ରାଜ୍ୟ

ବର୍ତ୍ତମାନ ଓଡିଶା ସରକାର ଏକ ନୂତନା ଯୋଜନା ଆରମ୍ଭ କରିଛନ୍ତି, ଏହି ବଳରାମ ଯୋଜନାରେ ମିଳିବ ଆପଣଙ୍କୁ ହଜାର ହଜାର ଟଙ୍କା

କହିବାକୁ ଗଲେ ଓଡିଶା ସରକାର ଓଡିଶାବାସୀଙ୍କ ପାଇଁ ସବୁ ସମେୟରେ କିଛି ନା କିଛି ନୂତନ ଯୋଜାନ ବାହାର କରିଥାନ୍ତି । ଯାହା ପୁରା ଓଡିଶାବାସୀଙ୍କ ମୁହଁରେ ହସ ନେଇ ଆସେ । ଠିକ ଏହିଭଳି ବର୍ତ୍ତମାନ ଓଡିଶା ସରକାର ପୁଣି ଥରେ ଏକ ନୂତନ ଯୋଜନା ନେଇ ଆସିଛନ୍ତି । ଏହି ଯୋଜନାର ନାମ ‘ବଳରାମ ଯୋଜନା’ ଅଟେ । ପୂର୍ବରୁ ସରକାରଙ୍କ ଦ୍ଵାରା ନିର୍ମିତ କାଳିଆ ଯୋଜାନରେ ଓଡିଶାର ପ୍ରତ୍ୟକ ଚାଷୀଙ୍କ ବ୍ୟାଙ୍କ ଖାତାରେ ୫୦୦୦ ଟଙ୍କା ଦିଆ ଯାଉ ଥିଲା ।

ଏହି ଯୋଜନା ଦ୍ଵାରା ଓଡିଶାର ପ୍ରତ୍ୟକ ଚାଷୀ ଉପକୃତ ହୋଇଛନ୍ତି । ପୁଣି ଏହିଭଳି ସରକାରଙ୍କ ତରଫରୁ ଏକ ବଡ ଯୋଜନା ଆରମ୍ଭ କରା ଯାଇଛି । ଏହି ଯୋଜନାରେ ଆପଣ କେତେ ଟଙ୍କା ପାଇବେ ଓ କେମିତି ଟଙ୍କା ପାଇବେ । ଏହା ସହିତ ଯୋଗ୍ୟ ହିତାଧିକାରୀ କିଏ ଅଟନ୍ତି । କେଉଁ ଲୋକମାନେଙ୍କୁ ବଳରାମ ଯୋଜନାର ଲାଭ ମିଳିବ । ଏହି ସମସ୍ତ ପ୍ରଶ୍ନର ଜବାବ ଆଜି ଆମେ ଆପଣଙ୍କୁ ଦେବୁ ।

କାଳିଆ ଯୋଜାନ ପରେ ବର୍ତ୍ତମାନ ବଳରାମ ଯୋଜନା ଆରମ୍ଭ କର ଯାଇଛି । ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧା ଟଙ୍କା ପଠାଇବା ପାଇଁ କାଳିଆ ଯୋଜନା ଆରମ୍ଭ କରାଯାଇ ଥିଲା । ବର୍ତ୍ତମାନ ଭୂମିହିନ ଓ ଭାଗ ଚାଷୀଙ୍କୁ ରୁଣ ଦେବା ପାଇଁ ବଳରାମ ଯୋଜନା ଆରମ୍ଭ କରା ଯାଇଛି । କହିବାକୁ ଗଲେ ନିଜର ଜମି ନ ଥିବାରୁ ସାଧାରଣତଃ ଏହି ଚାଷୀମାନେ ରୁଣ ନେଇ ପାରନ୍ତି ନାହିଁ । କିନ୍ତୁ ବର୍ତ୍ତମାନ ବଳରାମ ଯୋଜନା ମାଧ୍ୟମରେ ସେମାନେ ରୁଣ ନେଇ ପାରିବେ ।

