ଦେଶ- ବିଦେଶ

IAS Success Story- କେବଳ ୨୨ ବର୍ଷ ବୟସରେ ହିଁ ପ୍ରଥମ ଚେଷ୍ଟାରେ ବୈଭବ କ୍ଲିଅର କଲେ UPSC, ଜାଣନ୍ତୁ କଣ ଥିଲା ତାଙ୍କ ସଫଳତାର ମନ୍ତ୍ର

IAS ଟପ୍ପର ବୈଭବ ଗୋଣ୍ଡନ ଙ୍କ ସଫଳତା ଷ୍ଟୋରୀ, ପୁନେ, ମହାରାଷ୍ଟ୍ର ର ବୈଭବ ଗୋଣ୍ଡନ୍ ବଛା ବଛା କ୍ୟାଣ୍ଡିଡେଟ୍ ରୁ ଜଣେ ଅଟନ୍ତି, ଯାହାର ପ୍ଲାନିଂ, ସ୍ତ୍ରାଟେଜି ସଠିକ୍ ଅଟେ ଏବଂ ଯାହାର ପ୍ରଥମ ଚେଷ୍ଟା ରେ ହିଁ ଚୟନ ହେଇଯାଇଛି । UPSC ଭଳି ପରୀକ୍ଷା କୁ ପ୍ରଥମ ଥର ରେ ହିଁ ପାସ କରିବା କୌଣସି ଆଚିଭମେନ୍ଟ ରୁ କମ ନୁହଁ ତାହା ପୁଣି ଯେତେବେଳେ ଆପଣଙ୍କ ବୟସ ମାତ୍ର ୨୨ ବର୍ଷ ଅଟେ । ଆଜ୍ଞା ହିଁ ବୈଭବ ମାତ୍ର ୨୨ ବର୍ଷ ବୟସ ରେ ନିଜର ପ୍ରଥମ ଚେଷ୍ଟା ରେ ହିଁ UPSC ପରୀକ୍ଷା ପାସ କରିଛନ୍ତି । ସଫଳତା ପଛରେ ଥିବା କାରଣ ଉପରେ ବୈଭବ କହିଛନ୍ତି କି ଏହି ଲାଇନ ରେ ଯିବା ପୂର୍ବରୁ ତୁମର ମୋଟିଭେସନ୍ କଣ ଏହା ଜାଣିବା ବହୁତ୍ ଜରୁରୀ ଅଟେ ।

ଯଦି ଆପଣ ଦେଶ ପାଇଁ ବା ସମାଜ ପାଇଁ କିଛି କରିବାକୁ ଚାହୁଛନ୍ତି ତାହେଲେ ଏହି ଲାଇନ୍ ଆପଣଙ୍କ ପାଇଁ ବେଷ୍ଟ ଅଟେ କିନ୍ତୁ ଯଦି କେବଳ IAS ପଦ, ଗାଡ଼ି, ପଇସା ପାଇଁ ଏହି ଲାଇନ ରେ ଆସୁଛନ୍ତି ତାହେଲେ ତୁମେ କେବେ ବି ଏଠି ବେଶି ଦିନ ରହି ପାରିବ ନାହିଁ । ଏମିତି କାରଣ ରୁ ମୋଟିଭେଟ ହୋଇ ଯଦି IAS ପାଇଁ ପଢୁଛନ୍ତି ତାହେଲେ ୨ ରୁ ୩ ମାସ ତ ପଢିନେବେ କିନ୍ତୁ UPSC ପରିକ୍ଷା ପାଇଁ ଯେମିତି ପ୍ରସ୍ତୁତି କରିବା କଥା ସେମିତି କରିପାରିବେ ନାହିଁ । ବୈଭବ ଙ୍କ କହିବା ଅନୁସାରେ ସଫଳତା ପାଇବା ପାଇଁ ଭଲ ମୋଟିଭ ରହିବା ଦରକାର ।

୫୦ – ୫୦ ରେସିଓ ରେ କରନ୍ତୁ ପ୍ରସ୍ତୁତି

ସିଭିଲ୍ ସର୍ବିସ ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ସମୟରେ ନିଜର ଅନୁଭବ ସେୟାର କରି କହିଛନ୍ତି କି ସେ କେବଳ ରିଡିଂ କୁ ମହତ୍ୱ ଦେଇ ନ ଥିଲେ । ତାଙ୍କ ହିସାବରେ ରିଡ଼ିଂ କୁ ୫୦% ଧ୍ୟାନ ଦେବା କଥା ଏବଂ ବାକି ୫୦% ଅନ୍ୟ ବିଷୟ ଯେମିତି କି ଆନ୍ସର୍ ରାଇଟିଂ, ମକ୍ ଟେଷ୍ଟ, ଖବର କାଗଜ ପଢ଼ିବା ଆଦି ଜିନିଷ କୁ ମଧ୍ୟ୍ୟ ଯୋଡିବା ଦରକାର । ବୈଭବ କହିଛନ୍ତି କି କେବଳ ବହି ଭିତରେ ପଶି ରହିଲେ ଏହି ପରୀକ୍ଷା ରେ ସଫଳତା ମିଳିବ ନାହିଁ । କାରଣ ଏଠି କେବଳ ଜ୍ଞାନ ପରୀକ୍ଷା ହୁଏନାହିଁ ବରଂ ଜ୍ଞାନ କୁ କେମିତି ଉପାୟ ରେ ଉପଯୋଗ କରିବେ ସେଇଟା ମଧ୍ୟ୍ୟ ଦେଖା ଯାଏ ।

