ମହିଳାଙ୍କ ଋତୁସ୍ରାବ ସମୟରେ ସମ୍ୱନ୍ଧ ରଖିବାକୁ ବ୍ୟାକୁଳ କି? ଏହି ସବୁ ଜରୁରୀ ଟିପ୍ସ ଜାଣି ନିଅନ୍ତୁ

ଆପଣଙ୍କ ସ୍ତ୍ରୀ କିମ୍ବା ପ୍ରେମିକାଙ୍କ ପିରିୟଡ ବା ଋତୁସ୍ରାବ ସମୟରେ ସେକ୍ସ କରିବା ସମ୍ପୂର୍ଣ୍ଣ ରୂପେ ଆପଣ ଏବଂ ଆପଣଙ୍କ ସାଥୀଙ୍କ ବ୍ୟକ୍ତିଗତ ପସନ୍ଦ ଅଟେ । ଏହାକୁ ନେଇ ନା ଆପଣଙ୍କୁ କିଏ ଆକଟ କରିବ ନା କିଏ ଅଟକାଇ ପାରିବ । ତେଣୁ ଏହା ସମ୍ପୂର୍ଣ୍ଣ ରୂପେ ଆପଣ ଦୁହିଁଙ୍କ ପ୍ରାଇଭେଟ୍ କଥା । ତେବେ ଆଜିର ଆଲୋଚନାରେ ଆମେ ଏ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବା ଯାହା ଆପଣଙ୍କୁ ଏହି ସଂକ୍ରାନ୍ତୀୟ କିଛି ଜ୍ଞାନ ପ୍ରଦାନ କରିବ । ତେବେ ଆଉ ଡେରି କାହିଁକି ଆସନ୍ତୁ ଆରମ୍ଭ କରି ଆପଣଙ୍କୁ ଉତ୍ତେଜିତ କରୁଥିବା କିଛି ଭାବନାକୁ କେମିତି ସ୍ୱାସ୍ଥ୍ୟପୋଯୋଗୀ କରି ଦେହ ଖେଳର ସୁଖଦ ଅନୁଭବ ପାଇପାରିବେ ।
ପ୍ରଥମେ ଆପଣ ସ୍ୱଚ୍ଛତା ଉପରେ ଧ୍ୟାନ ଦିଅନ୍ତୁ । ମନେ ରଖିବେ ସ୍ୱାସ୍ଥ୍ୟ ହିଁ ସମ୍ପଦ । ସେକ୍ସ ବେଳେ ଏହାକୁ ଯଦି ଆପଣ ଢିଲା ଛାଡ଼ିଦେବେ ତେବେ ଅନେକ ଯୌନ ରୋଗ ସମ୍ବନ୍ଧୀୟ ସମସ୍ୟାର ଆପଣ ସମ୍ମୁଖିନ ହୋଇଯିବେ । ତେଣୁ ଯେତେଥର ବି ଆପଣ ସେକ୍ସ କରିବାକୁ ଯାଉଛନ୍ତି ତାହା ନର୍ମାଲ ଲାଇଫ୍ ହେଉନା କାହିଁକି ସ୍ୱଚ୍ଛତାକୁ ପ୍ରାଥମିକତା ଦେବାରୁ କୃପଣ ମନେ କରିବେ ନାହିଁ ।
ଏନେଇ ଜଣାଶୁଣା ଗାଏନୋକୋଲଜିଷ୍ଟ ସଂଗୀତା ଅଗ୍ରୱାଲ କପୁଲମାନଙ୍କ ଏହି ଆଗ୍ରହ ଓ ସମସ୍ୟାର ସମାଧାନ ଦିଗକୁ ଧ୍ୟାନରେ ରଖି କିଛି ଭଲ ଉପଦେଶ ନିମ୍ନ ପ୍ରକାରେ ଦେଇଛନ୍ତି …1 – ଖଟ ଉପରେ ସଫା କପଡ଼ା ରଖନ୍ତୁ ଏହା କାମରେ ଆସିବ :- ଆପଣ ଜାଣନ୍ତି ? ସେକ୍ସ ବେଳେ ସଫା କପଡା ବେଶ୍ ଦରକାରୀ ହୋଇଥାଏ । ଏହା ଆପଣଙ୍କୁ ଏବଂ ଆପଣଙ୍କ ପାର୍ଟନରଙ୍କୁ ସ୍ୱଚ୍ଛ ରଖିଥାଏ । ଆଉ ଯେତେବେଳେ ଋତୁସ୍ରାବ ସମୟରେ ସେକ୍ସ କଥା କୁହାଯାଉଛି ସେତେବେଳେ ଆପଣ ଏହାକୁ ପାଳନ କରିବା ସହ ସଫା ଓ ଧଳା ଟୱାଲ କିମ୍ବା କପଡା ରଖିବାକୁ ଭୁଲିବେ ନାହିଁ । ଯେହେତୁ ସେକ୍ସ ବେଳେ ଅପରିସ୍କାର କାହାକୁ ବି ପସନ୍ଦ ନାହିଁ, ତେଣୁ ଆପଣ ବି ଏଥିପ୍ରତି ସଚେତନ ହେବା ଜରୁରୀ ଅଟେ । ଆଗକୁ ଯେତେବେଳେ ବି ଆପଣ ଋତୁସ୍ରାବ ସମୟରେ ସେକ୍ସ ପ୍ରତି ଆଗ୍ରହ ଦେଖାଇବେ ସେବେ ଆପଣ ଏହି ନିୟମ ମନେ ରଖି ଏହାକୁ କାର୍ଯ୍ୟରେ ଲଗାଇବେ ।