ୍ଦର ରହିବାକୁ ଚାହୁଁଥିଲେ ଦୈନିକ ମହୁର ସେବନ କରିବାକୁ ଭୁଲନ୍ତୁ ନାହିଁ। ତେବେ ଆସନ୍ତୁ ଜାଣିବା ଶୀତ ଋତୁରେ ମହୁ ସେବନର ଫାଇଦା ବିଷୟରେ।

using-honey

ମହୁରେ ଭରପୁର ମାତ୍ରାର ଗ୍ଳୁକୋଜ, ଆଇରନ୍, ଫସଫେଟ୍, ସୋଡ଼ିୟମ୍, କ୍ଳୋରିନ୍, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଆଦି ରହିଥାଏ। ଯାହା ଶରୀରକୁ ବ୍ୟକ୍ଟେରୀଆରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଏହାସହ ଏଥିରେ ଆଣ୍ଟିବ୍ୟାକ୍ଟେରିଆ, ଏଣ୍ଟିବାୟୋଟିକ୍, ଭିଟାମିନ୍ ବି୧ ଏବଂ ବି୧୬ ମଧ୍ୟ ଭରପୁର ମାତ୍ରାରେ ରହିଥାଏ ଏହା ତ୍ବଚାର ଚମକ ବଜାୟ ରଖିବା ସହ ସୁନ୍ଦରତା ବଢ଼ାଇବାରେ ସାହାଯ୍ୟ କରିଥାଏ।

honey 2

-ମହୁରେ ରହିଥିବା ଗ୍ଳୁକୋଜ୍ ଶରୀର ତୁରନ୍ତ ଶୋଷିବା ସହ ଦିନଯାକ ଶରୀରରେ ଉର୍ଜ୍ବା ରଖିଥାଏ। ଏହା ଛଡ଼ା କଠିନ ବ୍ୟାୟାମ କରିବା ପୂର୍ବରୁ ଏକ ଚାମୁଚ ମହୁ ଖାଇଲେ ଥକାପଣ ଅନୁଭବ ହୋଇନଥାଏ। ଆପଣ ଦୈନିକ ଚା ପିଇବା ସମୟରେ ଚିନି ସ୍ଥାନରେ ମହୁର ମଧ୍ୟ ବ୍ୟବହାର କରିପାରିବେ।

-ରିପୋର୍ଟ ମୁତାବକ, ଦୈନିକ ୨ ଚାମୁଚ ମହୁ ଖାଇବା ଦ୍ବାରା କାଶରୁ ଆରାମ ମିଳିଥାଏ। ଏହା ସହ ଏଥିରେ ଆଣ୍ଟିମାଇକ୍ରୋବିୟଲ ଗୁଣ ଥିବା ଯୋଗୁଁ ତାହା ସଂକ୍ରମଣରୁ ରକ୍ଷା କରିଥାଏ।

Honey-for-Sk

-ମହୁର ସେବନ ରକ୍ତରେ ପଲିଫୋନିକ୍ ଏଣ୍ଟିଅକ୍ସିଡ଼େନ୍ସର ମାତ୍ରା ବଢ଼ିଥାଏ। ଯାହା ଦ୍ବାରା ହୃହରୋଗ ସମସ୍ୟା ହୋଇନଥାଏ। ଏଥିସହ ଭଲ ନିଦ ପାଇଁ ମଧ୍ୟ ସହାୟକ ହୋଇଥାଏ ମହୁ। ଯେଉଁ ବ୍ୟକ୍ତିଙ୍କର ନିଦ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି ସେମାନେ ରାତିରେ ଉଷୁମ କ୍ଷୀରରେ ମହୁ ମିଶାଇ ସେବନ କରନ୍ତୁ। ଦେଖିବେ ଏହାର ତୁରନ୍ତ ଉପଚାର ମିଳିବ।

-ମହୁ ଭୋକ ନିୟନ୍ତ୍ରିତ ରଖିବାରେ ସହାୟକ ହୋଇଥାଏ। ଦୈନିକ ସକାଳେ ପାଣିରେ ଏକ ଚାମୁଚ ମହୁ ମିଶାଇ ସେବନ କରନ୍ତୁ । ଦେଖିବେ ମେଦ ହ୍ରାସ ହେବା ସହ ରକ୍ତଚାପ ମଧ୍ୟ ନିୟନ୍ତ୍ରରେ ରହିବ।

Honey

-ଶୀତଦିନରେ ହାଲୁକା ମହୁକୁ ମୁହଁରେ ମସାଜ କରିବା ପରେ ପାଣିରେ ଧୋଇଦିଅନ୍ତୁ। ଦେଖିବେ ଏହା ଏକ ନେଚୁରାଲ ମଶ୍ଚରାଇଜର ଭଳି କାମ କରିବ। ଏହା ଦାଗ ତଥା ଡ଼୍ରାଏନେସକୁ କମ କରିବାରେ ସାହାର୍ଯ୍ୟ କରିଥାଏ।

-ଚେହେରାରେ ତୋଫାପଣ ସହ, ଏଣ୍ଟି ଏଜିଙ୍ଗ ସମସ୍ୟାର ସମାଧାନ କରିଥାଏ ମହୁ। ଏହାର ଦୈନିକ ବ୍ୟବହାର ଦ୍ବାରା ତ୍ବଚାର ରଙ୍ଗ ବଦଳିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button