ଦେଶ- ବିଦେଶ

ଏହା ହେଉଛି ଷ୍ଟାମ୍ପଲର କିଛି ଏମିତି ଫାଇଦା, ଯାହା ଜାଣିବା ପରେ ଆପଣଙ୍କର ବି ହୋସ୍ ଉଡିଯିବ

ମଣିଷ ଜୀବନରେ ଏମିତି କିଛି ଛୋଟ ଛୋଟ ଜିନିଷ ବ୍ୟବହାର କାମରେ ଲାଗିଥାଏ, ଯାହାର ଫାଇଦା ଦ୍ଵାରା ଆମର କାମ ସହଜରେ ହୋଇ ଯାଇଥାଏ । ବହୁତ କିଛି ଜିନିଷ ଅଛି ଯାହାର ବ୍ୟବହାର ଅଲଗା ଅଲଗା କାମ ପାଇଁ କରାଯାଇ ପାରିବ କିନ୍ତୁ ଆମେ ଏହି କଥା ନଜାଣି ସେହି ଜିନିଷକୁ ଅଣଦେଖା କରିଥାଉ କିମ୍ବା ଫୋପାଡି ମଧ୍ୟ ଦେଇଥାଉ । ଦୁନିଆରେ ଏମିତି ବି କିଛି ଜିନିଷ ଅଛି ଯାହା ଆମ ପାକରେ ଥାଇ ମଧ୍ୟ ଆମେ ତାକୁ କେମିତି ବ୍ୟବହାର କରିବୁ ତାହା ଜାଣିନଥାଉ । ସେହି ଜିନିଷ ଭିତରୁ ଯଦି ଆମେ କଥା ହେବା ଷ୍ଟାପଲର ବିଷୟରେ ତାହେଲେ ସମସ୍ତେ ଜାଣିଛନ୍ତି କି ଅଧିକ କାଗଜକୁ ଏକାଠି କରିବା ପାଇଁ ଷ୍ଟାପଲର ବ୍ୟବହାର କରାଯାଇ ଥାଏ । କଣ ଆପଣ ଜାଣିଛନ୍ତି କି ଷ୍ଟାପଲର ଏହାଛଡା ଆମର ଅନ୍ୟ କାମରେ ମଧ୍ୟ ଲାଗିଥାଏ । ଆଜି ଆମେ ଆପଣଙ୍କୁ ଷ୍ଟାପଲର ବିଷୟରେ କିଛି ଏମିତି ଉପଯୋଗ ବିଷୟରେ କହିବୁ ଯାହାକୁ ଜାଣିବା ପରେ ଆପଣଙ୍କର ହୋଶ ଉଡିଯିବ ।

ଆମେ ସବୁବେଳେ ଷ୍ଟାପଲରକୁ ଡକୁମେଣ୍ଟସକୁ ଏକାଠି କରିବା ପାଇଁ ବ୍ୟବହାର କରିଥାଉ । ଏଥିପାଇଁ ଆମେ ଷ୍ଟାପଲରରେ ପିନ ପୁରାଇ ଥାଉ ଏବଂ କାଗଜକୁ ଏହା ଭିତରେ ରଖି ଦାବି ଦେଇଥାଉ । ଯେମିତି କି ସେ ପିନ କାଗଜ ଭିତରକୁ ଯିବ ଏବଂ ତାକୁ ଏକାଠି ବାନ୍ଧି ରଖିବ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଷ୍ଟାପଲର ପିନର ମୁହଁ ଭିତରକୁ ଯିବା ବଦଳରେ ବାହାର ଆଡକୁ ମୋଡି ହୋଇ ପାରେ ।

ସବୁ ଷ୍ଟାପଲର ଭିତରେ ଧାତୁରେ ତିଆରି ଏକ ପ୍ଳେଟ ଥାଏ ଯାହାର ସାହାଯ୍ୟରେ ଆମେ କାଗଜକୁ ପିନ ସହିତ ଆଟାଚ କରିଥାଉ । ଏହି ପ୍ଳେଟରେ ଏକ ଅନ୍ୟ ଗୁଣ ମଧ୍ୟ ଥାଏ କି ଆମେ ଏହାକୁ ସହଜରେ ୧୮୦ଡିଗ୍ରୀ ପର୍ଯ୍ୟନ୍ତ ବୁଲାଇ ପାରିବା । ଏହାକୁ ବୁଲାଇବା ଦ୍ଵାରା ପିନ ଭିତରକୁ ଯିବା ବଦଳରେ ବାହାର ଆଡକୁ ଆସିବା ପାଇଁ ଆରମ୍ଭ ହୋଇଯିବ । ଯଦି ବିଶ୍ଵାସ ହେଉ ନାହିଁ ତାହେଲେ ଗୋଟିଏ ଥର ଏହି ପରୀକ୍ଷା କରି ନିହାତି ଦେଖନ୍ତୁ ।

ପିନ ବାହାରେ ରଖିବାର ବହୁତ ଫାଇଦା ଅଛି । ଯେଉଁଥିରୁ ସବୁଠାରୁ ପ୍ରଥମ ଏବଂ ଗୁରୁତ୍ଵପୂର୍ଣ ଫାଇଦା ହେଉଛି କି ପିନର ମୁହଁ ବାହାର ଆଡକୁ ରହିବା ଦ୍ଵାରା କାଗଜ ଫାଟିବାର ଭୟ କମ ରହିଥାଏ ଏବଂ ସହଜରେ ଆମେ ଏହାକୁ କେବେ ବି ବାହାର କରି ପାରିବା । ଆମେ ବ୍ୟବହାର କରୁଥିବା କାଗଜ ଏତେ ପତଳା ହୋଇଥାଏ କି ତା ଭିତରକୁ ଯାଉଥିବା ପିନକୁ ସହି ପାରି ନଥାଏ । ସେହି ସମୟରେ ଯଦି ଆପଣ ସେହି କାଗଜରୁ ପିନ ବାହାର କରିବେ ତାହେଲେ କାଗଜ ଫାଟିଯାଇ ଥାଏ । ଏଥିପାଇଁ ଯଦି ଏହି ପିନ ବାହାର ପଟକୁ ରହିବ ତାହେଲେ ପତଳା କାଗଜ ମଧ୍ୟ ଫାଟିବ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button