ଦେଶ- ବିଦେଶ

କେବେ ଜାମୁରୋଳ ଖାଇଛନ୍ତି କି, ଜାଣନ୍ତୁ ଏହାଦ୍ୱାରା ଶରୀରକୁ ମିଳୁଥିବା ଲାଭ ବିଷୟରେ

ପ୍ରତ୍ୟେକ ଫଳରେ କିଛି ନା କିଛି ଔଷଧୀୟ ଗୁଣ ରହିଛି, ଯାହା ଶରୀର ପାଇଁ ବେଶ୍ ଲାଭକାରୀ ହୋଇଥାଏ। ସେହିଭଳି ଏକ ଫଳ ହେଉଛି ଜାମୁରୋଳ। ପ୍ରାୟତଃ ଗ୍ରାମାଞ୍ଚଳରେ ଏହି ଫଳ ଦେଖିବାକୁ ମିଳେ। ଜାମୁରୋଳକୁ ଇମ୍ୟୁନିଟି ବୁଷ୍ଟର ମଧ୍ୟ କୁହାଯାଏ। ଏହି ଫଳରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ରହିଛି। ଖରାଦିନେ ଦେଖାଦେଉଥିବା ଇନଫେକ୍ସନରୁ ଜାମୁରୋଳ ମୁକ୍ତି ଦେଇଥାଏ। ଦେଖିବାକୁ ଏହା ଗୋଲାପୀ ରଙ୍ଗର ହୋଇଥିବାରୁ ଇଂରାଜୀରେ ଏହାକୁ ରୋଜ ଆପଲ ବୋଲି କୁହାଯାଏ। ଆସନ୍ତୁ ଜାଣିବା ଜାମୁରୋଳ ଖାଇବା ଦ୍ୱାରା ଆଉ କି କି ଲାଭ ମିଳିଥାଏ…

rose apple

ଜାମୁରୋଳରେ ପ୍ରଚୁର ପରିମାଣରେ ଭିଟାମିନ ସି ରହିଥାଏ। ଏହା ତ୍ୱଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। କେବଳ ଏତିକି ନୁହେଁ ଇମ୍ୟୁନିଟି ସିଷ୍ଟମକୁ ମଜଭୁତ କରିବାରେ ମଧ୍ୟ ଏହା ସାହାଯ୍ୟ କରେ। ଥଣ୍ଡାକାଶରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଦ୍ୱିପ୍ରହରରେ ଏହାକୁ ସେବନ କରନ୍ତୁ।

ଜାମୁରୋଳରେ ପର୍ଯ୍ୟାପ୍ତ ମାତ୍ରାରେ ଫାଇବର ରହିଛି। ଏହା କୋଷ୍ଠକାଠିନ୍ୟ, ବଦହଜମି ଭଳି ସମସ୍ୟା ଦୂର କରେ। ଏହା ବ୍ଲଡ ସୁଗାର ଓ ଓଜନକୁ ନିୟନ୍ତ୍ରିତ ରଖିବାରେ ମଧ୍ୟ ସାହାଯ୍ୟ କରେ।

ଜାମୁରୋଳରେ ପ୍ରଚୁର ପରିମାଣରେ ଭିଟାମିନ ଏ ରହିଛି। ଆଖିର ଦୃଷ୍ଟି ଶକ୍ତି ବଢ଼ାଇବାରେ ମଧ୍ୟ ଏହା ସହାୟକ ହୋଇଥାଏ।

Water Rose Apple Season in Goa 2020 – Rove.me

ଜାମୁରୋଳରେ ଭରପୂର ପାଣି ରହିଛି। ଏହାକୁ ଖାଇବା ଦ୍ୱାରା ଶରୀରରେ ଜଳ ଅଭାବ ଦୂର ହୋଇଥାଏ। ଫଳରେ ଖରାଦିନେ ଅଂଶୁଘାତରୁ ମୁକ୍ତି ମିଳେ।

ରୋଜ ଆପଲ ବା ଜାମୁରୋଳରେ କ୍ୟାଲସିୟମ, ପୋଟାସିୟମ ଭଳି ପୋଷକ ତତ୍ତ୍ୱ ଭରି ରହିଛି। ଏହା ଦାନ୍ତ ଓ ହାଡ଼କୁ ମଜଭୁତ କରିବା ସହ ଶାରୀରିକ ଦୁର୍ବଳତା ଦୂର କରିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button