ଦୁଇ ବର୍ଷ ମଧ୍ୟରେ ପ୍ରାୟତଃ ୭ ଲକ୍ଷ ଚାଷୀଙ୍କୁ ୧୦୪୦ କୋଟି ଟଙ୍କା କୃଷି ରୁଣ ଦିଆଯିବ । ଏହି ଯୋଜନାକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ସରକାରଙ୍କ ତରଫରୁ ପ୍ରସ୍ତୁତି ବି ଆରମ୍ଭ ହୋଇ ଯାଇଛି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକସଭା ଭବନରେ ଆୟୋଜିତ ବୈଠକରେ ଏହି ଯୋଜନାର ପ୍ଳାନିଙ୍ଗ କରା ଯାଇ ଥିଲା । ରାଜ୍ୟ ସ୍ତରରେ ‘ଇମେଜ’ ଓ ଜିଲ୍ଲା ସ୍ତରରେ ‘ଆତ୍ମା’ ଏହି ଯୋଜନାର ନୋଡାଲ ଏଜେନ୍ସି ରହିବେ ।

କହିବାକୁ ଗଲେ ବର୍ତ୍ତମାନ ସମୟରେ ପ୍ରତ୍ୟକ ଗ୍ରାମାଞ୍ଚଳ ଓ ଛୋଟ ଛୋଟ ସହରାଞ୍ଚଳରେ ବିଭିନ୍ନ ବ୍ୟାଙ୍କ ଓ ପ୍ରାଥମିକ କୃଷି ସମବାୟ ସଂସ୍ଥାର ପ୍ରାୟ ୭୦୦୦ ଶାଖା ଅଛି । ପ୍ରତି ବର୍ଷ ଗୋଟିଏ ବ୍ୟାଙ୍କ ଶାଖା ଅତି କମରେ ୧୦ଟି ଜୟେନ୍ଟ ଲିଆବିଲିଟି ଗ୍ରୁପଙ୍କୁ ରୁଣ ଦେବେ । ଏହା ଦ୍ଵାରା ଏହି ବର୍ଷରେ ପ୍ରାୟତଃ ୭୦ ହଜାର ଗ୍ରୁପ କୃଷି ରୁଣ ପାଇ ପାରିବେ । ଗୋଟିଏ ଗ୍ରୁପରେ ୫ ଜଣ ଚାଷୀ ରହିବେ । ବର୍ଷକୁ ୩.୫ ଲକ୍ଷ ଚାଷୀ ରୁଣ ପାଇବେ ।

ଏହିଭଳି ଦୁଇ ବର୍ଷରେ ମୋଟ ୭ ଲକ୍ଷ ଭୂମିହିନ ଓ ଭାଗ ଚାଷୀ ରୁଣ ପାଇଯିବେ । ଅର୍ଥାତ ପ୍ରତି ଗ୍ରାମରେ ଗ୍ରୁପ ତିଆରି କରାଯିବ ଏବଂ ପ୍ରତି ଗ୍ରୁପରେ ସଦସ୍ୟ ରହିବେ ୫ ଜଣ ଏବଂ ପ୍ରତି ଗ୍ରୁପକୁ ଏକ ଲକ୍ଷ ୬୦ ହଜାର ଟଙ୍କା ଦିଆଯିବ । ଏମିତିରେ ପ୍ରତ୍ୟକ ସଦସ୍ୟଙ୍କୁ ମିଳିବ ୩୨ ହଜାର ଟଙ୍କା । ଏହି ହିସାବରେ ଆପଣଙ୍କୁ ଭବିଷ୍ୟତରେ ଟଙ୍କା ମିଳିବ । ଆପଣମାନେ ଏହି ଯୋଜନର ଲାଭ ନିଜର ନିକଟସ୍ଥ କୌଣସି ବ୍ୟାଙ୍କରୁ ନେଇ ପାରିବେ । ପ୍ରଥମେ ଆପଣଙ୍କୁ ବଳରାମ ଯୋଜନାରେ ଫର୍ମ ଭର୍ତ୍ତି କରିବାକୁ ପଡିବ । ଏହା ପରେ ଆପଣଙ୍କୁ ରୁଣ ମିଳଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button