ଦେଶ- ବିଦେଶ

ପ୍ରଜ୍ବଳ ରେବାନ୍ନାଙ୍କୁ ଆମେ କିଛି କ୍ଲିୟରାନ୍ସ ଦେଇନୁ: କେନ୍ଦ୍ର – Kalinga News

[ad_1]

ନୂଆଦିଲ୍ଲୀ: ଯୌନ ନିର୍ଯାତନା ଅଭିଯୋଗରେ ତଦନ୍ତ ସାମ୍ନା କରୁଥିବା କର୍ଣ୍ଣାଟକ ଜେଡିଏସ୍ ସାଂସଦ ପ୍ରଜ୍ବଳ ରେବାନ୍ନା ତାଙ୍କର ଜର୍ମାନୀ ଗସ୍ତ ପାଇଁ ରାଜନୈତିକ ସ୍ବୀକୃତି ଲୋଡ଼ିନାହାନ୍ତି। ତାଙ୍କ ପାଖରେ ପୂର୍ବରୁ କୂଟନୈତିକ ପାସପୋର୍ଟ ଥିଲା ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ଏମଇଏ ମୁଖପାତ୍ର ରନ୍ଧିର ଜୈସ୍ବାଲ କହିଛନ୍ତି, ଜେଡିଏସ ସାଂସଦଙ୍କ ଜର୍ମାନୀ ଗସ୍ତ ପାଇଁ ଏମଇଏ ପକ୍ଷରୁ କୌଣସି ରାଜନୈତିକ ସ୍ବୀକୃତି ଦିଆଯାଇନି। ତାଙ୍କ ପାଖରେ କୂଟନୈତିକ ପାସପୋର୍ଟ ଥିଲା। କୂଟନୈତିକ ପାସପୋର୍ଟ ଧାରୀମାନେ ଜର୍ମାନୀ ଗସ୍ତ କରିବାପାଇଁ ଭିସା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପ୍ରଜ୍ବଳ ରେବାନ୍ନାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଥିବାବେଳେ ସେ ଗତ ଏପ୍ରିଲ ୨୬ ତାରିଖରେ ଜର୍ମାନୀର ଫ୍ରାଙ୍କଫର୍ଟ ଯାଇଥିଲେ। ହାସନ ଆସନରୁ ଦ୍ବିତୀୟ ଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଥିବା ପ୍ରଜ୍ବଳ ରେବାନ୍ନା ଏବେ ସେକ୍ସ ଟେପ୍ ମାମଲାରେ ଫସି ଯାଇଛନ୍ତି। ସେ ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି ଏବଂ ସେମାନଙ୍କର ଅଶ୍ଳୀଳ ଭିଡିଓ ରେଖି ସେମାନଙ୍କୁ ବ୍ଲାକମେଲ୍ କରୁଥିବା ଅଭିଯୋଗ ହୋଇଛି। କିନ୍ତୁ ରେବାନ୍ନା ଦାବି କରିଛନ୍ତି ଯେ ଭାଇରାଲ ହୋଇଥିବା ଭିଡିଓଗୁଡ଼ିକୁ ଏଡିଟ୍ କରାଯାଇଛି। ଉକ୍ତ ଘଟଣାର ତଦନ୍ତ କରିବାପାଇଁ କର୍ଣ୍ଣାଟକ ସରକାର ଏକ ଏସଆଇଟି ଗଠନ କରିଛନ୍ତି। ଆଜି ପ୍ରଜ୍ବଳ ରେବାନ୍ନା ବିରୋଧରେ ଏସଆଇଟି ଏକ ଲୁକଆଉଟ୍ ନୋଟିସ ଜାରି କରିଛି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button