ଦେଶ- ବିଦେଶ

ସୁନୀତାଙ୍କ ବିନା ପୃଥିବୀ ପୃଷ୍ଠରେ ଲ୍ୟାଣ୍ଡ କଲା ଷ୍ଟାରଲାଇନର

ପୃଥିବୀ ପୃଷ୍ଠରେ ଲ୍ୟାଣ୍ଡିଂ କଲା ଷ୍ଟାରଲାଇନର। କୌଣସି କ୍ରୁ ନୁହେଁ ବରଂ ମାନବ ବିହୀନ ଭାବେ ଫେରିଛି ଷ୍ଟାଲଲାଇନର। ନ୍ୟୁ ମେକ୍ସିକୋର ଏକ ମରୁଭୂମିରେ ନିରାପଦ ଭାବେ ଲ୍ୟାଣ୍ଡିଂ କରିଛି ଷ୍ଟାରଲାଇନର।

ମହକାଶରେ ଦୀର୍ଘ ୩ ମାସରୁ ଅଧିକ ଦିନ ହେଲା ଫସି ରହିଥିବା ଦୁଇ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀଙ୍କୁ ମହାକାଶରେ ଛାଡି ଏକାକି ପୃଥିବୀ ପୃଷ୍ଠକୁ ଆଜି ଫେରି ଆସିଛି।

ପ୍ରାୟ ୬ ଘଣ୍ଟା ଯାତ୍ରା ପରେ ଷ୍ଟାରଲାଇନର୍ ଆମେରିକାର ନ୍ୟୁ ମେକ୍ସିକୋ ଅଞ୍ଚଳରେ ଅବତରଣ କରିଛି।

ଷ୍ଟାରଲାଇନର ମହାକାଶକୁ ଯାତ୍ରା କରିବା ବେଳେ ବୈଷୟିକ ତ୍ରୁଟି ଦେଖିବାକୁ ମିଳିଥିଲା। ଷ୍ଟାରଲାଇନର ଥ୍ରଷ୍ଟର ସମସ୍ୟା ସହ ହିଲିୟମ ଗ୍ୟାସ ଲିକକୁ ଆଖି ଆଗରେ ରଖି ମହାକାଶଚାରୀଙ୍କ ବିନା କେବଳ ଏହି ଷ୍ଟାରଲାଇନର କ୍ୟାପସୁଲକୁ ପୃଥିବୀ ପୃଷ୍ଠକୁ ଫେରାଇ ଅଣାଯାଇଛି।

ମହାକାଶରେ ରହି ଯାଇଛନ୍ତି ସୁନିତା ଓ ତାଙ୍କ ସହଯୋଗୀ। ଆସନ୍ତାବର୍ଷ ଫେବ୍ରୁଆରୀରେ ନାସାର କ୍ରୁ-୯ ମିଶନରେ ଫୃଥିବୀକୁ ଫେରିବେ ସୁନିତା ୱିଲିୟମ୍ସ ଓ ତାଙ୍କ ସାଥୀ। ଏହାର ଅର୍ଥ ହେଉଛି ସୁନୀତା ୱିଲିୟମ୍ସ ଏବଂ ବୁରି ୱିଲମୋରଙ୍କୁ ସ୍ପେସ୍ ଷ୍ଟେସନରେ ପାଞ୍ଚରୁ ଛଅ ମାସ ବିତାଇବାକୁ ପଡିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button