ବଛା ବଛା ବହିରୁ ହିଁ ପଢନ୍ତୁ:-

ଅନ୍ୟ ଷ୍ଟୁଡେଣ୍ଟ୍ ଙ୍କ ପରି ବୈଭବ ବି କହିଛନ୍ତି କି ନିଜ ରିସୋର୍ସ ଲିମିଟେଡ ରଖନ୍ତୁ । ଗୋଟେ ବିଷୟର ବହୁତ୍ ଗୁଡେ ବହି ନ ରଖି ବରଂ ଯୋଉ ବହି ଅଛି ତାକୁ ପଢନ୍ତୁ ଏବଂ ତାକୁ ଭଲ ଭାବରେ ରିଭାଇଜ କରନ୍ତୁ । ବହୁତ୍ ସମୟରେ ପିଲା ପଢ଼ି ତ ନିଅନ୍ତି କିନ୍ତୁ କିଛି ମନେ ରଖନ୍ତି ନାହିଁ । ସେଥିପାଇଁ ଗୋଟେ ବହି ପଢି ସାରିବା ପରେ ତାକୁ ଭଲ ଭାବରେ ରିଭାଇଜ କରନ୍ତୁ ଏବଂ ଟେଷ୍ଟ ଦିଅନ୍ତୁ ତା ପରେ ଜାଣନ୍ତୁ ଭୁଲ କେଉଁଠି କରୁଛନ୍ତି । ଏହା ପରେ ନିଜ ଭୁଲ୍ କୁ କିପରି ଠିକ୍ କରିବେ ଭାବନ୍ତୁ ଏବଂ ପୁଣି ଚେଷ୍ଟା କରାନ୍ତୁ । ସବୁ ବହିକୁ ବାରମ୍ବାର ପଢନ୍ତୁ ତାପରେ ଆନାଲାଇଜ କରନ୍ତୁ କେମିତି ଭଲ ଭାବେ ଲେଖି ପାରିବେ ।

ବୈଭବ ଙ୍କ ପରାମର୍ଶ:-

ବୈଭବ କହିଛନ୍ତି କି ଯଦି ଆପଣ ଏହି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ତାହେଲେ ଆପଣଙ୍କର ସାହସ ବହୁତ୍ ଅଛି । ନେକ୍ସ୍ଟ ଷ୍ଟେପ୍ ହଉଚି ପରୀକ୍ଷା ପାଇଁ ନିଜ ଟାଇମ ଟେବଲ୍ ସେଟ୍ କରିବା । ବୈଭବ କହିଛନ୍ତି କି ଯେତେବେଳେ ସେ କଲେଜ ରେ ପଢୁଥିଲେ ସେତେବେଳେ ସେ କ୍ଲାସ୍ ସରିବା ପରେ ଏକ୍ସଟ୍ରା କରିକୁଲାର୍ ଅକ୍ଟିଭିତିଜ ପାଇଁ ସେ ଟାଇମ ଦିଅନ୍ତି ନାହିଁ କାରଣ ତାଙ୍କର ଲକ୍ଷ ଅଲଗା ଥିଲା । ଠିକ୍ ସେହିପରି ଯଦି ଆପଣ ନିଜ ଲକ୍ଷ ଠିକ୍ କରିସାରିଛନ୍ତି ତେବେ ସେହି ଭଳି ବ୍ୟବହାର କରନ୍ତୁ । ନିଜ ସବୁ ପାଠ ମନ ଦେଇକି ପଢନ୍ତୁ ଯେମିତି କି ଆପଣଙ୍କୁ ଆଊ ଥରେ ସେହି ପାଠକୁ ପଢ଼ିବାକୁ ନ ପଡେ ।

ବୈଭବ ନିଜ ୧୦ ଶ୍ରେଣୀ ରୁ ହିଁ ଠିକ୍ କରିଥିଲେ କି ସେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି କରିବେ ସେଥିପାଇଁ ସେ ସେବେଠୁ ହିଁ ନିଜ ପାଠ ପଢା ପ୍ରତି ଧ୍ୟାନ ଦେଇଥିଲେ । ବୈଭବ ନିଜ ପ୍ରସ୍ତୁତି ରେ NCERT ବହି କୁ ବହୁତ୍ ମାନ୍ୟତା ଦେଇଛନ୍ତି ଏହା ସହିତ ସେ ଖବର କାଗଜ ପଢ଼ିବା ବି ବହୁତ୍ ଜରୁରୀ ବୋଲି କହିଛନ୍ତି । ଏହି ଦୁଇଟି ଜିନିଷ ଆପଣ ବହୁତ୍ ଆଗରୁ ହିଁ ଆରମ୍ଭ କରିପାରିବେ । ଶେଷରେ ବୈଭବ କହିଛନ୍ତି କି UPSC କୁ କେବଳ ଗୋଟେ ପରୀକ୍ଷା ବୋଲି ହିଁ ଭାବନ୍ତୁ । ଯଦି ଆପଣ ସଫଳ ନ ହେଇଛନ୍ତି ତେବେ ବି ମନ ଦୁଃଖ କରିବାରେ କିଛି ନାହିଁ । ଚେଷ୍ଟା କରନ୍ତୁ ଏବଂ ନିଜର ବେଷ୍ଟ୍ ଦିଅନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button