ଦେଶ- ବିଦେଶ

ଗ୍ରାହକମାନଙ୍କୁ ମିଳିଲା ଆଶ୍ୱସ୍ତି, ରାଜଧାନୀରେ ଖସିଲା ପରିବା ଦର… ଏଣିକି କମ ମୂଲ୍ୟରେ ପାଇପାରିବେ ଅଧିକ ପରିବା

ନମସ୍କାର ବନ୍ଧଗଣ । ଗ୍ରାହକ ମାନଙ୍କ ପାଇଁ ଆସିଲା ଏକ ଖୁସି ଖବର । ରାଜଧାନୀ ରେ ପରିବାର ଦର ଉପରେ ଲାଗିଲା ରୋକ । ଏଣିକି କମ ଦାମ ରେ ଗ୍ରାହକ ମାନେ କିଣିପାରିବେ ପନିପରିବା । ଆପଣ ମାନେ ଜାଣିଥିବେ ଗତ କିଛି ହେବ ପାରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ସାଧାରଣ ଲୋକ ପାଇଁ ଏହା କିଣିବା କଷ୍ଟକର ହୋଇ ପଡିଥିଲା । ବର୍ତ୍ତମାନ ସେଥିରେ ଆଶ୍ଵସ୍ତି ମିଳିଛି ।

ରାଜଧାନୀ ର ପରିବା ଉପରେ ଲଗାମ ଲାଗିଛି । କିନ୍ତୁ ଖୁଚୁରା ବଜାରରେ ବିଲାତି ଦର ଏବେ ବି ଖସିନି । ବିଲାତି କିଲୋ 100 ଟଙ୍କାରେ ବିକ୍ରି ହେଉଛି । ଆସନ୍ତା ସପ୍ତାହ ବେଳକୁ ବଜାରକୁ ଆସିବା ନୂଆ ପରିବା । ତେଣୁ ଦର ଆଉ କମିବ ବୋଲି କହିଛନ୍ତି ପରିବା ବ୍ୟବସାୟୀ ସଂଘର୍ଷ ଶତପଥି । ଏବେ ରାଜଧାନୀର ଖାଉଟି ସାମାନ୍ଯ ଆଶ୍ଵସ୍ତି ହୋଇଛନ୍ତି ।

ଦର ବଢିବା କାରଣରୁ ଲୋକେ ଯେମିତି ଖର୍ଚ୍ଚାନ୍ତ ହେଉଥିଲେ ସେ ସବୁର ଦର କିଛି ମାତ୍ରାରେ କମିଛି । କିଲୋ ପ୍ରତି 150 ଟଙ୍କାରେ ପହଞ୍ଚି ଥିଲା ବିଲାତି  ଦର ଏବେ ପାଇକରୀ ରେ 80 ଓ ଖୁଚୁରା ରେ 100ରୁ 120 ଟଙ୍କାରେ ବିକ୍ରି ହେଉଛି । ଅନ୍ୟ ପରିବା ମଧ୍ୟରେ ବାଇଗଣ କିଲୋ 100 ରୁ 60, ଝୁଡୁଙ୍ଗ 120ରୁ 50, କାଙ୍କଡ 60ରୁ 40, ପୋଟଳ 120 ରୁ 60, ସଜନା ଛୁଇଁ 100 ରୁ 50, ସାରୁ 60 ରୁ 40, ଫୁଲକୋବି ଗୋଟା 60 ରୁ 50 ଟଙ୍କା କୁ କମିଛି ।

ବନ୍ଧାକୋବି 50 ଟଙ୍କାରେ ଅପରିବର୍ତ୍ତିତ ରହିଛି । ସେହିପରି ଗାଜର ଦର ପୂର୍ବ ଅପେକ୍ଷା ଦର ହ୍ରାସ ପାଇଛି । ଗାଜର ପାଇକରୀ ରେ କିଲୋ 20ରୁ 25 ଟଙ୍କା ଓ ଖୁଚୁରା ରେ 30ରୁ 40 ଟଙ୍କାରେ ବିକ୍ରି ହେଉଛି । ପୂର୍ବରୁ ଏହା ଆହୁରି କମ ଥିଲା । ଆଳୁ ଦର ବଢିଥିଲେ ମଧ୍ୟ ପିଆଜ ଦର କମିଛି । ପାଇକରୀ ରେ ଆଳୁ 14 ଟଙ୍କା 50 ରୁ 20 ଟଙ୍କା ମଧ୍ୟରେ ବିକ୍ରି ହେଉଛି ।

ପିଆଜ କିଲୋ ପ୍ରତି 18ରୁ 20 ଟଙ୍କା ରେ ବିକ୍ରି ହେଉଛି । ଅଗଷ୍ଟ ପ୍ରଥମ ସପ୍ତାହ ବେଳକୁ ଭେଣ୍ଡି, କଲରା, ଜନ୍ହି, କାକୁଡି ଆଦି ପରିବା ପୁରୀ, ଆଠଗଡ, କଟକ ରୁ ଆସିବ । ଏହାପରେ ଗ୍ରାହକ ଆହୁରି ଆଶ୍ଵସ୍ତି ହେବେ । କୃଷି ବିଭାଗ ଅନୁଯାୟୀ ରାଜ୍ୟରେ 98 ଲକ୍ଷ  51 ହଜାର ମାଟ୍ରିକ ଟନ ପରିବା ଉତ୍ପାଦନ ହୁଏ । ଓଡିଶା କନ୍ଦମୂଳ, ଛତୁ ଉତ୍ପାଦନରେ ପ୍ରଥମରେ ରହିଛି ।

ବାଇଗଣ, ବନ୍ଧାକୋବି, ପଣସ ରେ ଦ୍ଵିତୀୟ, ବିଲାତି ରେ ପଞ୍ଚମ, ଫୁଲକୋବିରେ ଷଷ୍ଠ ସ୍ଥାନରେ ରହିଛି ଓଡିଶା । କିନ୍ତୁ ଏ ସବୁ ପରିବାର ନିର୍ଦ୍ଦିଷ୍ଟ ସମୟରେ ଉତ୍ପାଦନ ହୁଏ । ଯାହା ପାଇଁ ବର୍ଷା ସାରା ଓଡିଶା କର୍ଣ୍ଣାଟକ, ରାୟପୁର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଉପରେ ନିର୍ଭର କରିଥାଏ । ଅଗଷ୍ଟ ସୁଧା ସ୍ଥାନୀୟ ପରିବା ବଜାରକୁ ଆସିବା ଫଳରେ ଗ୍ରାହକଙ୍କୁ ସତେଜ ପରିବା କମ ଦାମରେ ମିଳିପାରିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button