ରାଜ୍ୟ

ଜଙ୍ଗଲ ଭିତରେ ମତେ ଏକା ଛାଡିଦେଇ ଗଲେ ବାପା ମା, ସରକାର ଟିକେ ସାହାର୍ଜ୍ୟ କଲେ ମୁଁ ପାଠ ପଢିବି’ ଝିଅଟି ବଖାଣିଲା ନିଜ ଦୁଃଖ କାହାଣୀ

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଯାହାକୁ ନେଇ ସମସ୍ତେ ବର୍ତ୍ତମାନ ଦୁଃଖୀ ହୋଇଯାଇଛନ୍ତି । ଆଖିରେ ଆଖିଏ ଲୁହ ରଖି କୋହଭରା ସ୍ଵରରେ ଝିଅଟି କହିଛନ୍ତି ଯେ ମୋ ବାପା ମା’ ମରିଯାଇଛନ୍ତି ଏବଂ ସରକାର ମତେ ଟିକିଏ ସାହାର୍ଯ୍ୟ କରିଲେ ମୁଁ ପାଠ ପଢି ମଣିଷ ହେବି ବର୍ତ୍ତମାନ ଜଙ୍ଗଲ ଭିତରେ ଏକୁଟିଆ ରହୁଛି ମୋ ପାଖରେ କେହି ନାହାଁନ୍ତି । ତେବେ ଆସନ୍ତୁ ଜାଣିନେବା ଝିଅଟି ଆଉ କଣ କହିଛନ୍ତି ?

ଖବର ଅନୁଯାୟୀ କିଛି ଦିନ ହେବ ଜଙ୍ଗଲ ଭିତରୁ ଗୋଟିଏ ଯୁବତୀ ଙ୍କ କାନ୍ଦ ଶୁଣିବାକୁ ମିଳିଥିଲା । ବାପା ମା’ ଚାଲିଗଲା ପରେ ଝିଅଟିର ରାତିଦିନ କଟୁଛି ଘନ ଜଙ୍ଗଲ ଭିତରେ କଟୁଛି ତାଙ୍କ ଜୀବନ । ଏହି ଘଟଣା ଟି ହେଉଛି ମାଲକାନଗିରି ଜିଲ୍ଲା ତମସା ପଞ୍ଚାୟତ ଅନ୍ତର୍ଗତ ଏମପିବିଏକ ଗ୍ରାମ ର ୧୮ ବର୍ଷୀୟ ଦୀପାଙ୍କର ।

ସେ ଭାଙ୍ଗିପଡି କୋହ ଭରା ସ୍ଵର ରେ କହିଛନ୍ତି ଯେ ମୋ ବାପା ମା’ ମରିଯାଇଛନ୍ତି ୭ ଦିନ ହେବ । ମାତ୍ର ମୋ ଘରେ ମୋ ପାକହରେ କିଛି ନାହିଁ । ଭାତ ଲୁଣ ଲଗାଇ ଖାଉଛି ଏବଂ କଲେଜ ମଧ୍ୟ ଯୁକ୍ତ ଦୁଇ ପଢୁଛି । କୁନି ଝିଅ କୁ ଧରି ତାଙ୍କ ବାପା ଖାଦ୍ୟ ଲାଗି ଏଣେତେଣେ ଘୁରି ବୁଲୁଥିଲେ ।

ମାତ୍ର ଏଭଳି ଅବସ୍ଥା ଦେଖି ଗାଁ ଲୋକେ ତାଙ୍କୁ ଏକ ଝାଟିମାଟି ଘର ତିଆରି କରି ରହିବାକୁ ଦେଇଥିଲେ ଏବଂ କିଛି ଖାଦ୍ୟ ସାମଗ୍ରୀ ମଧ୍ୟ ଦେଇଥିଲେ ଅନ୍ୟ ଘରେ କାମ କରି ଏକ ମାତ୍ର ଝିଅ କୁ ପାଠ ପଢାଇବା ସହିତ ବହୁ କଷ୍ଟ ରେ ପରିବାର ଚଳାଉଥିଲେ ଦୀପକ । ମାତ୍ର କ୍ୟାନ୍ସର ରୋଗରେ ପୀଡିତ ଦୀପକ ମଣ୍ଡଳ ଗତ ୧୬ ତାରିଖ ଦିନ ମୃତ୍ୟୁ ବରଣ କରିଲେ ।

ଆଉ ବର୍ତ୍ତମାନ ସଂପୂର୍ଣ୍ଣ ଭାବରେ ଏକା ହୋଇ ପଡିଛନ୍ତି ଝିଅ । ହାଇବାକୁ ମଧ୍ୟ ସେଭଳି କିଛି ଘରେ ନଥିବା ବେଳେ ମାସକୁ ମିଳୁଥିବା ଚାଉଳରେ ଭାତ ରୋଷେଇ କରି ଲୁଣ ଏବଂ ଲଙ୍କା ସହିତ ଭାତ ଖାଉଥିଲେ । ତେବେ ଭଲ ପାଠ ପଢୁଥିବା ଏହି ଅନାଥ ଝିଅ ପାଇଁ ସରକାର କିଛି ବ୍ୟବସ୍ଥା କରି ତାକୁ ଆଗାମୀ ଭବିଷ୍ୟତ ନିମନ୍ତେ ଉତ୍ସାହିତ କରିଲେ ଦୀପା ହୁଏତ ଚିର ଉପକୃତ ହୁଅନ୍ତା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button