ସ୍ୱାସ୍ଥ୍ୟ

ପାଚନ ତନ୍ତ୍ରକୁ ସୁସ୍ଥ କରିବା ସହିତ ଇମ୍ୟୁନିଟୀକୁ ବଢାଇ ଥାଏ ଏହି ଖାଦ୍ୟ, ଏହିଭଳି ଭାବରେ କଲେ ସ୍ଵାଦ ହେଇଯିବ ଦ୍ଵିଗୁଣା

ବର୍ତ୍ତମାନ ଦିନରେ କରୋନା ମହାମାରୀ ଠାରୁ ମୁକ୍ତି ପାଇଁ ଗୋଟିଏ ମାତ୍ର ଉପାୟ ଅଛି ତାହା ହେଉଛି ଆପଣ ନିଜର ଇମ୍ୟୁନିଟୀ ଶକ୍ତିକୁ ବଢାନ୍ତୁ । ଏହି କଥା ଉପରେ ସରକାର ବି ଜୋର ଦେଉଛନ୍ତି । ଏହି କ୍ରମରେ ଆଜି ଆମେ ଦକ୍ଷିଣ ଭାରତୀୟମାନଙ୍କ ଏକ ଖାଦ୍ୟ ପଦାର୍ଥ ରସମ ବିଷୟରେ କହିବାକୁ ଯାଉଛୁ । ଏହା ଏକ ପ୍ରକାରର ଗରମ ସୁପ ଅଟେ, ଯାହା ପାଚନ ତନ୍ତ୍ର ପାଇଁ ବହୁତ ଭଲ ଅଟେ ଓ ଏହାର ସେବନ କରିବା ଦ୍ଵାରା ଆପଣଙ୍କ ଇମ୍ୟୁନିଟୀ ଶକ୍ତି ବି ବଢିଥାଏ ।

୧) ଡାଲି ବାଲା ରସମ କରିବା ପାଇଁ ବୁଟ ଡାଲିକୁ ସିଝାଇ ଦିଅନ୍ତୁ । ଏହା ପରେ ଗୋଟିଏ କଢେଇରେ ତେଲରେ ସୋରିଷ, ଭୁଶଙ୍ଗ ପତ୍ର, ହିଂଗ, ଲଙ୍କା ଇତ୍ୟାଦିକୁ ତଡକା ଲଗାନ୍ତୁ । ଟମାଟର ଦେଇ ଏକ ମିନିଟ ରୋଷେଇ କରନ୍ତୁ । ଏହା ପରେ ଡାଲି ଦେଇ ଅଳ୍ପ ଆଞ୍ଚରେ ୧୦ – ୧୫ ମିନିଟ ପର୍ଯ୍ୟନ୍ତ ରୋଷେଇ କରନ୍ତୁ । ଏଥିରେ ତେନ୍ତୁଳିର ପେସ୍ଟକୁ ସ୍ଵାଦ ଅନୁସାରେ ମିଶାନ୍ତୁ । ଜୀରା, ରସୁଣ, ଅଦା, ଗୋଲମରିଚକୁ ଗ୍ରାଇଡିଙ୍ଗ କରି ଡାଲିରେ ପକାଇ ଦିଅନ୍ତୁ ।

ସ୍ଵାଦ ଅନୁସାରେ ଲୁଣ ଦିଅନ୍ତୁ । ରସମ ଗାଢା ଲାଗିବ ତ ଅଳ୍ପ ପାଣି ମିଶାଇ ଦିଅନ୍ତୁ । ଅଲଗା ରୂପରେ ଛଙ୍କା ଲଗାଇବା ପାଇଁ ଅନ୍ୟ ଏକ କଢେଇରେ ତେଲ କିମ୍ବା ଘିଅ ଗରମ କରନ୍ତୁ । ଏଥିରେ ସୋରିଷ, ଭୁଶଙ୍ଗ ପତ୍ର, ହିଂଗ, ଗୋଲମରିଚର ତଡକା ଲଗାନ୍ତୁ । ଏହି ତଡକା ଗରମ ହୋଇଗଲା ପରେ ଡାଲିରେ ମିଶାଇ ଘୋଡାଇ ଦିଅନ୍ତୁ ଓ ଗରମ ଗରମ ରସମ ସେବନ କରନ୍ତୁ ।

୨) ଏହି ରସମରେ ଡାଲି ରହିବା ଜରୁରୀ ନୁହେଁ । ଏଥିରେ ଗୋଲମରିଚ, ଜୀରା, ରସୁଣ ଓ ଭୁଶଙ୍ଗ ପତ୍ର ହୋଇଥାଏ ଯାହା ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇଥାଏ । ଏହା ପାଚନ ତନ୍ତ୍ରକୁ ବି ସୁଧାରୀ ଥାଏ, ଏହା ଫୋଲିକ ଏସିଡ, ଭିଟାମିନ ଏ, ବି-3, ସୀ, ଜିଂକ, କପର, ମୈଗ୍ନୀଶିୟମ, ସେଲେନିୟମ, ଆୟରନ ଓ କ୍ୟାଲସିୟମ ଭଳି ପୋଷକ ତତ୍ଵର ଭଲ ସ୍ରୋତ ହୋଇଥାଏ । କେତେକ ଲୋକମାନେ ଏଥିରେ ପନି ପାରିବା ବି ମିଶାଇ ରଖନ୍ତି ।

୩) ତାମିଲ ଷ୍ଟାଇଲ ବାଲା ରସମରେ ଗୋଲମରିଚ, ଜୀରା, ରସୁଣ ଓ ଅଦାକୁ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ । ତେନ୍ତୁଳି ରସକୁ ଟମାଟର ସହ ମିଶାନ୍ତୁ । ଏହା ପରେ ତେଲ ଗରମ କରି ସୋରିଷ, ହିଂଗ, ଗୋଲମରିଚ, ପିଆଜ ଦେଇ ରୋଷେଇ କରନ୍ତୁ । ରସୁଣ ବାଲା ପେସ୍ଟ ବି ଦିଅନ୍ତୁ । ପୁଣି ତେନ୍ତୁଳି ରସ ଦେଇ କିଛି ସମୟ ରୋଷେଇ କରନ୍ତୁ । ତିନି ଚାରି କପ ପାଣି, ଲୁଣ, ଧନିଆ, ହଳଦୀ ମିଶାଇ ଅଳ୍ପ ଆଞ୍ଚରେ ଗରମ କରନ୍ତୁ । ଭୁଶଙ୍ଗ ପତ୍ର ବି ଦିଅନ୍ତୁ । ଏହା ପରେ ସେବନ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button