ଦେଶ- ବିଦେଶ

ସ୍କୁଟି ରଖି ଖାଇବା ପାଇଁ ଯାଇଥିଲେ ଆଳୁଚପ୍‌, ୫ ଲକ୍ଷର ଅଳଙ୍କାର ନେଇ ଚମ୍ପଟ ମାରିଲା ଚୋର..

ପୁଣେ : ପୁଣେରୁ ଲୁଟପାତର ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଆଶ୍ଚର୍ଯ୍ୟ କରି ଦେବ । ଏକ ଲୁଟେରା ଜଣେ ବୃଦ୍ଧ ଦମ୍ପତିଙ୍କ ଠାରୁ ୫ ଲକ୍ଷ ଟଙ୍କାର ଅଳଙ୍କାର ଲୁଟି ନେଇ ଫେରାର ହୋଇଛି । ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଛି । ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଲରେ ଅଟକି ଥିଲେ । ସେହି ସମୟରେ ଧଳା ସାର୍ଟ ପିନ୍ଧିଥିବା ଏକ ଚୋର ସ୍କୁଟିରେ ରଖିଥିବା ବ୍ୟାଗକୁ ଚୋରି କରିବା ପାଇଁ ସୁଯୋଗ ପାଇଥିଲା । ବ୍ୟାଗ୍‌ ଚୋରି ହେବା ଦେଖି ମହିଳା ଜଣଙ୍କ ସାହାଯ୍ୟ ପାଇଁ ଚିତ୍କାର କରୁଛନ୍ତି ।

ଭାଇରାଲ ଭିଡିଓର ସିସିଟିଭି ଫୁଟେଜରେ ଦେଖିପାରିବେ, ଏକ ବୃଦ୍ଧ ଦମ୍ପତି ନିଜ ସ୍କୁଟିକୁ ରାସ୍ତାରେ ରଖୁଛନ୍ତି । ବୃଦ୍ଧା ଜଣକ ସ୍କୁଟି ନିକଟରେ ଠିଆ ହୋଇଛନ୍ତି । ତାଙ୍କ ସ୍ୱାମୀ ଆଳୁଚପ୍‌ ଆଣିବା ପାଇଁ ନିକଟରେ ଥିବା ଦୋକାନକୁ ଯାଇଛନ୍ତି । ରାସ୍ତାରେ କଡରେ ବାଇକରେ ଯାଉଥିବା ଜଣେ ବ୍ୟକ୍ତି ମହିଳାଙ୍କୁ କିଛି କହୁଥିବା ନଜର ଆସୁଛି । ସେହି ସମୟରେ ଧଳା ସାର୍ଟ ପିନ୍ଧିଥିବା ବ୍ୟକ୍ତି ଅଳଙ୍କାର ବ୍ୟାଗ୍‌ ନେଇ ସେଠାରୁ ଚମ୍ପଟ ମାରୁଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button